ପ୍ରମୂଖ ଖବର
  • କେନ୍ଦୁଝର : ପୋଖରୀରେ‌ ଗାଧୋଇବା ବେଳେ ଅଘଟଣ; ଗଭୀର ପାଣିରେ ବୁଡି ପୁଅ, ଝିଅ ସହ ମାଙ୍କ ମୃତ୍ୟୁ
  • ||
  • ନବରଙ୍ଗପୁର : ଗୁରୁସିଙ୍ଗା ଜଙ୍ଗଲରୁ ନିଖୋଜ ନାବାଳକର ଗଳିତ ମୃତଦେହ ଠାବ, କାରଣ ଅସ୍ପଷ୍ଟ
  • ||
  • ନୟାଗଡ : ବିପୁଳ ପରିମାଣର କଫ୍ ସିରଫ ଜବତ, ୩ ଅଟକ
  • ||
  • ବାତ୍ୟା ପାଇଁ ରାଜ୍ୟ ବିଜେପିର ସମସ୍ତ କାର୍ଯ୍ୟକ୍ରମ ବାତିଲ, ଜାରି ହେଲା ହେଲ୍ପ ଲାଇନ ନମ୍ୱର
  • ||
  • ବାତ୍ୟା ପାଇଁ ଟ୍ୱିଟ୍‌ କରି ଚିନ୍ତା ପ୍ରକାଶ କରିଲେ କେନ୍ଦ୍ରମନ୍ତ୍ରୀ, ବ୍ୟାପକ କ୍ଷୟକ୍ଷତି ନହେବାକୁ ମହାପ୍ରଭୁଙ୍କ ପାଖରେ କରିଲେ ପ୍ରାର୍ଥନା
  • ||
  • ମାଡ଼ି ଆସୁଛି ବାତ୍ୟା 'ଦାନା', ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିଛି କେନ୍ଦ୍ରାପଡା ଅଗ୍ନିଶମ ବିଭାଗ
  • ||
  • ବାସୁଦେବପୁର : ବାତ୍ୟା 'ଦାନା'କୁ ନେଇ ପ୍ରଶାସନର ପ୍ରସ୍ତୁତି, ବାସୁଦେବପୁରରେ ପହଞ୍ଚିଲା ୩ ଟି ଓଡ୍ରାଫ ଟିମ୍‌
  • ||
  • ଉମରକୋଟ : ବସ୍‌ ଚାଳକଙ୍କୁ ଛୁରାମାଡ଼, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ସୃଷ୍ଟି ହେଲା ବାତ୍ୟା 'ଦାନା', ଘଣ୍ଟାପ୍ରତି ୧୮ କିଲୋମିଟର ବେଗରେ କରୁଛି ଗତି
  • ||
  • ବାତ୍ୟା ପାଇଁ ୨ ଦିନ ବନ୍ଦ ରହିବ ସୂର୍ଯ୍ୟ ମନ୍ଦିର
  • ||
  • ଲମତାପୁଟ : ଆମ୍ବୁଲାନ୍ସରୁ ୧୭୦ କେଜି ଗଞ୍ଜେଇ ଜବତ, ଡ୍ରାଇଭର ଫେରାର
  • ||
  • ବଲାଙ୍ଗୀର : ବୁଲେଟ୍-ଅଟୋ ମୁହାଁମୁହିଁ ଧକ୍କା, ଦୁର୍ଘଟଣାରେ ଚାଲିଗଲା ଜଣେ ଡାକ୍ତରଙ୍କ ଜୀବନ
  • ||
  • ଭୋଗରାଇ : ବାତ୍ୟା 'ଦାନା' ପାଇଁ ଦୀଘା ଖାଲି କରିବାକୁ ପ୍ରଶାସନର ନିର୍ଦ୍ଦେଶ, ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ହୋଟେଲରେ ହେବନି କୌଣସି ବୁକିଂ
  • ||

୫୧ ବର୍ଷରେ ପାଦ ଥାପିଲେ ବଲିଉଡ୍‌ ଅଭିନେତ୍ରୀ ମଲାଇକା ଆରୋରା

ମୁମ୍ୱାଇ,୨୩/୧୦: ବଲିଉଡ୍‌ ଅଭିନେତ୍ରୀ ମଲାଇକା ଆରୋରା । ଆଜି ଅର୍ଥାତ୍‌ ୨୩ ଅକ୍ଟୋବରରେ ୫୧ ବର୍ଷରେ ପାଦ ଥାପିଛନ୍ତି ଏହି ଫେମସ୍‌ ଅଭିନେତ୍ରୀ । ସେ ୧୯୭୩ ମସିହା ଅକ୍ଟୋବର ୨୩ ତାରିଖରେ ଥାନେଠାରେ ଜନ୍ମ ଗ୍ରହଣ କରିଥିଲେ । ସେ ତାଙ୍କ ଡ୍ୟାନ୍ସ, ଫ୍ୟାଶନ୍ ଏବଂ ଫିଟନେସ୍ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଫିଲ୍ମ କ୍ୟାରିୟର ବ୍ୟତୀତ, ମଲାଇକାଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ଖୁବ୍‌ ଲାଇମ୍‌ ଲାଇଟ୍‌ରେ ରହିଥାଏ । ମଲାଇକାଙ୍କ ଜନ୍ମଦିନରରେ ଆସନ୍ତୁ ତାଙ୍କ ଜୀବନ ଯାତ୍ରା ବିଷୟରେ କିଛି ଜାଣିବା ।

୧୯୯୮ରେ ସଲମାନ ଖାନଙ୍କ ଭାଇ ଅରବାଜ ଖାନଙ୍କୁ ବିବାହ କରିଥିଲେ ମଲାଇକା ଆରୋରା । ଏହି ଦମ୍ପତିଙ୍କର ଏକ ପୁଅ ମଧ୍ୟ ଅଛି । ଯାହାର ନାମ ଅରହାନ ଖାନ। ବିବାହର ପ୍ରାୟ ୨୦ ବର୍ଷ ପରେ, ସେମାନଙ୍କ ସମ୍ପର୍କରେ ବିଶୃଙ୍ଖଳା ସୃଷ୍ଟି ହେଲା ।  ପରେ  ମଲାଇକା ଏବଂ ଅରବାଜ ପରସ୍ପର ଠାରୁ ଅଲଗା ହେବାକୁ ନିସ୍ପତ୍ତି ନେଇଥିଲେ । ୨୦୧୭ରେ ଉଭୟଙ୍କର ଛାଡ଼ପତ୍ର ହୋଇଥିଲା  ।

ଅରବାଜ ଖାନଙ୍କ ସହ ଛାଡପତ୍ର ପରେ ମଲାଇକା ଆରୋରାଙ୍କ ନାଁ ଅର୍ଜୁନ କପୁରଙ୍କ ସହ ଯୋଡ଼ି ହୋଇଥିଲା ।ଅର୍ଜୁନ କପୁର ମଲାଇକାଙ୍କ ଠାରୁ ୧୧ ବର୍ଷ ସାନ, କିନ୍ତୁ ବୟସ ପାର୍ଥକ୍ୟ ସତ୍ତ୍ଵେ ଦୁହେଁ ପରସ୍ପରକୁ ଡେଟ୍‌ କରିଥିଲେ । ଉଭୟଙ୍କ ଡେଟିଂ ୨୦୧୮ରେ ଆରମ୍ଭ ହୋଇଥିଲା । ଏହି କପଲ ପ୍ରଥମେ ସେମାନଙ୍କ ସମ୍ପର୍କକୁ ସିକ୍ରେଟ୍‌ ରଖିଥିଲେ । କିନ୍ତୁ ପରେ ସେମାନେ ଏହାକୁ ଅଫିସିଆଲ୍ କରିଥିଲେ । ଅନେକ ବର୍ଷ ଧରି ଏକ ସଂପର୍କରେ ରହିବା ପରେ ଚଳିତ ବର୍ଷ ଖବର ଆସିଲା ଯେ, ଦୁହେଁ ଅଲଗା ହୋଇଯାଇଥିଲେ । ଏହି ଖବର ଦ୍ୱାରା ଦମ୍ପତିଙ୍କ ପ୍ରଶଂସକମାନେ ନିରାଶ ହୋଇଥିଲେ । ତେବେ ମଲାଇକା କିମ୍ବା ଅର୍ଜୁନଙ୍କ କୌଣସି ଅଫିସିଆଲ ମନ୍ତବ୍ୟ ଆସିନାହିଁ ।

ଚଳିତ ବର୍ଷ ସେପ୍ଟେମ୍ବର ୧୧ ତାରିଖ ସକାଳେ ମଲାଇକା ଆରୋରାଙ୍କ ସାବତ ପିତା ଅନିଲ ମେହେଟ୍ଟା ଆତ୍ମହତ୍ୟା କରିଥିଲେ । ବାନ୍ଦ୍ରାସ୍ଥିତ ତାଙ୍କ ଘରେ ସେ ଆତ୍ମହତ୍ୟା କରିଥିଲେ । ବ୍ରେକଅପ୍ ଏବଂ ଛାଡପତ୍ର ପରେ ମଧ୍ୟ ଅର୍ଜୁନ କପୁର ଏବଂ ଅରବାଜ ଖାନ ତାଙ୍କ ଦୁଃଖରେ ସାମିଲ ହୋଇଥିଲେ । ଏହି ସମୟ ମଧ୍ୟରେ ମଲାଇକା ଏବଂ ଅର୍ଜୁନଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ଏହି କପଲଙ୍କ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ପିତାଙ୍କ ମୃତ୍ୟୁ ପରେ ମଲାଇକା ଆରୋରାଙ୍କ ଧୀରେ ଧୀରେ ନିଜ କାର୍ଯ୍ୟକୁ ଫେରୁଛନ୍ତି । 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.