ପ୍ରମୂଖ ଖବର
  • ଘଣ୍ଟା ପ୍ରତି ୧୨ କିଲୋମିଟର ବେଗରେ ମାଡ଼ି ଆସୁଛି ଦାନା
  • ||
  • ବାତ୍ୟା ଦାନା ପାଇଁ ୨ ଦିନ ବନ୍ଦ ରହିବ ହାଇକୋର୍ଟ
  • ||
  • କେନ୍ଦୁଝର : ପୋଖରୀରେ‌ ଗାଧୋଇବା ବେଳେ ଅଘଟଣ; ଗଭୀର ପାଣିରେ ବୁଡି ପୁଅ, ଝିଅ ସହ ମାଙ୍କ ମୃତ୍ୟୁ
  • ||
  • ନବରଙ୍ଗପୁର : ଗୁରୁସିଙ୍ଗା ଜଙ୍ଗଲରୁ ନିଖୋଜ ନାବାଳକର ଗଳିତ ମୃତଦେହ ଠାବ, କାରଣ ଅସ୍ପଷ୍ଟ
  • ||
  • ନୟାଗଡ : ବିପୁଳ ପରିମାଣର କଫ୍ ସିରଫ ଜବତ, ୩ ଅଟକ
  • ||
  • ବାତ୍ୟା ପାଇଁ ରାଜ୍ୟ ବିଜେପିର ସମସ୍ତ କାର୍ଯ୍ୟକ୍ରମ ବାତିଲ, ଜାରି ହେଲା ହେଲ୍ପ ଲାଇନ ନମ୍ୱର
  • ||
  • ବାତ୍ୟା ପାଇଁ ଟ୍ୱିଟ୍‌ କରି ଚିନ୍ତା ପ୍ରକାଶ କରିଲେ କେନ୍ଦ୍ରମନ୍ତ୍ରୀ, ବ୍ୟାପକ କ୍ଷୟକ୍ଷତି ନହେବାକୁ ମହାପ୍ରଭୁଙ୍କ ପାଖରେ କରିଲେ ପ୍ରାର୍ଥନା
  • ||
  • ମାଡ଼ି ଆସୁଛି ବାତ୍ୟା 'ଦାନା', ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିଛି କେନ୍ଦ୍ରାପଡା ଅଗ୍ନିଶମ ବିଭାଗ
  • ||
  • ବାସୁଦେବପୁର : ବାତ୍ୟା 'ଦାନା'କୁ ନେଇ ପ୍ରଶାସନର ପ୍ରସ୍ତୁତି, ବାସୁଦେବପୁରରେ ପହଞ୍ଚିଲା ୩ ଟି ଓଡ୍ରାଫ ଟିମ୍‌
  • ||
  • ଉମରକୋଟ : ବସ୍‌ ଚାଳକଙ୍କୁ ଛୁରାମାଡ଼, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ସୃଷ୍ଟି ହେଲା ବାତ୍ୟା 'ଦାନା', ଘଣ୍ଟାପ୍ରତି ୧୮ କିଲୋମିଟର ବେଗରେ କରୁଛି ଗତି
  • ||
  • ବାତ୍ୟା ପାଇଁ ୨ ଦିନ ବନ୍ଦ ରହିବ ସୂର୍ଯ୍ୟ ମନ୍ଦିର
  • ||
  • ଲମତାପୁଟ : ଆମ୍ବୁଲାନ୍ସରୁ ୧୭୦ କେଜି ଗଞ୍ଜେଇ ଜବତ, ଡ୍ରାଇଭର ଫେରାର
  • ||
  • ବଲାଙ୍ଗୀର : ବୁଲେଟ୍-ଅଟୋ ମୁହାଁମୁହିଁ ଧକ୍କା, ଦୁର୍ଘଟଣାରେ ଚାଲିଗଲା ଜଣେ ଡାକ୍ତରଙ୍କ ଜୀବନ
  • ||
  • ଭୋଗରାଇ : ବାତ୍ୟା 'ଦାନା' ପାଇଁ ଦୀଘା ଖାଲି କରିବାକୁ ପ୍ରଶାସନର ନିର୍ଦ୍ଦେଶ, ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ହୋଟେଲରେ ହେବନି କୌଣସି ବୁକିଂ
  • ||

‘ସଲମାନ ଖାନ୍ କ୍ଷମା ମାଗନ୍ତୁ, ନଚେତ... ଲରେନ୍ସ ବିଷ୍ଣୋଇର ଭାଇଙ୍କ ଚେତାବନୀ

ନୂଆଦିଲ୍ଲୀ,୨୩।୧୦:  ଗୁଜରାଟର ସାବରମତି ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ସଲମାନ ଖାନ୍‌ଙ୍କୁ ହତ୍ୟା କରିବାର ଧମକ ଦେଉଛି। ବାବା ସିଦ୍ଧକିଙ୍କ ହତ୍ୟା ପରେ ସଲମାନଙ୍କ ସୁରକ୍ଷା ଆହୁରି କଡାକଡି କରି ଦିଆଯାଇଛି। ଏବେ ଲରେନ୍ସର ଦାଦା ପୁଅ ଭାଇ ରମେଶ ବିଷ୍ଣୋଇ ସଲମାନଙ୍କୁ କୃଷ୍ଣସାର ମୃଗ ଶିକାର କରିବା ମାମଲାରେ କ୍ଷମା ମାଗିବାକୁ କହିଛନ୍ତି। ସେ ଦାବି କରିଛନ୍ତି, ଏହି ମାମଲାରେ ପୁରା ବିଷ୍ଣୋଇ ସମାଜ ଲରେନ୍ସ ବିଷ୍ଣୋଇ ସହ ଠିଆ ହୋଇ ରହିଛି। ରମେଶ କହିଛନ୍ତି, ସଲମାନ ଖାନ୍‌ଙ୍କୁ କ୍ଷମା ମାଗିବା ଦରକାର। ତାଙ୍କର ପରିବାର ଆମ ଧାର୍ମିକ ଭାବନା ସହ ଖେଳୁଛି। ଯଦି ସଲମାନ କ୍ଷମା ନମାଗନ୍ତି ତେବେ ଆଇନ ନିଜର କାମ କରିବ ।’

ଏନ୍‌ଡିଟିଭି ସହ ଆଲୋଚନା ବେଳ ରମେଶ କହିଛନ୍ତି, ବିଷ୍ଣୋଇ ସମ୍ପ୍ରଦାୟର ସବୁ ସଦସ୍ୟ ତାଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି, ଯେତେବେଳେ କୃଷ୍ଣସାର ମୃଗ ଶିକାର ହୋଇଥିଲା। ସେମାନେ ପଶୁପକ୍ଷୀଙ୍କୁ ବଞ୍ଚାଇବା ପାଇଁ ବଳିଦାନ ଦେବାକୁ ପ୍ରସ୍ତୁତ। ଆମ ସମାଜ ଗଛ ଓ ବନ୍ୟ ଜନ୍ତୁଙ୍କୁ ଖୁବ୍ ଭଲପାଏ। ୩୬୩ ପୂର୍ବଜ ଗଛକୁ ବଞ୍ଚାଇବା ପାଇଁ ନିଜର ଜୀବନ ଦେଇଥିଲେ। ଯେତେବେଳେ ସଲମାନ କୃଷ୍ଣସାର ମୃଗ ଶିକାର କରିଥିଲେ ପ୍ରତ୍ୟେକ ବିଷ୍ଣୋଇଙ୍କ ରକ୍ତ ଗରମ ହୋଇଯାଇଥିଲା। 

ରମେଶ କହିଛନ୍ତି, ସଲମାନ ଖାନ୍‌ଙ୍କ ପରିବାର ବିଷ୍ଣୋଇ ସମାଜକୁ ଟଙ୍କା ଅଫର କରିଥିଲା, କିନ୍ତୁ ସମାଜ ନେବାକୁ ମନା କରିଦେଇଥିଲା। ଉଲ୍ଲେଖନୀୟ ଯେ, ସଲମାନ ଖାନ୍ ୧୯୯୮ ରେ ହମ୍ ସାଥ୍ ସାଥ୍ ହୈ ଫିଲ୍ମର ସୁଟିଂ ପାଇଁ ଯୋଦ୍ଧପୁରରେ ଥିଲେ। ଏହି ସମୟରେ ତାଙ୍କ ଉପରେ କୃଷ୍ଣସାର ମୃଗ ଶିକାର କରିବାର ଅଭିଯୋଗ ରହିଛି। ପରେ ରାଜସ୍ଥାନ ହାଇକୋର୍ଟ ତାଙ୍କୁ ଦୋଷୀ ସାବ୍ୟୖସ୍ତ କରି ୫ ବର୍ଷ ଜେଲ ଦଣ୍ଡ ପ୍ରଦାନ କରିଥି‌ଲେ। ପରେ ଏହି ମାମଲା ସୁପ୍ରିମକୋର୍ଟରେ ପହଁଞ୍ଚିଥିଲା ଓ ପରେ ସଲମାନଙ୍କୁ ଜାମିନ ମିଳିଥିଲା। ତେବେ ତାଙ୍କୁ କିଛି ସମୟ ଜେଲ୍‌ରେ ରହିବାକୁ ପଡିଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.