ପ୍ରମୂଖ ଖବର
  • ବାତ୍ୟା ପାଇଁ ଟ୍ୱିଟ୍‌ କରି ଚିନ୍ତା ପ୍ରକାଶ କରିଲେ କେନ୍ଦ୍ରମନ୍ତ୍ରୀ, ବ୍ୟାପକ କ୍ଷୟକ୍ଷତି ନହେବାକୁ ମହାପ୍ରଭୁଙ୍କ ପାଖରେ କରିଲେ ପ୍ରାର୍ଥନା
  • ||
  • ମାଡ଼ି ଆସୁଛି ବାତ୍ୟା 'ଦାନା', ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିଛି କେନ୍ଦ୍ରାପଡା ଅଗ୍ନିଶମ ବିଭାଗ
  • ||
  • ବାସୁଦେବପୁର : ବାତ୍ୟା 'ଦାନା'କୁ ନେଇ ପ୍ରଶାସନର ପ୍ରସ୍ତୁତି, ବାସୁଦେବପୁରରେ ପହଞ୍ଚିଲା ୩ ଟି ଓଡ୍ରାଫ ଟିମ୍‌
  • ||
  • ଉମରକୋଟ : ବସ୍‌ ଚାଳକଙ୍କୁ ଛୁରାମାଡ଼, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ସୃଷ୍ଟି ହେଲା ବାତ୍ୟା 'ଦାନା', ଘଣ୍ଟାପ୍ରତି ୧୮ କିଲୋମିଟର ବେଗରେ କରୁଛି ଗତି
  • ||
  • ବାତ୍ୟା ପାଇଁ ୨ ଦିନ ବନ୍ଦ ରହିବ ସୂର୍ଯ୍ୟ ମନ୍ଦିର
  • ||
  • ଲମତାପୁଟ : ଆମ୍ବୁଲାନ୍ସରୁ ୧୭୦ କେଜି ଗଞ୍ଜେଇ ଜବତ, ଡ୍ରାଇଭର ଫେରାର
  • ||
  • ବଲାଙ୍ଗୀର : ବୁଲେଟ୍-ଅଟୋ ମୁହାଁମୁହିଁ ଧକ୍କା, ଦୁର୍ଘଟଣାରେ ଚାଲିଗଲା ଜଣେ ଡାକ୍ତରଙ୍କ ଜୀବନ
  • ||
  • ଭୋଗରାଇ : ବାତ୍ୟା 'ଦାନା' ପାଇଁ ଦୀଘା ଖାଲି କରିବାକୁ ପ୍ରଶାସନର ନିର୍ଦ୍ଦେଶ, ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ହୋଟେଲରେ ହେବନି କୌଣସି ବୁକିଂ
  • ||

' ଆପଣଙ୍କୁ କୌଣସି ଟ୍ରାନ୍ସଲେଟରର ଆବଶ୍ୟକ ନାହିଁ..' : ମଜାଳିଆ ଢଙ୍ଗରେ ପିଏମ ମୋଦିଙ୍କୁ କହିଲେ ପୁଟିନ

କଜାନ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଏଠାରେ ରୁଷ୍‌ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଦ୍ୱିପାକ୍ଷୀୟ କଥାବାର୍ତ୍ତା କହିଛନ୍ତି, ଯେଉଁଥିରେ ଦୁଇ ଦେଶର ବିଭିନ୍ନ କ୍ଷେତ୍ରରେ ପାର୍ଟନରସିପ୍‌କୁ ଆହୁରି ମଜବୁତ କରିବା ଉପରେ ଆଲୋଚନା କରାଯାଇଛି। ଏହି ସମୟରେ ପୁଟିନଙ୍କ ମଜାଳିଆ ଅନ୍ଦାଜ ମଧ୍ୟ ଦେଖିବାକୁ ମିଳି ଥିଲା। କଥାବାର୍ତ୍ତା ବେଳେ ପୁଟିନ କିଛି ଏମିତି କହିଛନ୍ତି ,ଯେଉଁଥିରେ ପିଏମ ମୋଦି ମଧ୍ୟ ଜୋରରେ ହସିବାକୁ ଲାଗିଲେ। 

ଉଲ୍ଲେଖନୀୟ ଯେ, ପୁଟିନ୍‌ ଭାରତ ଓ ରୁଷ୍‌ ମଧ୍ୟରେ ମଜବୁତ ସଂପର୍କ କଥାକୁ କହି ଥିଲେ। ସେ କହିଥିଲେ, ଉଭୟ ଦେଶ ମଧ୍ୟରେ ଏମିତି ସମ୍ୱନ୍ଧ ଅଛି, ଯାହାକୁ ବୁଝିବା ପାଇଁ କୌଣସି ଟ୍ରାନ୍ସଲେଟରର ଆବଶ୍ୟକତା ନାହିଁ।

ପୁଟିନ୍‌ ହାଲକାଫୁଲକା ଅନ୍ଦାଜରେ କହିଥିଲେ, ଆପଣଙ୍କୁ ମୋର ଶବ୍ଦ ବୁଝିବା ପାଇଁ ଟ୍ରାନ୍ସଲେଟରର ଆବଶ୍ୟକତା ନାହିଁ। ଆମ ମଧ୍ୟରେ ଏମିତି ସମ୍ୱନ୍ଧ ଅଛି ଯେ, ମୋତେ ଲାଗୁଛି କି, ଆପଣଙ୍କୁ କୌଣସି ଅନୁବାଦ (ଟ୍ରାନ୍ସଲେଟର)ର ଆବଶ୍ୟକତା ନାହିଁ। ପୁଟିନ୍‌ର ଏହି କଥା ଶୁଣି ପିଏମ୍‌ ମୋଦି ମଧ୍ୟ ନିଜ ହସକୁ ରୋକି ପାରି ନାହାନ୍ତି। ଏହା ପୂର୍ବରୁ ବୈଠକ ବେଳେ ଉଭୟ ନେତା ପରସ୍ପରକୁ ଖୁବ୍‌ ଉତ୍ସାହର ସହ ସ୍ୱାଗତ କରିବା ସହ ଆଲିଙ୍ଗନ କରି ଥିଲେ। ପୁଟିନ୍‌ ଭାରତ ଓ ରୁଷ୍ ମଧ୍ୟରେ ମଜବୁତ୍ ସହଯୋଗର କଥା କହିଥିଲେ ଯେ , ଆମେ ଭାରତ-ରୁଷ୍‌ ସହଯୋଗକୁ ଅତ୍ୟଧିକ ମହତ୍ୱ ଦେଉଛୁ, କାରଣ ଉଭୟ ଦେଶ ବ୍ରିକ୍ସର ସଂସ୍ଥାପକ ସଦସ୍ୟ। ଆମର ବିଧାୟିକା ଗୁଡ଼ିକ ମଧ୍ୟରେ ସହଯୋଗ ବୃଦ୍ଧି , ବିଦେଶ ମନ୍ତ୍ରୀଙ୍କ ମଧ୍ୟରେ ନିରନ୍ତର ବାର୍ତ୍ତା ଓ ବାଣିଜ୍ୟରେ ସକରାତ୍ମକ ବୃଦ୍ଧିକୁ ଆମେ ଦେଖୁଛୁ।

କଜାନରେ ଅନୁଷ୍ଠିତ ବୈଠକରେ ପୁଟିନ କହିଥିଲେ ଯେ, ବ୍ରିକ୍ସ ଭିତରେ ସହଯୋଗକୁ ଆହୁରି ମଜବୁତ କରିବା ପାଇଁ କିଛି ମହତ୍ତ୍ୱପୂର୍ଣ୍ଣ ନିର୍ଣ୍ଣୟ ନିଆଯାଏ। ସେହି ବୈଠକରେ ରୁଷ୍‌-ୟୁକ୍ରେନ ସଂଘର୍ଷରେ ମଧ୍ୟ ଆଲୋଚନା ହୋଇଛି। ପ୍ରଧାନମନ୍ତ୍ରୀ ମୋଦି ଭାରତର ଶାନ୍ତିପୂର୍ଣ୍ଣ ସମାଧାନର ସ୍ଥିତିକୁ ଦୋହରାଇଛନ୍ତି। ସେ କହିଛନ୍ତି , ଆମେ ରୁଷ୍‌ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ସଂଘର୍ଷକୁ ନେଇ ଲଗାତାର ସଂପର୍କରେ ରହିଛୁ। ଯେମିତି ମୁଁ ପ୍ରଥମରୁ କହିଥିଲି , ଆମ ମତରେ ସମସ୍ୟାର ସମାଧାନ ଶାନ୍ତିପୂର୍ଣ୍ଣ ଢଙ୍ଗରେ ହେବା ଉଚିତ୍‌। ପ୍ରଧାନମନ୍ତ୍ରୀ ମୋଦି ଏହା ମଧ୍ୟ କହିଛନ୍ତି ଯେ ଭାରତ ସଂପୂର୍ଣ୍ଣ ରୂପେ ଶାନ୍ତି ଓ ସ୍ଥିରତାର ଶୀଘ୍ର ଫେରିବା ନେଇ ସମର୍ଥନ କରିଥାଏ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.