ପ୍ରମୂଖ ଖବର
  • କେନ୍ଦୁଝର : ପୋଖରୀରେ‌ ଗାଧୋଇବା ବେଳେ ଅଘଟଣ; ଗଭୀର ପାଣିରେ ବୁଡି ପୁଅ, ଝିଅ ସହ ମାଙ୍କ ମୃତ୍ୟୁ
  • ||
  • ନବରଙ୍ଗପୁର : ଗୁରୁସିଙ୍ଗା ଜଙ୍ଗଲରୁ ନିଖୋଜ ନାବାଳକର ଗଳିତ ମୃତଦେହ ଠାବ, କାରଣ ଅସ୍ପଷ୍ଟ
  • ||
  • ନୟାଗଡ : ବିପୁଳ ପରିମାଣର କଫ୍ ସିରଫ ଜବତ, ୩ ଅଟକ
  • ||
  • ବାତ୍ୟା ପାଇଁ ରାଜ୍ୟ ବିଜେପିର ସମସ୍ତ କାର୍ଯ୍ୟକ୍ରମ ବାତିଲ, ଜାରି ହେଲା ହେଲ୍ପ ଲାଇନ ନମ୍ୱର
  • ||
  • ବାତ୍ୟା ପାଇଁ ଟ୍ୱିଟ୍‌ କରି ଚିନ୍ତା ପ୍ରକାଶ କରିଲେ କେନ୍ଦ୍ରମନ୍ତ୍ରୀ, ବ୍ୟାପକ କ୍ଷୟକ୍ଷତି ନହେବାକୁ ମହାପ୍ରଭୁଙ୍କ ପାଖରେ କରିଲେ ପ୍ରାର୍ଥନା
  • ||
  • ମାଡ଼ି ଆସୁଛି ବାତ୍ୟା 'ଦାନା', ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିଛି କେନ୍ଦ୍ରାପଡା ଅଗ୍ନିଶମ ବିଭାଗ
  • ||
  • ବାସୁଦେବପୁର : ବାତ୍ୟା 'ଦାନା'କୁ ନେଇ ପ୍ରଶାସନର ପ୍ରସ୍ତୁତି, ବାସୁଦେବପୁରରେ ପହଞ୍ଚିଲା ୩ ଟି ଓଡ୍ରାଫ ଟିମ୍‌
  • ||
  • ଉମରକୋଟ : ବସ୍‌ ଚାଳକଙ୍କୁ ଛୁରାମାଡ଼, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ସୃଷ୍ଟି ହେଲା ବାତ୍ୟା 'ଦାନା', ଘଣ୍ଟାପ୍ରତି ୧୮ କିଲୋମିଟର ବେଗରେ କରୁଛି ଗତି
  • ||
  • ବାତ୍ୟା ପାଇଁ ୨ ଦିନ ବନ୍ଦ ରହିବ ସୂର୍ଯ୍ୟ ମନ୍ଦିର
  • ||
  • ଲମତାପୁଟ : ଆମ୍ବୁଲାନ୍ସରୁ ୧୭୦ କେଜି ଗଞ୍ଜେଇ ଜବତ, ଡ୍ରାଇଭର ଫେରାର
  • ||
  • ବଲାଙ୍ଗୀର : ବୁଲେଟ୍-ଅଟୋ ମୁହାଁମୁହିଁ ଧକ୍କା, ଦୁର୍ଘଟଣାରେ ଚାଲିଗଲା ଜଣେ ଡାକ୍ତରଙ୍କ ଜୀବନ
  • ||
  • ଭୋଗରାଇ : ବାତ୍ୟା 'ଦାନା' ପାଇଁ ଦୀଘା ଖାଲି କରିବାକୁ ପ୍ରଶାସନର ନିର୍ଦ୍ଦେଶ, ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ହୋଟେଲରେ ହେବନି କୌଣସି ବୁକିଂ
  • ||

ଏଠି ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ଲାଗି ପଥଚାରୀଙ୍କୁ ଜରିମାନା

ନୂଆଦିଲ୍ଲୀ,୨୨/୧୦:ଦୁବାଇ ଏଭଳି ଏକ ସହର ଯାହା ନିଜର ଚାକଚକ୍ୟ, ବିଳାସପୂର୍ଣ୍ଣ ଜୀବନଶୈଳୀ, ସୁଉଚ୍ଚ ଅଟ୍ଟାଳିକା ଓ ଅମାପ ଧନସମ୍ପତ୍ତି ପାଇଁ ସମଗ୍ର ବିଶ୍ୱରେ ପ୍ରସିଦ୍ଧି ପାଇଛି । କିନ୍ତୁ ଏସବୁ ସତ୍ତେ୍ୱ କଠୋର ଆଇନ ପାଇଁ ମଧ୍ୟ ଏ ସହର ବେଶ ଜଣାଶୁଣା । ବେଳେବେଳେ ସହରର କଠୋର ଆଇନ ବିଷୟରେ ଶୁଣି ଅନ୍ୟ ଦେଶ ବି ଚକିତ ହୁଅନ୍ତି । ସଦ୍ୟ ମାମଲା ଦୁବାଇର କଠୋର ଟ୍ରାଫିକ୍‌ ନିୟମକୁ ନେଇ । ଲୋକେ ସାଧାରଣତଃ ତ୍ରୁଟିପୂର୍ଣ୍ଣ ଗାଡ଼ି ଚାଳନା ଓ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ଯୋଗୁ ଜରିମାନାର ସମ୍ମୁଖୀନ ହୋଇଥାନ୍ତି । ଦୁବାଇରେ କିନ୍ତୁ ପଥଚାରୀଙ୍କ ଉପରେ ମଧ୍ୟ ଟ୍ରାଫିକ୍‌ ନିୟମ କଡ଼ାକଡ଼ି ପାଳନର ଚାପ ଥାଏ । ଗଲ୍‌ଫ ନ୍ୟୁଜ୍‌ ଅନୁସାରେ, ବିପଦପୂର୍ଣ୍ଣ ରୂପେ ସଡ଼କ ଅତିକ୍ରମ ଓ ଟ୍ରାଫିକ୍‌ ସିଗ୍ନାଲକୁ ଅଣଦେଖା କରିବା ମାମଲାରେ ଦୁବାଇ ଥାନା ୩୭ ଜଣଙ୍କ ବିରୋଧରେ ଜରିମାନା ଲାଗୁ କରିଛି । ସେମାନଙ୍କ ଉପରେ ୪୦୦ ୟୁଏଇ ଧିରାମ ଜରିମାନା ଲାଗୁ ହୋଇଛି । 

ଚଳିତ ବର୍ଷ ଆରମ୍ଭରୁ ଅଦ୍ୟାବଧି, ଦୁବାଇ ଟ୍ରାଫିକ୍‌ ନିୟମ ଅନ୍ତର୍ଗତ ଅନୁମତି ନ ଥିବା ସ୍ଥାନରୁ ରାସ୍ତା ଅତିକ୍ରମ କରିବା କିମ୍ବା ଟ୍ରାଫିକ୍‌ ସିଗ୍ନାଲ ନିୟମ ଭାଙ୍ଗିବା ଯୋଗୁ ୪୦୦ ୟୁଏଇ ଧିରାମ ଜରିମାନା ଲାଗୁ ହେଉଛି । ଦୁବାଇର ଜୟୱାକିଙ୍ଗ୍‌ ନିୟମ ଅତ୍ୟନ୍ତ କଠୋର । ଏହାର ଅର୍ଥ ଅନୁମତି ବିନା ନିର୍ଦ୍ଦିଷ୍ଟ ସ୍ଥାନରୁ ରାସ୍ତା ପାର୍‌ ହେବା । ଯେତେବେଳେ ବ୍ୟକ୍ତି ଟ୍ରାଫିକ୍‌ ସିଗ୍ନାଲ ବା ଜେବ୍ରା କ୍ରସିଂକୁ ଅଣଦେଖା କରି ଅନୁମତି ନ ଥିବା ରାସ୍ତା ମଝିରୁ କିମ୍ବା ଏକ ନିର୍ଦ୍ଦିଷ୍ଟ ସ୍ଥାନରୁ ରାସ୍ତା ପାର କରନ୍ତି, ଏହାକୁ ଜୟୱାକିଙ୍ଗ୍‌ କୁହାଯାଏ । ଦୁବାଇ ପୁଲିସ ବାରମ୍ବାର ଚେତାବନୀ ଦିଏ ଯେ ଜୟୱାକିଙ୍ଗ୍‌ର ଘାତକ ପରିଣାମ ହୋଇପାରେ । ଗତ ବର୍ଷ ଜୟୱାକିଙ୍ଗ୍‌ ଯୋଗୁ ୮ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୩୩୯ ଜଣ ଆହତ ହୋଇଥିଲେ । ଗଲ୍‌ଫ ନ୍ୟୁଜ୍‌ ଅନୁସାରେ, ୨୦୨୩ ମସିହାରେ ୪୪ ହଜାରରୁ ଅଧିକ ଲୋକଙ୍କ ଉପରେ ଜୟୱାକିଙ୍ଗ୍‌ ଯୋଗୁ ଜରିମାନା ଲାଗୁ ହୋଇଥିଲା । ଦୁବାଇ ପୁଲିସ ନିୟମିତ ସ୍ପଷ୍ଟ କରେ ଯେ ରାସ୍ତା ପାର ହେବା ସମୟରେ ଯାତାୟାତ ନିୟମର ପାଳନ ଜରୁରି । ରାସ୍ତା ପାରି ହେବାର ସଠିକ୍‌ ନିୟମ ପାଳନ ଲାଗି ଲୋକଙ୍କୁ ଅପିଲ ମଧ୍ୟ କରେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.