ପ୍ରମୂଖ ଖବର
  • ଘଣ୍ଟା ପ୍ରତି ୧୨ କିଲୋମିଟର ବେଗରେ ମାଡ଼ି ଆସୁଛି ଦାନା
  • ||
  • ବାତ୍ୟା ଦାନା ପାଇଁ ୨ ଦିନ ବନ୍ଦ ରହିବ ହାଇକୋର୍ଟ
  • ||
  • କେନ୍ଦୁଝର : ପୋଖରୀରେ‌ ଗାଧୋଇବା ବେଳେ ଅଘଟଣ; ଗଭୀର ପାଣିରେ ବୁଡି ପୁଅ, ଝିଅ ସହ ମାଙ୍କ ମୃତ୍ୟୁ
  • ||
  • ନବରଙ୍ଗପୁର : ଗୁରୁସିଙ୍ଗା ଜଙ୍ଗଲରୁ ନିଖୋଜ ନାବାଳକର ଗଳିତ ମୃତଦେହ ଠାବ, କାରଣ ଅସ୍ପଷ୍ଟ
  • ||
  • ନୟାଗଡ : ବିପୁଳ ପରିମାଣର କଫ୍ ସିରଫ ଜବତ, ୩ ଅଟକ
  • ||
  • ବାତ୍ୟା ପାଇଁ ରାଜ୍ୟ ବିଜେପିର ସମସ୍ତ କାର୍ଯ୍ୟକ୍ରମ ବାତିଲ, ଜାରି ହେଲା ହେଲ୍ପ ଲାଇନ ନମ୍ୱର
  • ||
  • ବାତ୍ୟା ପାଇଁ ଟ୍ୱିଟ୍‌ କରି ଚିନ୍ତା ପ୍ରକାଶ କରିଲେ କେନ୍ଦ୍ରମନ୍ତ୍ରୀ, ବ୍ୟାପକ କ୍ଷୟକ୍ଷତି ନହେବାକୁ ମହାପ୍ରଭୁଙ୍କ ପାଖରେ କରିଲେ ପ୍ରାର୍ଥନା
  • ||
  • ମାଡ଼ି ଆସୁଛି ବାତ୍ୟା 'ଦାନା', ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିଛି କେନ୍ଦ୍ରାପଡା ଅଗ୍ନିଶମ ବିଭାଗ
  • ||
  • ବାସୁଦେବପୁର : ବାତ୍ୟା 'ଦାନା'କୁ ନେଇ ପ୍ରଶାସନର ପ୍ରସ୍ତୁତି, ବାସୁଦେବପୁରରେ ପହଞ୍ଚିଲା ୩ ଟି ଓଡ୍ରାଫ ଟିମ୍‌
  • ||
  • ଉମରକୋଟ : ବସ୍‌ ଚାଳକଙ୍କୁ ଛୁରାମାଡ଼, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ସୃଷ୍ଟି ହେଲା ବାତ୍ୟା 'ଦାନା', ଘଣ୍ଟାପ୍ରତି ୧୮ କିଲୋମିଟର ବେଗରେ କରୁଛି ଗତି
  • ||
  • ବାତ୍ୟା ପାଇଁ ୨ ଦିନ ବନ୍ଦ ରହିବ ସୂର୍ଯ୍ୟ ମନ୍ଦିର
  • ||
  • ଲମତାପୁଟ : ଆମ୍ବୁଲାନ୍ସରୁ ୧୭୦ କେଜି ଗଞ୍ଜେଇ ଜବତ, ଡ୍ରାଇଭର ଫେରାର
  • ||
  • ବଲାଙ୍ଗୀର : ବୁଲେଟ୍-ଅଟୋ ମୁହାଁମୁହିଁ ଧକ୍କା, ଦୁର୍ଘଟଣାରେ ଚାଲିଗଲା ଜଣେ ଡାକ୍ତରଙ୍କ ଜୀବନ
  • ||
  • ଭୋଗରାଇ : ବାତ୍ୟା 'ଦାନା' ପାଇଁ ଦୀଘା ଖାଲି କରିବାକୁ ପ୍ରଶାସନର ନିର୍ଦ୍ଦେଶ, ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ହୋଟେଲରେ ହେବନି କୌଣସି ବୁକିଂ
  • ||

ଗୁରୁବାର ପୃଥିବୀର ନିକଟତର ହେବ ୬ଟି ବଡ଼ ଆଷ୍ଟ୍ରଏଡ୍‌, ସୂଚନା ଦେଲା ନାସା

ନୂଆଦିଲ୍ଲୀ: ଗୁରୁବାର (ଅକ୍ଟୋବର ୨୪) ପୃଥିବୀ ସହ ନିକଟତର ହେବ ୬ ଆଷ୍ଟ୍ରଏଡ୍‌ । ଆମେରିକୀୟ ମହକାଶ ଗବେଷଣା ସଂସ୍ଥା (ନାସା) ଏହି ୬ଟି ଆଷ୍ଟ୍ରଏଡ୍‌କୁ ଚିହ୍ନଟ କରିଛି ।  ଏହି ସବୁ ଆଷ୍ଟ୍ରଏଡ୍‌ ମଧ୍ୟରେ ସବୁଠାରୁ ବଡ଼ ଆଷ୍ଟ୍ରଏଡ୍‌ର ଦୈର୍ଘ୍ୟ ପ୍ରାୟ ୫୮୦ ଫୁଟ୍‌ ହେବ ବୋଲି ଜଣାପଡ଼ିଛି । ଯଦିଓ ଏସବୁ ଆଷ୍ଟ୍ରଏଡ୍‌ ପୃଥିବୀ ପ୍ରତି କୌଣସି ବିପଦ ସୃଷ୍ଟି କରିବ ନାହିଁ, ତଥାପି ପୃଥିବୀର ନିକଟତର ହେଉଥିବା ମହାଜାଗତିକ ବସ୍ତୁ ସଂପର୍କରେ ଗବେଷଣା କରିବାକୁ ବୈଜ୍ଞାନିକମାନଙ୍କୁ ସୁଯୋଗ ମିଳିବ ।

 ଯେଉଁସବୁ ଆଷ୍ଟ୍ରଏଡ୍‌ ପୃଥିବୀ ନିକଟରେ ଗତି କରିବାକୁ ଅଛି ସେସବୁ ପ୍ରାୟ ୪.୬ ବିଲିୟନ୍‌ ବର୍ଷ ପୂର୍ବରୁ ସୃଷ୍ଟି ହୋଇଥିଲା । ଆମ ସୌରଜଗତ ସୃଷ୍ଟି ହେବା ପୂର୍ବରୁ ଏସବୁର ସୃଷ୍ଟି ହୋଇଥିଲା ବୋଲି ନାସା ବୈଜ୍ଞାନିକମାନେ ଦାବି କରିଛନ୍ତି ।  ୬ ଆଷ୍ଟ୍ରଏଡ୍‌ ମଧ୍ୟରୁ ପୃଥିବୀର ଅଧିକ ନିକଟ ଦେଇ ଗତି କରିବ ୨୦୨୩ TG14 । ପୃଥିବୀର ବାୟୁମଣ୍ଡଳରୁ ପ୍ରାୟ ୨.୫ ମିଲିୟନ୍‌ କିଲୋମିଟର ଦୂରରେ ଅତିକ୍ରମ କରିବ ଏହି ଆଷ୍ଟ୍ରଏଡ୍‌ । ଏହାର ବ୍ୟାସ ୧୮ରୁ ୪୧ ମିଟର ମଧ୍ୟରେ ହୋଇଥିବା ବେଳେ ଏହା ୬.୯ କିଲୋମିଟର ପ୍ରତି ସେକେଣ୍ଡ ବେଗରେ ଅତିକ୍ରମ କରିବ । 

ଛ’ଟି ଆଷ୍ଟ୍ରଏଡ୍‌ ମଧ୍ୟରୁ ସବୁଠାରୁ ବଡ଼ ହେଉଛି ୩୬୩୩୦୫ (୨୦୦୨ NV 16) । ଏହାର ବ୍ୟାସ ୫୮୦ ଫୁଟ୍‌ ହୋଇଥିବା ବେଳେ ଏହି ଆଷ୍ଟ୍ରଏଡ୍‌ ପୃଥିବୀ ପୃଷ୍ଠରୁ ୪.୫ ମିଲିୟନ୍‌ କିଲୋମିଟର ଦୂରରେ ଅତିକ୍ରମ କରିବ ।  ଏହି ସମୟରେ ୪.୮୭ କିଲୋମିଟର ପ୍ରତି ସେକେଣ୍ଡ ବେଗରେ ଗତି କରିବ ୨୦୦୨ NV 16 ।  ଏହା ବ୍ୟତୀତ 2015 HM1 ଆଷ୍ଟ୍ରଏଡ୍‌  ୧୦.୮୮ କିଲୋମିଟର ପ୍ରତି ସେକେଣ୍ଡ ବେଗରେ ପୃଥିବୀ ଉପର ଦେଇ ଗତି କରିବ । ସେହିଭଳି ଅନ୍ୟ ୩ ଆଷ୍ଟ୍ରଏଡ୍‌ 2024 TP17, 2024 TR6 ଏବଂ 2021 UE2 ପୃଥିବୀର ନିକଟତର ହେବ ବୋଲି ନାସା ଆକଳନ କରିଛି । ଏସବୁ ଆଷ୍ଟ୍ରଏଡ୍‌ ପୃଥିବୀ ପ୍ରତି ବିପଦ ସୃଷ୍ଟି କରିବ ନାହିଁ । କିନ୍ତୁ ଏସବୁର ତଥ୍ୟ ଭବିଷ୍ୟତରେ ପୃଥିବୀ ପ୍ରତି ଥିବା ସମ୍ଭାବ୍ୟ ବିପଦ ସଂପର୍କରେ ଜାଣିବାକୁ ବୈଜ୍ଞାନିକଙ୍କୁ ସକ୍ଷମ କରିବ ବୋଲି କୁହାଯାଉଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.