ପ୍ରମୂଖ ଖବର
  • ଘଣ୍ଟା ପ୍ରତି ୧୨ କିଲୋମିଟର ବେଗରେ ମାଡ଼ି ଆସୁଛି ଦାନା
  • ||
  • ବାତ୍ୟା ଦାନା ପାଇଁ ୨ ଦିନ ବନ୍ଦ ରହିବ ହାଇକୋର୍ଟ
  • ||
  • କେନ୍ଦୁଝର : ପୋଖରୀରେ‌ ଗାଧୋଇବା ବେଳେ ଅଘଟଣ; ଗଭୀର ପାଣିରେ ବୁଡି ପୁଅ, ଝିଅ ସହ ମାଙ୍କ ମୃତ୍ୟୁ
  • ||
  • ନବରଙ୍ଗପୁର : ଗୁରୁସିଙ୍ଗା ଜଙ୍ଗଲରୁ ନିଖୋଜ ନାବାଳକର ଗଳିତ ମୃତଦେହ ଠାବ, କାରଣ ଅସ୍ପଷ୍ଟ
  • ||
  • ନୟାଗଡ : ବିପୁଳ ପରିମାଣର କଫ୍ ସିରଫ ଜବତ, ୩ ଅଟକ
  • ||
  • ବାତ୍ୟା ପାଇଁ ରାଜ୍ୟ ବିଜେପିର ସମସ୍ତ କାର୍ଯ୍ୟକ୍ରମ ବାତିଲ, ଜାରି ହେଲା ହେଲ୍ପ ଲାଇନ ନମ୍ୱର
  • ||
  • ବାତ୍ୟା ପାଇଁ ଟ୍ୱିଟ୍‌ କରି ଚିନ୍ତା ପ୍ରକାଶ କରିଲେ କେନ୍ଦ୍ରମନ୍ତ୍ରୀ, ବ୍ୟାପକ କ୍ଷୟକ୍ଷତି ନହେବାକୁ ମହାପ୍ରଭୁଙ୍କ ପାଖରେ କରିଲେ ପ୍ରାର୍ଥନା
  • ||
  • ମାଡ଼ି ଆସୁଛି ବାତ୍ୟା 'ଦାନା', ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିଛି କେନ୍ଦ୍ରାପଡା ଅଗ୍ନିଶମ ବିଭାଗ
  • ||
  • ବାସୁଦେବପୁର : ବାତ୍ୟା 'ଦାନା'କୁ ନେଇ ପ୍ରଶାସନର ପ୍ରସ୍ତୁତି, ବାସୁଦେବପୁରରେ ପହଞ୍ଚିଲା ୩ ଟି ଓଡ୍ରାଫ ଟିମ୍‌
  • ||
  • ଉମରକୋଟ : ବସ୍‌ ଚାଳକଙ୍କୁ ଛୁରାମାଡ଼, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ସୃଷ୍ଟି ହେଲା ବାତ୍ୟା 'ଦାନା', ଘଣ୍ଟାପ୍ରତି ୧୮ କିଲୋମିଟର ବେଗରେ କରୁଛି ଗତି
  • ||
  • ବାତ୍ୟା ପାଇଁ ୨ ଦିନ ବନ୍ଦ ରହିବ ସୂର୍ଯ୍ୟ ମନ୍ଦିର
  • ||
  • ଲମତାପୁଟ : ଆମ୍ବୁଲାନ୍ସରୁ ୧୭୦ କେଜି ଗଞ୍ଜେଇ ଜବତ, ଡ୍ରାଇଭର ଫେରାର
  • ||
  • ବଲାଙ୍ଗୀର : ବୁଲେଟ୍-ଅଟୋ ମୁହାଁମୁହିଁ ଧକ୍କା, ଦୁର୍ଘଟଣାରେ ଚାଲିଗଲା ଜଣେ ଡାକ୍ତରଙ୍କ ଜୀବନ
  • ||
  • ଭୋଗରାଇ : ବାତ୍ୟା 'ଦାନା' ପାଇଁ ଦୀଘା ଖାଲି କରିବାକୁ ପ୍ରଶାସନର ନିର୍ଦ୍ଦେଶ, ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ହୋଟେଲରେ ହେବନି କୌଣସି ବୁକିଂ
  • ||

ଦିଲ୍ଲୀ ପ୍ରଦୂଷଣ ନେଇ କେନ୍ଦ୍ର ଉପରେ ବର୍ଷିଲେ ସୁପ୍ରିମକୋର୍ଟ, କହିଲେ-କାହିଁକି ନିଆଯାଉଛି ଅଳ୍ପ ଜରିମାନା ?

ନୂଆଦିଲ୍ଲୀ,୨୩।୧୦:  ଦିଲ୍ଲୀ-ଏନ୍‌ସିଆରରେ ପ୍ରଦୂଷଣ ସଙ୍କଟ ନେଇ ବୁଧବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହି ସମୟରେ କୋର୍ଟ ପଞ୍ଜାବ ଓ ହରିୟାଣା ସରକାରଙ୍କୁ କଡ଼ା ଭର୍ତ୍ସନା କରିଛନ୍ତି। କୋର୍ଟ କହିଛନ୍ତି, ପ୍ରଦୂଷଣ ମାମଲାରେ କମ୍ ଜରିମାନା କାହିଁକି ହେଉଛି, ଏଭଳି କରି ଆପଣ ଲୋକଙ୍କୁ ପ୍ରୋତ୍ସାହିତ କରୁଛନ୍ତି। ସେଭଳି କୋର୍ଟ କୁଟା ଜାଳିବା ପ୍ରସଙ୍ଗରେ CAQM (Commission for Air Quality Management) ଉପରେ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କୋର୍ଟ କହିଛନ୍ତି, ପ୍ରଦୂଷଣକୁ ରୋକିବାରେ ବିଫଳ ଥିବା ଅଧିକାରୀଙ୍କ ଉପରେ ସିଧା କାର୍ଯ୍ୟାନୁଷ୍ଠାନ କାହିଁକି କରାଯାଇ ନାହିଁ। ଏହା ବଦଳରେ ତାଙ୍କୁ କେବଳ ନୋଟି ଜାରି କରି ଜବାବ ମଗା ଯାଇଛି ?

ସାମନାକୁ ଆସିଛି ଯେ, ସୁପ୍ରିମକୋର୍ଟ ବାୟୁ ପ୍ରଦୂଷଣକୁ ନେଇ ଗଭୀର ଚିନ୍ତା ପ୍ରକାଶ କରି କେନ୍ଦ୍ର ସରକାରଙ୍କୁ ଦୁଇ ସପ୍ତାହର ସମୟ ଦେଇଛନ୍ତି ସେ ପରିବେଶ ସଂରକ୍ଷଣ ଅଧିନିୟମ(ଇପିଏ) ଅନୁସାରେ ନିୟମ ତିଆରି କରନ୍ତୁ ଓ ଦାୟିତ୍ବବାନ ଅଧିକାରୀଙ୍କୁ ନିଯୁକ୍ତି କରନ୍ତୁ। କୋର୍ଟ କଡା ଶବ୍ଦରେ କହିଛନ୍ତି, ଏହା କେବଳ ଆଇନର ଉଲଂଘନ ମାମଲା ନୁହେଁ, ବଂର ନାଗରିକତାର ମୌଳିକ ଅଧିକାରର ଖୋଲା ଉଲଂଘନ।

କୋର୍ଟ ପଞ୍ଜାବ ଓ ହରିୟାଣାରେ କୁଟା ଜାଳୁଥିବା ଘଟଣା ସମ୍ପର୍କରେ ଆଲୋଚନା କରି କହିଛନ୍ତି, ଦୁଇ ରାଜ୍ୟର ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ଅଧା ରହିଛି। ପଞ୍ଜାବରେ  ୧୦୯୮ ମାମଲରୁ କେବଳ ୪୮୩ଙ୍କୁ କ୍ଷତିପୂରଣ ମିଳିଛି, ସେଭଳି ହରିୟାଣାରେ ୪୯୮ ମାମଲାରୁ କେବଳ ୯୩ ବ୍ୟକ୍ତିଙ୍କ ବିରୋଧରେ ଏଫ୍‌ଆଇଆର ରୁଜୁ କରାଯାଇଛି। କୋର୍ଟ କହିଛନ୍ତି, ଏହା ସ୍ପଷ୍ଟ ଯେ, ଆଇନକୁ କଡା ଭାବରେ ପାଳନ କରାଯାଉନି ଓ ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର। ସେଭଳି ସଲିସିଟର ଜେନେରାଲ କୋର୍ଟଙ୍କୁ ଆଶ୍ବାସନା ଦେଇଛନ୍ତି ଯେ, ୧୦ ଦିନ ଭିତରେ ନିୟମ ତିଆରି କରାଯିବ ଓ ପୁରା ବ୍ୟବସ୍ଥାକୁ ଲାଗୁ କରାଯିବ। ଏହାପରେ କୋର୍ଟ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇଛନ୍ତି ଏବେ ସମୟ ଆସିଗଲା ନାଗରିକଙ୍କୁ ସ୍ବଚ୍ଛ ପରିବେଶରେ ବଞ୍ଚିବାର ମୌଳିକ ଅଧିକାରକୁ ସୁରକ୍ଷିତ କରାଯାଉ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.