ପ୍ରମୂଖ ଖବର
  • ଘଣ୍ଟା ପ୍ରତି ୧୨ କିଲୋମିଟର ବେଗରେ ମାଡ଼ି ଆସୁଛି ଦାନା
  • ||
  • ବାତ୍ୟା ଦାନା ପାଇଁ ୨ ଦିନ ବନ୍ଦ ରହିବ ହାଇକୋର୍ଟ
  • ||
  • କେନ୍ଦୁଝର : ପୋଖରୀରେ‌ ଗାଧୋଇବା ବେଳେ ଅଘଟଣ; ଗଭୀର ପାଣିରେ ବୁଡି ପୁଅ, ଝିଅ ସହ ମାଙ୍କ ମୃତ୍ୟୁ
  • ||
  • ନବରଙ୍ଗପୁର : ଗୁରୁସିଙ୍ଗା ଜଙ୍ଗଲରୁ ନିଖୋଜ ନାବାଳକର ଗଳିତ ମୃତଦେହ ଠାବ, କାରଣ ଅସ୍ପଷ୍ଟ
  • ||
  • ନୟାଗଡ : ବିପୁଳ ପରିମାଣର କଫ୍ ସିରଫ ଜବତ, ୩ ଅଟକ
  • ||
  • ବାତ୍ୟା ପାଇଁ ରାଜ୍ୟ ବିଜେପିର ସମସ୍ତ କାର୍ଯ୍ୟକ୍ରମ ବାତିଲ, ଜାରି ହେଲା ହେଲ୍ପ ଲାଇନ ନମ୍ୱର
  • ||
  • ବାତ୍ୟା ପାଇଁ ଟ୍ୱିଟ୍‌ କରି ଚିନ୍ତା ପ୍ରକାଶ କରିଲେ କେନ୍ଦ୍ରମନ୍ତ୍ରୀ, ବ୍ୟାପକ କ୍ଷୟକ୍ଷତି ନହେବାକୁ ମହାପ୍ରଭୁଙ୍କ ପାଖରେ କରିଲେ ପ୍ରାର୍ଥନା
  • ||
  • ମାଡ଼ି ଆସୁଛି ବାତ୍ୟା 'ଦାନା', ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିଛି କେନ୍ଦ୍ରାପଡା ଅଗ୍ନିଶମ ବିଭାଗ
  • ||
  • ବାସୁଦେବପୁର : ବାତ୍ୟା 'ଦାନା'କୁ ନେଇ ପ୍ରଶାସନର ପ୍ରସ୍ତୁତି, ବାସୁଦେବପୁରରେ ପହଞ୍ଚିଲା ୩ ଟି ଓଡ୍ରାଫ ଟିମ୍‌
  • ||
  • ଉମରକୋଟ : ବସ୍‌ ଚାଳକଙ୍କୁ ଛୁରାମାଡ଼, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ସୃଷ୍ଟି ହେଲା ବାତ୍ୟା 'ଦାନା', ଘଣ୍ଟାପ୍ରତି ୧୮ କିଲୋମିଟର ବେଗରେ କରୁଛି ଗତି
  • ||
  • ବାତ୍ୟା ପାଇଁ ୨ ଦିନ ବନ୍ଦ ରହିବ ସୂର୍ଯ୍ୟ ମନ୍ଦିର
  • ||
  • ଲମତାପୁଟ : ଆମ୍ବୁଲାନ୍ସରୁ ୧୭୦ କେଜି ଗଞ୍ଜେଇ ଜବତ, ଡ୍ରାଇଭର ଫେରାର
  • ||
  • ବଲାଙ୍ଗୀର : ବୁଲେଟ୍-ଅଟୋ ମୁହାଁମୁହିଁ ଧକ୍କା, ଦୁର୍ଘଟଣାରେ ଚାଲିଗଲା ଜଣେ ଡାକ୍ତରଙ୍କ ଜୀବନ
  • ||
  • ଭୋଗରାଇ : ବାତ୍ୟା 'ଦାନା' ପାଇଁ ଦୀଘା ଖାଲି କରିବାକୁ ପ୍ରଶାସନର ନିର୍ଦ୍ଦେଶ, ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ହୋଟେଲରେ ହେବନି କୌଣସି ବୁକିଂ
  • ||

ବିଶ୍ୱରୁ ଟଳିଯିବ ବଡ଼ ବିପଦ ! କମିବ ବାୟୁମଣ୍ଡଳର ତାପମାତ୍ରା, ଆଶ୍ଚର୍ଯ୍ୟଜନକ ଖୁଲାସା କଲେ ବୈଜ୍ଞାନିକ

ନୂଆଦିଲ୍ଲୀ, ୨୩।୧୦: ଦିନକୁ ଦିନ ବୃଦ୍ଧି ପାଉଛି ବିଶ୍ୱର ତାପମାତ୍ରା । କ୍ଲାଇମେଟ ଚେଞ୍ଜ ସମସ୍ୟା କ୍ରମାଗତ ଭାବେ ବଢ଼ିବାରେ ଲାଗିଥିବା ବେଳେ ଏହାର ସମାଧାନ କରିବା ମିଳିତ ଜାତିସଂଘ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି । ଯାହାକୁ ନେଇ ଚିନ୍ତାରେ ବୈଜ୍ଞାନିକ । ତେବେ ଏହି ସମସ୍ୟାର ସମାଧାନ ପାଇଁ ବୈଜ୍ଞାନିକମାନେ ରିସର୍ଚ୍ଚ କରି ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି । ଏହାର ସମାଧାନ ପାଇଁ ଏକ ଉପାଦାନକୁ ବିକଳ୍ପ ଭାବେ ବାଛିଛନ୍ତି ବୈଜ୍ଞାନିକ । ଯାହାକୁ ଉପଯୋଗ କରି ହ୍ରାସ ହେବ ବାୟୁମଣ୍ଡଳରେ ତାପମାତ୍ରା । ଏବେ ବାୟୁମଣ୍ଡଳ ତାପମାତ୍ରା ହ୍ରାସ କରିବାରେ ସହାୟକ ହେବ ହୀରା । ହୀରା ଗୁଣ୍ଡକୁ ଉପଯୋଗ କରି ପୃଥିବୀର ତାପମାତ୍ରା ହ୍ରାସ କରିହେବ ବୋଲି କହିଛନ୍ତି ବୈଜ୍ଞାନିକ ।   

ବୈଜ୍ଞାନିକଙ୍କ କହିବାନୁସାରେ, ପୃଥିବୀର ବାୟୁମଣ୍ଡଳରେ ଯଦି ପ୍ରତିବର୍ଷ ଲକ୍ଷ ଲକ୍ଷ ଟନ୍ ହୀରା ଗୁଣ୍ଡ ବା ଡଷ୍ଟ ଛିଞ୍ଚାଯାଏ, ତେବେ ପୃଥିବୀର ତାପମାତ୍ରା ଥଣ୍ଡା ହୋଇପାରେ । ଇନଷ୍ଟିଚ୍ୟୁଟ୍ ଫର୍ ଆଟମୋସଫିଅରିକ୍ ଆଣ୍ଡ କ୍ଲାଇମେଟ୍ ସାଇନ୍ସ ଆଟ୍ ETH Zurich ରିପୋର୍ଟରେ ପ୍ରକାଶିତ ଏହି ତଥ୍ୟ ଅବିଶ୍ୱସନୀୟ ଲାଗୁଥାଇଥାରେ, ମାତ୍ର ଏହା ପ୍ରଥମ ଥର ଘଟୁନାହିଁ । ଏହା ପୂର୍ବରୁ ମଧ୍ୟ ଅନେକ କମ୍ପାଉଣ୍ଡ ଯେପରିକି ସଲଫର୍, ଆଲୁମିନିୟମ୍ ଓ ସିଲିକନର ଉପଯୋଗ କରି ଏହି ସମସ୍ୟାକୁ ସମାଧାନ କରିବା ନେଇ ପ୍ରସ୍ତାବ ଦିଆଯାଇଥିଲା । ହୀରାର ଧୂଳି ବା ଅନ୍ୟ କୌଣସି କମ୍ପାଉଣ୍ଡକୁ ଛିଞ୍ଚା ଯିବା ଦ୍ୱାରା ସୂର୍ଯ୍ୟରୁ ଆସୁଥିବା ରେଡିଏସନକୁ ପୁଣି ଥରେ ମହାକାଶକୁ ପଠାଇବା ସମ୍ଭବ ହୋଇପାରେ । ଏହାଫଳରେ ପୃଥିବୀର ବର୍ଦ୍ଧିତ ତାପମାତ୍ରାରେ ହ୍ରାସ ଘଟିପାରେ । ସୋଲାର ରେଡିଏସନ ମ୍ୟାନେଜମେଣ୍ଟ (ଏସଆରଏମ) ମାଧ୍ୟମରେ ସୂର୍ଯ୍ୟରୁ ଆସୁଥିବା ରେଡିଏସନକୁ ପୁନର୍ବାର ମହାକାଶକୁ ପଠାଯାଇପାରେ । ଏହାଦ୍ୱାରା ସୂର୍ଯ୍ୟ କିରଣକୁ ପୃଥିବୀ ପର୍ଯ୍ୟନ୍ତ ପହଞ୍ଚିବାକୁ ରୋକାଯାଇପାରିବ । ଏ ପ୍ରକାର ସମାଧାନକୁ ସାଧାରଣ ଭାବେ ଜିୟୋ-ଇଞ୍ଜିନିୟରିଂ କୁହାଯାଏ । ଏଥିରେ ବାୟୁମଣ୍ଡଳୀୟ ପ୍ରକ୍ରିୟାଗୁଡ଼ିକୁ ନିୟନ୍ତ୍ରିତ କରି ପରିବେଶୀୟ ସମସ୍ୟାର ସମାଧାନ କରାଯାଇଥାଏ । ଅନ୍ୟ କମ୍ପାଉଣ୍ଡ ଅପେକ୍ଷା ହୀରାର ଗୁଣ୍ଡ ଏହି କାମକୁ ଅଧିକ ପ୍ରଭାବୀ ଢଙ୍ଗାରେ କରିପାରେ । 

ପୂର୍ବରୁ ଯେଉଁସବୁ ଉପାଦାନଗୁଡ଼ିକୁ ବିଚାର କରାଯାଇଥିଲା, ସେଗୁଡ଼ିକଠାରୁ ହୀରାର ଗୁଣ୍ଡ ଅଧିକ ପ୍ରଭାବଶାଳୀ ବୋଲି ରିସର୍ଚ୍ଚରେ ଜଣାପଡ଼ିଛି । ବର୍ତ୍ତମାନ ସୁଦ୍ଧା ଗ୍ଲୋବାଲ ୱାର୍ମିଂକୁ ରୋକିବା ପାଇଁ ଯେଉଁସବୁ ଉପାୟ ଆପଣାଯାଇଛି, ସେଗୁଡ଼ିକ ପର୍ଯ୍ୟାପ୍ତ ବୋଲି ପ୍ରମାଣିତ ହୋଇନାହିଁ । ହୀରାର ଧୂଳିକୁ ଉପଯୋଗ କରି ୧.୬ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ତାପମାତ୍ରା କମିପାରେ ବୋଲି ଜିୟୋଫିଜିକାଲ ରିସର୍ଚ୍ଚରେ ରିପୋର୍ଟ ପ୍ରକାଶ ପାଇଛି । ମାତ୍ର, ଏହି ଉପଲବ୍ଧି ହାସଲ କରିବା ପାଇଁ ପ୍ରତିବର୍ଷ ପାଖାପାଖି ୫ ମିଲିୟନ ଟନ୍ ହୀରାର ଗୁଣ୍ଡକୁ ବାୟୁମଣ୍ଡଳରେ ଛିଞ୍ଚିବାକୁ ପଡ଼ିବ । ଜାଣି ଆଶ୍ଚର୍ଯ୍ୟ ହେବେ, ଏଥିପାଇଁ ୧୬୮ ହଜାର କୋଟିରୁ ଉର୍ଦ୍ଧ୍ୱ ଖର୍ଚ୍ଚ ହେବ । ତେବେ ଏହାକୁ ଲାଗୁ କରିବାରେ ଅତ୍ୟାଧୁନିକ ଜ୍ଞାନକୌଶଳ ଓ ଖର୍ଚ୍ଚ ସମ୍ବନ୍ଧୀୟ ଚ୍ୟାଲେଞ୍ଜକୁ ସାମ୍ନା କରିବାକୁ ପଡ଼ିପାରେ । ହୀରାର ଧୂଳି ଛିଞ୍ଚିବା ଦ୍ୱାରା ପ୍ରାକୃତିକ ପ୍ରକ୍ରିୟାରେ ହସ୍ତକ୍ଷେପ ହୋଇପାରେ । ତେଣୁ ଏହି ଅପ୍ରତ୍ୟାଶିତ ଫଳାଫଳ ବିଶ୍ୱସ୍ତରରେ ଓ କ୍ଷେତ୍ରୀୟ ସ୍ତରରେ ମୌସୁମୀ ପ୍ରଣାଳୀ ଓ ବର୍ଷା ବିତରଣକୁ ପ୍ରଭାବିତ କରିପାରେ । ଏଥିସହିତ ପ୍ରାକୃତିକ ସୌରରଶ୍ମିରେ ପରିବର୍ତ୍ତନ ହେବା ଦ୍ୱାରା ତାହା ଚାଷ ଉପରେ ପ୍ରଭାବ ପକାଇବା ସହ ଜୀବନ ପାଇଁ ମଧ୍ୟ ହାନିକାରକ ହୋଇପାରେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.