ପ୍ରମୂଖ ଖବର
  • ଘଣ୍ଟା ପ୍ରତି ୧୨ କିଲୋମିଟର ବେଗରେ ମାଡ଼ି ଆସୁଛି ଦାନା
  • ||
  • ବାତ୍ୟା ଦାନା ପାଇଁ ୨ ଦିନ ବନ୍ଦ ରହିବ ହାଇକୋର୍ଟ
  • ||
  • କେନ୍ଦୁଝର : ପୋଖରୀରେ‌ ଗାଧୋଇବା ବେଳେ ଅଘଟଣ; ଗଭୀର ପାଣିରେ ବୁଡି ପୁଅ, ଝିଅ ସହ ମାଙ୍କ ମୃତ୍ୟୁ
  • ||
  • ନବରଙ୍ଗପୁର : ଗୁରୁସିଙ୍ଗା ଜଙ୍ଗଲରୁ ନିଖୋଜ ନାବାଳକର ଗଳିତ ମୃତଦେହ ଠାବ, କାରଣ ଅସ୍ପଷ୍ଟ
  • ||
  • ନୟାଗଡ : ବିପୁଳ ପରିମାଣର କଫ୍ ସିରଫ ଜବତ, ୩ ଅଟକ
  • ||
  • ବାତ୍ୟା ପାଇଁ ରାଜ୍ୟ ବିଜେପିର ସମସ୍ତ କାର୍ଯ୍ୟକ୍ରମ ବାତିଲ, ଜାରି ହେଲା ହେଲ୍ପ ଲାଇନ ନମ୍ୱର
  • ||
  • ବାତ୍ୟା ପାଇଁ ଟ୍ୱିଟ୍‌ କରି ଚିନ୍ତା ପ୍ରକାଶ କରିଲେ କେନ୍ଦ୍ରମନ୍ତ୍ରୀ, ବ୍ୟାପକ କ୍ଷୟକ୍ଷତି ନହେବାକୁ ମହାପ୍ରଭୁଙ୍କ ପାଖରେ କରିଲେ ପ୍ରାର୍ଥନା
  • ||
  • ମାଡ଼ି ଆସୁଛି ବାତ୍ୟା 'ଦାନା', ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିଛି କେନ୍ଦ୍ରାପଡା ଅଗ୍ନିଶମ ବିଭାଗ
  • ||
  • ବାସୁଦେବପୁର : ବାତ୍ୟା 'ଦାନା'କୁ ନେଇ ପ୍ରଶାସନର ପ୍ରସ୍ତୁତି, ବାସୁଦେବପୁରରେ ପହଞ୍ଚିଲା ୩ ଟି ଓଡ୍ରାଫ ଟିମ୍‌
  • ||
  • ଉମରକୋଟ : ବସ୍‌ ଚାଳକଙ୍କୁ ଛୁରାମାଡ଼, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ସୃଷ୍ଟି ହେଲା ବାତ୍ୟା 'ଦାନା', ଘଣ୍ଟାପ୍ରତି ୧୮ କିଲୋମିଟର ବେଗରେ କରୁଛି ଗତି
  • ||
  • ବାତ୍ୟା ପାଇଁ ୨ ଦିନ ବନ୍ଦ ରହିବ ସୂର୍ଯ୍ୟ ମନ୍ଦିର
  • ||
  • ଲମତାପୁଟ : ଆମ୍ବୁଲାନ୍ସରୁ ୧୭୦ କେଜି ଗଞ୍ଜେଇ ଜବତ, ଡ୍ରାଇଭର ଫେରାର
  • ||
  • ବଲାଙ୍ଗୀର : ବୁଲେଟ୍-ଅଟୋ ମୁହାଁମୁହିଁ ଧକ୍କା, ଦୁର୍ଘଟଣାରେ ଚାଲିଗଲା ଜଣେ ଡାକ୍ତରଙ୍କ ଜୀବନ
  • ||
  • ଭୋଗରାଇ : ବାତ୍ୟା 'ଦାନା' ପାଇଁ ଦୀଘା ଖାଲି କରିବାକୁ ପ୍ରଶାସନର ନିର୍ଦ୍ଦେଶ, ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ହୋଟେଲରେ ହେବନି କୌଣସି ବୁକିଂ
  • ||

୨୦୦ ବର୍ଷରୁ ମନ୍ଦିରରେ ପୂଜା ପାଇଆସୁଛି କୁକୁର ମୂର୍ତ୍ତି, ଏହା ପଛର କାରଣ ଜାଣିଲେ…

ଜୟପୁର, ୨୩।୧୦: ମନ୍ଦିରରେ ସାଧାରଣତଃ ଦେବାଦେବୀଙ୍କ ପ୍ରତିମୂର୍ତ୍ତି ପୂଜା ପାଆନ୍ତି । କିନ୍ତୁ, ରାଜସ୍ଥାନର ଜୟପୁର ନିକଟରେ ଏପରି ଏକ ମନ୍ଦିର ରହିଛି, ଯେଉଁଠାରେ କୁକୁର ମୂର୍ତ୍ତି ପୂଜା ପାଇଥାଏ । ଜୟପୁର ନିକଟସ୍ଥ ସାମ୍ପର ସହରଠାରୁ ୭ କିମି ଦୂରରେ ଥିବା ଏକ ହ୍ରଦ ନିକଟରେ ରହିଛି ଏହି ମନ୍ଦିର । ଏହି ମନ୍ଦିରରେ ଏକ କୁକୁର ମୂର୍ତ୍ତି ରଖାଯାଇ ପୂଜାର୍ଚ୍ଚନା କରାଯାଉଛି । 

ଏ ସମ୍ପର୍କରେ ମନ୍ଦିର ପୂଜାରୀଙ୍କ କହିବାନୁଯାୟୀ, ପ୍ରାୟ ୨୦୦ ବର୍ଷ ପୂର୍ବେ, ସେବା ଗାଁରେ ରହୁଥିବା ଜଣେ ବ୍ୟକ୍ତି ନିଜର ବିବାହ ସାମଗ୍ରୀ କିଣିବାକୁ ସାମ୍ପରସ୍ଥିତ ବଜାରକୁ ଆସିଥିଲେ । ତାଙ୍କ ସହ ପୋଷା କୁକୁର ମଧ୍ୟ ଆସିଥିଲା । ଜିନିଷ କିଣି ଘରକୁ ଫେରିବା ସମୟରେ ଏହି ହ୍ରଦ ନିକଟରେ କେତେକ ଡକାୟତ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ । ସମ୍ପୃକ୍ତ ବ୍ୟକ୍ତି ଓ ତାଙ୍କ କୁକୁର ଡକାୟତକୁ ମୁକାବିଲା କରି ଅଧିକାଂଶଙ୍କୁ ମାରି ଦେଇଥିଲେ । ତେବେ ଗୋଟିଏ ଡକାୟତ ପଛପଟୁ ଆସି ସେହି ବ୍ୟକ୍ତିଙ୍କୁ ହତ୍ୟା କରିଥିଲା । ପୋଷା କୁକୁରଟି ସେହି ଡକାୟତକୁ ମାରି ଦେବା ପରେ ନିଜ ମାଲିକର ରକ୍ତ ଲୁଗା ଧରି ଗାଁକୁ ଯାଇଥିଲା । ଗ୍ରାମବାସୀ ତଥା ବ୍ୟକ୍ତିଙ୍କ ପରିବାର ଲୋକେ କୁକୁର ସହ ଘଟଣାସ୍ଥଳକୁ ଆସିଥିଲେ । ବ୍ୟକ୍ତି ଜଣକ ସେଠାରେ ମରି ପଡ଼ିଥିବା ସେମାନେ ଦେଖିବାକୁ ପାଇଲେ । ମାଲିକ ମୃତ୍ୟୁର କିଛି ସମୟ ପରେ ପୋଷା କୁକୁରଟିର ମଧ୍ୟ ସେହିଠାରେ ମୃତ୍ୟୁ ହୋଇଥିଲା । ପୋଷା କୁକୁରର ମାଲିକ ପ୍ରତି ଭକ୍ତିକୁ ସମ୍ମାନ ଦେଇ ହ୍ରଦ ନିକଟରେ ଏକ ମନ୍ଦିର ନିର୍ମାଣ କରାଯିବା ସହ କୁକୁରର ମୂର୍ତ୍ତି ସ୍ଥାପନ ସହ ପୂଜାର୍ଚ୍ଚନା କରାଯାଉଛି ।

 

 

 

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.