ପ୍ରମୂଖ ଖବର
  • ଉପକୂଳ ମୁହାଁ ଦାନା, ପାରାଦୀପ ଠାରୁ ୧୦୦ କି.ମି ଦୂରରେ ରହିଛି
  • ||
  • ଉଦଳା : ବାତ୍ୟା ଆଶ୍ରୟସ୍ଥଳୀ ବୁଲି ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ, ଲୋକଙ୍କୁ ସମସ୍ତ ସୁବିଧା ଯୋଗାଇବା ଉପରେ ଦେଲେ ଗୁରୁତ୍ତ୍ୱ
  • ||
  • ବାତ୍ୟା ଆଶ୍ରୟସ୍ଥଳୀ ଅଚାନକ ପରିଦର୍ଶନ କଲେ ବାଲେଶ୍ୱର ସାଂସଦ
  • ||
  • ସାଲେପୁର : ଭଙ୍ଗା ଚାଳଛପର ଘରୁ ୭୦ ବର୍ଷର ବୃଦ୍ଧା ଉଦ୍ଧାର, ସୁରକ୍ଷିତ ସ୍ଥାନକୁ ନେଉଛନ୍ତି ପୋଲିସ ଏବଂ ଯବାନ
  • ||
  • ହିନ୍ଦୋଳ : ପଟାଳୁ ଗ୍ରାମରେ ଅଭାବନୀୟ ଘଟଣା, ପୋଖରୀରେ ବୁଡି ଚାଲିଗଲା ମହିଳାଙ୍କ ଜୀବନ
  • ||
  • ଆସୁଛି ବାତ୍ୟା 'ଦାନା', ଚନ୍ଦ୍ରଭାଗାରେ ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ ଓ ଏସପି
  • ||
  • ବଲାଙ୍ଗୀର : ଜଙ୍ଗଲରୁ ଯୁବକ ଯୁବତୀଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
  • ||
  • ବାଙ୍କୀ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମା ମାଡ଼; ୨ ଗିରଫ, ୪ ଫେରାର
  • ||
  • ବର୍ଡର-ଗାଭାସ୍କର ଟ୍ରଫି: ନିତିଶଙ୍କୁ ମିଳିପାରେ ଦଳରେ ସୁଯୋଗ, ଖୁବ୍‌ଶୀଘ୍ର ଦଳ ଘୋଷଣା
  • ||
  • ସାଲେପୁର : ଆଗ୍ନିକାଣ୍ଡରେ ଜଳିଗଲା ଗହଣା ଦୋକାନ, ୧୫ ଲକ୍ଷ ଟଙ୍କାର ସୁନାରୂପା ଅଳଙ୍କାର ପୋଡ଼ି ପାଉଁଶ
  • ||
  • ବାତ୍ୟା 'ଦାନା'ର ପ୍ରଭାବ, କୋଣାର୍କ ଓ ଚନ୍ଦ୍ରଭାଗା ପର୍ଯ୍ୟଟକ ଶୂନ୍ୟ
  • ||
  • ଚନ୍ଦକା ମେଣ୍ଢାଶାଳ ଅଞ୍ଚଳରେ ହତ୍ୟାକାଣ୍ଡ; ଭିଣୋଇର ଭୁଜାଲି ଚୋଟରେ ଶଳା ମୃତ, ୩ ଗୁରୁତର
  • ||
  • ଆଇସିସି ଟେଷ୍ଟ ବ୍ୟାଟିଂ ମାନ୍ୟତା: ଷଷ୍ଠକୁ ଉଠିଲେ ପନ୍ତ, ଶ୍ରେଷ୍ଠ ୧୦ରେ ୩ ଭାରତୀୟ
  • ||
  • ବାତ୍ୟା 'ଦାନା' ଆତଙ୍କ: ବର୍ଷା, ପବନ ଜୋର ହେଲେ ୨୪, ୨୫ରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ
  • ||
  • କେନ୍ଦ୍ରାପଡ଼ା : ବାତ୍ୟା ପାଇଁ ଜିଲ୍ଲା ପ୍ରଶାସନର ପଦକ୍ଷେପ, ୨୫ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର
  • ||
  • ବାତ୍ୟା ପାଇଁ ଆଠଗଡ଼ ପରିବା ବଜାରରେ ଲୋକଙ୍କ ଭିଡ଼, କିଣି ନେଉଛନ୍ତି ବ୍ୟାଗ୍ ବ୍ୟାଗ୍ ପରିବା
  • ||
  • ସତର୍କତାମୂଳକ ପଦକ୍ଷେପ ନେଲା ଶ୍ରୀମନ୍ଦିର ପ୍ରଶାସନ, ବାତ୍ୟା ପାଇଁ ଅଧିକାରୀ ଏବଂ କର୍ମଚାରୀଙ୍କୁ ସଜାଗ ରହିବାକୁ ତାଗିଦ୍‌
  • ||

ଐଶ୍ୱର୍ଯ୍ୟା-ଅଭିଷେକଙ୍କ ଅଲଗା ହେବା ଚର୍ଚ୍ଚା ମଧ୍ୟରେ ବିଗ ବିଙ୍କ ପୋଷ୍ଟ ଭାଇରାଲ

ମୁମ୍ବାଇ,୨୪/୧୦: ଅଭିଷେତ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ଛାଡପତ୍ର ନେଇ ଜୋର ଧରିଛି ଚର୍ଚ୍ଚା । ପ୍ରତିଦିନ ଏହି ଦମ୍ପତିଙ୍କ ଅଲଗା ହେବା ନେଇ ଭିନ୍ନ ଖବର ସାମ୍ନାକୁ ଆସୁଛି । କିନ୍ତୁ ଏହି ଖବର ଉପରେ ଷ୍ଟାର ଦମ୍ପତିଙ୍କଠାରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ଏହାରି ମଧ୍ୟରେ  ଅମିତାଭ ବଚ୍ଚନଙ୍କ ଗୋଟିଏ ପୋଷ୍ଟ ଫ୍ୟାନ୍ସଙ୍କୁ ପୁଣି ଚିନ୍ତାରେ ପକାଇଛି। ଅମିତାଭ ବଚ୍ଚନ ଏକ ଲାଟେଷ୍ଟ ପୋଷ୍ଟ ସେୟାର କରିଥିବା ବେଳେ ଯାହାକୁ ନେଇ ଅଭିଷେକ ଓ ଐଶ୍ୱର୍ଯ୍ୟାଙ୍କ ବିଚ୍ଛେଦ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି । ଯାହା ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। 

ତେବେ ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ କେବଳ ବଡ ପରଦାରେ ନୁହଁ ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ପ୍ରଶଂସକଙ୍କୁ ମନୋରଞ୍ଜନ କରାଇଥାନ୍ତି । ସେ କେତେବେଳେ ମଜାଳିଆ ପୋଷ୍ଟ କରି ଫ୍ୟାନ୍ସଙ୍କ ମନ ଜିତନ୍ତି ତ କେତେବେଳେ କ୍ରିପ୍ଟିକ ପୋଷ୍ଟ କରି ଫ୍ୟାନ୍ସଙ୍କୁ ଅଡୁଆରେ ମଧ୍ୟ ପକାଇଥାନ୍ତି । ଗତକାଲି ରାତିରେ କେବିସି ୧୬ ର ସେଟରୁ ଅମିତାଭ ବଚ୍ଚନ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଏଥିରେ ଅମିତାଭ ବଚ୍ଚନ ଲେଖିଛନ୍ତି, ଭାଇ କରିନିଅ । ତୁମେ ଯେତେ ଚେଷ୍ଟା କର,ତୁମ ଚେହେରାର କିଛି ଘଟିବ ନାହିଁ । ବର୍ତ୍ତମାନ ଅମିତାଭ ବଚ୍ଚନଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ଅନେକ ଏହାକୁ ପସନ୍ଦ କରିଥିବା ବେଳେ ପ୍ରଶଂସାରେ ପୋତି ପକାଇଛନ୍ତି ତ ଅନେକ ଏହାକୁ ନେଇ ଅଭିଷେକ ଓ ଐଶ୍ୱର୍ଯ୍ୟାଙ୍କ ବିଚ୍ଛେଦକୁ ଯୋଡିଛନ୍ତି ।

ଅଭିଷେକ ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ଅଲଗା ହେବା ଖବର ଦିନକୁ ଦିନ ବଢିବାରେ ଲାଗିଛି । ବଚ୍ଚନ ପରିବାର ଏବଂ ଐଶ୍ୱର୍ଯ୍ୟା ରାୟଙ୍କୁ ଅନେକ ଇଭେଣ୍ଟରେ ଏକାଠି ଯୋଗ ନଦେବା ନେଇ ଉଭୟଙ୍କ ବିବାହ ବିଚ୍ଛେଦ ଚର୍ଚ୍ଚା ଆରମ୍ଭ ହୋଇଥିଲା । ସାଇମା ୨୦୨୪ ପୂର୍ବରୁ ଅଭିନେତ୍ରୀଙ୍କ ହାତରେ ବିବାହ ରିଙ୍ଗ ନଥିଲା । ଏହା ପରେ ବଚ୍ଚନ ପରିବାର ଏବଂ ଐଶ୍ୱର୍ଯ୍ୟା ଏକତ୍ର ଅନନ୍ତ ଅମ୍ୱାନୀ ବିବାହ ଇଭେଣ୍ଟରେ ଯୋଗ ନଦେବା ଖବର ଅନେକ ହେଡଲାଇନ ସୃଷ୍ଟି କରିଥିଲା । ଐଶ୍ୱର୍ଯ୍ୟା ଆରଧ୍ୟାଙ୍କ ସହ ବଚ୍ଚନ ଘର ଛାଡ଼ି ନିଜ ମାଆଙ୍କ ସହ ରହୁଥିବା ଖବର ମଧ୍ୟ ସାମ୍ନାକୁ ଆସିଥିଲା । ଏପରିକି ଏବେ ଅଭିଷେକ ଏବଂ ଐଶ୍ୱର୍ଯ୍ୟାଙ୍କ ମଧ୍ୟରେ ଆଉ ଜଣେ ଅଭିନେତ୍ରୀ ନିମ୍ରତ କୌରଙ୍କ ନାଁ ଆସୁଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.