ପ୍ରମୂଖ ଖବର
  • ଉପକୂଳ ମୁହାଁ ଦାନା, ପାରାଦୀପ ଠାରୁ ୧୦୦ କି.ମି ଦୂରରେ ରହିଛି
  • ||
  • ଉଦଳା : ବାତ୍ୟା ଆଶ୍ରୟସ୍ଥଳୀ ବୁଲି ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ, ଲୋକଙ୍କୁ ସମସ୍ତ ସୁବିଧା ଯୋଗାଇବା ଉପରେ ଦେଲେ ଗୁରୁତ୍ତ୍ୱ
  • ||
  • ବାତ୍ୟା ଆଶ୍ରୟସ୍ଥଳୀ ଅଚାନକ ପରିଦର୍ଶନ କଲେ ବାଲେଶ୍ୱର ସାଂସଦ
  • ||
  • ସାଲେପୁର : ଭଙ୍ଗା ଚାଳଛପର ଘରୁ ୭୦ ବର୍ଷର ବୃଦ୍ଧା ଉଦ୍ଧାର, ସୁରକ୍ଷିତ ସ୍ଥାନକୁ ନେଉଛନ୍ତି ପୋଲିସ ଏବଂ ଯବାନ
  • ||
  • ହିନ୍ଦୋଳ : ପଟାଳୁ ଗ୍ରାମରେ ଅଭାବନୀୟ ଘଟଣା, ପୋଖରୀରେ ବୁଡି ଚାଲିଗଲା ମହିଳାଙ୍କ ଜୀବନ
  • ||
  • ଆସୁଛି ବାତ୍ୟା 'ଦାନା', ଚନ୍ଦ୍ରଭାଗାରେ ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ ଓ ଏସପି
  • ||
  • ବଲାଙ୍ଗୀର : ଜଙ୍ଗଲରୁ ଯୁବକ ଯୁବତୀଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
  • ||
  • ବାଙ୍କୀ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମା ମାଡ଼; ୨ ଗିରଫ, ୪ ଫେରାର
  • ||
  • ବର୍ଡର-ଗାଭାସ୍କର ଟ୍ରଫି: ନିତିଶଙ୍କୁ ମିଳିପାରେ ଦଳରେ ସୁଯୋଗ, ଖୁବ୍‌ଶୀଘ୍ର ଦଳ ଘୋଷଣା
  • ||
  • ସାଲେପୁର : ଆଗ୍ନିକାଣ୍ଡରେ ଜଳିଗଲା ଗହଣା ଦୋକାନ, ୧୫ ଲକ୍ଷ ଟଙ୍କାର ସୁନାରୂପା ଅଳଙ୍କାର ପୋଡ଼ି ପାଉଁଶ
  • ||
  • ବାତ୍ୟା 'ଦାନା'ର ପ୍ରଭାବ, କୋଣାର୍କ ଓ ଚନ୍ଦ୍ରଭାଗା ପର୍ଯ୍ୟଟକ ଶୂନ୍ୟ
  • ||
  • ଚନ୍ଦକା ମେଣ୍ଢାଶାଳ ଅଞ୍ଚଳରେ ହତ୍ୟାକାଣ୍ଡ; ଭିଣୋଇର ଭୁଜାଲି ଚୋଟରେ ଶଳା ମୃତ, ୩ ଗୁରୁତର
  • ||
  • ଆଇସିସି ଟେଷ୍ଟ ବ୍ୟାଟିଂ ମାନ୍ୟତା: ଷଷ୍ଠକୁ ଉଠିଲେ ପନ୍ତ, ଶ୍ରେଷ୍ଠ ୧୦ରେ ୩ ଭାରତୀୟ
  • ||
  • ବାତ୍ୟା 'ଦାନା' ଆତଙ୍କ: ବର୍ଷା, ପବନ ଜୋର ହେଲେ ୨୪, ୨୫ରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ
  • ||
  • କେନ୍ଦ୍ରାପଡ଼ା : ବାତ୍ୟା ପାଇଁ ଜିଲ୍ଲା ପ୍ରଶାସନର ପଦକ୍ଷେପ, ୨୫ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର
  • ||
  • ବାତ୍ୟା ପାଇଁ ଆଠଗଡ଼ ପରିବା ବଜାରରେ ଲୋକଙ୍କ ଭିଡ଼, କିଣି ନେଉଛନ୍ତି ବ୍ୟାଗ୍ ବ୍ୟାଗ୍ ପରିବା
  • ||
  • ସତର୍କତାମୂଳକ ପଦକ୍ଷେପ ନେଲା ଶ୍ରୀମନ୍ଦିର ପ୍ରଶାସନ, ବାତ୍ୟା ପାଇଁ ଅଧିକାରୀ ଏବଂ କର୍ମଚାରୀଙ୍କୁ ସଜାଗ ରହିବାକୁ ତାଗିଦ୍‌
  • ||

ଘୂର୍ଣ୍ଣିଝଡ ‘ଦାନା’ ଠାରୁ ବି ଅଧିକ ମାରାତ୍ମକ ହେମନ୍ତ ସୋରେନ ସରକାର, କାହିଁକି ଏଭଳି କହିଲେ ଶିବରାଜ ସିଂ ?

ନୂଆଦିଲ୍ଲୀ: ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ତାରିଖ ସାମ୍ନାକୁ ଆସିବା ପରେ ଏବେ ରାଜନୈତିକ ଦଳ ଗୁଡିକ ମଧ୍ୟରେ ବୟାନବାଜୀ ଆରମ୍ଭ ହୋଇଗଲାଣି । ଏହି ସମୟରେ ଗୁରୁବାର କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଶିବରାଜ ସିଂ ଚୌହାନ ହେମନ୍ତ ସୋରେନଙ୍କ ସରକାର ଉପରେ ତୀବ୍ର ସମାଲୋଚନା କରିଛନ୍ତି। ଶିବରାଜ କହିଛନ୍ତି ଯେ ଘୂର୍ଣ୍ଣିଝଡ 'ଦାନା' ଅପେକ୍ଷା ହେମନ୍ତ ସୋରେନ୍ ସରକାର ଅଧିକ ମାରାତ୍ମକ । ଏବେ ଆସନ୍ତୁ ଜାଣିବା ଶିବରାଜ କାହିଁକି ଏଭଳି କହି ଟାର୍ଗେଟ କରିଛନ୍ତି।

ସୂଚନା ମୁତାବକ କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂ ଚୌହାନ ଗୁରୁବାର ହେମନ୍ତ ସୋରେନଙ୍କ ଜେଏମଏମ ନେତୃତ୍ୱାଧୀନ ମିଳିତ ସରକାର ଉପରେ ଏକ ବଡ଼ ଆକ୍ରମଣ କରିଛନ୍ତି। ଶିବରାଜ କହିଛନ୍ତି ଯେ, ଭୟଙ୍କର ଘୂର୍ଣ୍ଣିଝଡ 'ଦାନା' ଅପେକ୍ଷା ହେମନ୍ତ ସୋରେନଙ୍କ ସରକାର ଅଧିକ ମାରାତ୍ମକ । ଶିବରାଜ ଚେତାବନୀ ଦେଇଛନ୍ତି ଯେ ଯଦି ଜେଏମଏମ ନେତୃତ୍ୱାଧୀନ ସରକାର କ୍ଷମତାକୁ ଆସନ୍ତି ତେବେ ଏହା ରାଜ୍ୟରେ ହଇଚଇ ସୃଷ୍ଟି କରିବ । ଶିବରାଜ ଆହୁରି କହିଛନ୍ତି ଯେ, ଭୟଙ୍କର ଘୂର୍ଣ୍ଣିଝଡ ଦାନା ଦୁଇ ଦିନ ମଧ୍ୟରେ ଲୋପ ପାଇବ, କିନ୍ତୁ ଯଦି ହେମନ୍ତ ସୋରେନ୍ ସରକାର ପୁନର୍ବାର କ୍ଷମତାକୁ ଆସନ୍ତି, ତେବେ ଏହା ବିପଦ ସୃଷ୍ଟି କରିବ।

ରାଞ୍ଚିରେ ଏକ ରାଲିରେ ଯୋଗ ଦେଇ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ ଜେଏମଏମ ସରକାରଙ୍କ ପାଞ୍ଚ ବର୍ଷ ଶାସନ କାଳରେ ହୋଇଥିବା ବିଭିନ୍ନ ଦୁର୍ନୀତି ଉପରେ ଅଭିଯୋଗ ଉଠାଇଛନ୍ତି । ରାଲିରେ ଆସିଥିବା ଲୋକଙ୍କୁ ଶିବରାଜ କହିଛନ୍ତି ଯେ ହେମନ୍ତ ସୋରେନଙ୍କ ମିଳିତ ସରକାରକୁ ହଟାଇବାର ସମୟ ଆସିଛି।

ସୂଚନାଥାଉକି, ନିର୍ବାଚନ ଆୟୋଗ ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିସାରିଛନ୍ତି । ଝାଡଖଣ୍ଡରେ ମୋଟ ୮୧ ବିଧାନସଭା ଆସନ ପାଇଁ ୨ ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ନଭେମ୍ବର ୧୩ ଏବଂ ୨୦ ରେ ରାଜ୍ୟରେ ମତଦାନ ଅନୁଷ୍ଠିତ ହେବ ଏବଂ ଫଳାଫଳ ନଭେମ୍ବର ୨୩ରେ ଘୋଷଣା କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.