ପ୍ରମୂଖ ଖବର
  • ଉପକୂଳ ମୁହାଁ ଦାନା, ପାରାଦୀପ ଠାରୁ ୧୦୦ କି.ମି ଦୂରରେ ରହିଛି
  • ||
  • ଉଦଳା : ବାତ୍ୟା ଆଶ୍ରୟସ୍ଥଳୀ ବୁଲି ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ, ଲୋକଙ୍କୁ ସମସ୍ତ ସୁବିଧା ଯୋଗାଇବା ଉପରେ ଦେଲେ ଗୁରୁତ୍ତ୍ୱ
  • ||
  • ବାତ୍ୟା ଆଶ୍ରୟସ୍ଥଳୀ ଅଚାନକ ପରିଦର୍ଶନ କଲେ ବାଲେଶ୍ୱର ସାଂସଦ
  • ||
  • ସାଲେପୁର : ଭଙ୍ଗା ଚାଳଛପର ଘରୁ ୭୦ ବର୍ଷର ବୃଦ୍ଧା ଉଦ୍ଧାର, ସୁରକ୍ଷିତ ସ୍ଥାନକୁ ନେଉଛନ୍ତି ପୋଲିସ ଏବଂ ଯବାନ
  • ||
  • ହିନ୍ଦୋଳ : ପଟାଳୁ ଗ୍ରାମରେ ଅଭାବନୀୟ ଘଟଣା, ପୋଖରୀରେ ବୁଡି ଚାଲିଗଲା ମହିଳାଙ୍କ ଜୀବନ
  • ||
  • ଆସୁଛି ବାତ୍ୟା 'ଦାନା', ଚନ୍ଦ୍ରଭାଗାରେ ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ ଓ ଏସପି
  • ||
  • ବଲାଙ୍ଗୀର : ଜଙ୍ଗଲରୁ ଯୁବକ ଯୁବତୀଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
  • ||
  • ବାଙ୍କୀ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମା ମାଡ଼; ୨ ଗିରଫ, ୪ ଫେରାର
  • ||
  • ବର୍ଡର-ଗାଭାସ୍କର ଟ୍ରଫି: ନିତିଶଙ୍କୁ ମିଳିପାରେ ଦଳରେ ସୁଯୋଗ, ଖୁବ୍‌ଶୀଘ୍ର ଦଳ ଘୋଷଣା
  • ||
  • ସାଲେପୁର : ଆଗ୍ନିକାଣ୍ଡରେ ଜଳିଗଲା ଗହଣା ଦୋକାନ, ୧୫ ଲକ୍ଷ ଟଙ୍କାର ସୁନାରୂପା ଅଳଙ୍କାର ପୋଡ଼ି ପାଉଁଶ
  • ||
  • ବାତ୍ୟା 'ଦାନା'ର ପ୍ରଭାବ, କୋଣାର୍କ ଓ ଚନ୍ଦ୍ରଭାଗା ପର୍ଯ୍ୟଟକ ଶୂନ୍ୟ
  • ||
  • ଚନ୍ଦକା ମେଣ୍ଢାଶାଳ ଅଞ୍ଚଳରେ ହତ୍ୟାକାଣ୍ଡ; ଭିଣୋଇର ଭୁଜାଲି ଚୋଟରେ ଶଳା ମୃତ, ୩ ଗୁରୁତର
  • ||
  • ଆଇସିସି ଟେଷ୍ଟ ବ୍ୟାଟିଂ ମାନ୍ୟତା: ଷଷ୍ଠକୁ ଉଠିଲେ ପନ୍ତ, ଶ୍ରେଷ୍ଠ ୧୦ରେ ୩ ଭାରତୀୟ
  • ||
  • ବାତ୍ୟା 'ଦାନା' ଆତଙ୍କ: ବର୍ଷା, ପବନ ଜୋର ହେଲେ ୨୪, ୨୫ରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ
  • ||
  • କେନ୍ଦ୍ରାପଡ଼ା : ବାତ୍ୟା ପାଇଁ ଜିଲ୍ଲା ପ୍ରଶାସନର ପଦକ୍ଷେପ, ୨୫ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର
  • ||
  • ବାତ୍ୟା ପାଇଁ ଆଠଗଡ଼ ପରିବା ବଜାରରେ ଲୋକଙ୍କ ଭିଡ଼, କିଣି ନେଉଛନ୍ତି ବ୍ୟାଗ୍ ବ୍ୟାଗ୍ ପରିବା
  • ||
  • ସତର୍କତାମୂଳକ ପଦକ୍ଷେପ ନେଲା ଶ୍ରୀମନ୍ଦିର ପ୍ରଶାସନ, ବାତ୍ୟା ପାଇଁ ଅଧିକାରୀ ଏବଂ କର୍ମଚାରୀଙ୍କୁ ସଜାଗ ରହିବାକୁ ତାଗିଦ୍‌
  • ||

ସୁପ୍ରିମକୋର୍ଟରେ ଶରଦଙ୍କ ଆବେଦନ ଖାରଜ, ଅଜିତ ପାଓ୍ବାରଙ୍କୁ ନିର୍ବାଚନୀ ପ୍ରତୀକ ‘ଘଣ୍ଟା’ ବ୍ୟବହାର ନକରିବାକୁ କରିଥିଲେ ଆବେଦନ...

ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଶରଦ ପାଓ୍ବାରଙ୍କୁ ବଡ ଝଟକା ଲାଗିଛି । ଅଜିତ ପାୱାରଙ୍କୁ ‘ଘଣ୍ଟା’ ନିର୍ବାଚନ ପ୍ରତୀକ ବ୍ୟବହାର ନକରିବାର ଆବେଦନକୁ ସୁପ୍ରିମକୋର୍ଟ ଏବେ ଖାରଜ କରିଛନ୍ତି। ନିର୍ବାଚନ ପ୍ରତୀକ ଘଣ୍ଟା ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ ଏନସିପି (ଶରଦ ପାୱାର) ଅକ୍ଟୋବର ୨ ରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଥିଲା।

ସୁପ୍ରିମକୋର୍ଟ ଅଜିତ ପାୱାରଙ୍କ ଠାରୁ ଶପଥ ମାଗିଥିଲେ ଏବଂ ଏଥିରେ ଲେଖିବାକୁ କହିଥିଲେ ଯେ ଘଣ୍ଟା ପ୍ରତୀକ ସହିତ କୋର୍ଟରେ ବିଚାରାଧୀନ ଥିବା ଆଦେଶକୁ ସେ ପାଳନ କରିବେ । ଜଷ୍ଟିସ ସୂର୍ଯ୍ୟ କାନ୍ତ କହିଛନ୍ତି ଯେ, "ଆମେ ତାଙ୍କୁ (ଅଜିତ ପାୱାର) ଉତ୍ତର ଦେବାର ସୁଯୋଗ ଦେବୁ । ଭବିଷ୍ୟତରେ ଆମର ଆଦେଶ ଉଲ୍ଲଂଘନ ହେବ ନାହିଁ ବୋଲି ଏକ ଆଫିଡେଭିଟ୍ ମଧ୍ୟ ଦିଅନ୍ତୁ । ଜଷ୍ଟିସ କହିଛନ୍ତି ଯେ ଅଜିତ ପାୱାର ଏକ ଆଫିଡେଭିଟ ଦେବା ଉଚିତ ଯେ, ସେ ମାର୍ଚ୍ଚ ୧୯ ଏବଂ ଏପ୍ରିଲ ୪ ରେ ଦିଆଯାଇଥିବା ନିର୍ଦ୍ଦେଶକୁ ଅନୁସରଣ କରୁଛନ୍ତି । ନଭେମ୍ବର ୬ ରେ ଏହି ମାମଲାର ପୃଥକ ଶୁଣାଣି ହେବ।

ନିର୍ବାଚନ ଆୟୋଗ ଅଜିତ ପାୱାରଙ୍କ ଏନସିପିକୁ ପ୍ରକୃତ ବୋଲି ଘୋଷଣା କରିଥିଲେ ଏବଂ ଦଳର ପ୍ରତୀକ (ଘଣ୍ଟା) ବ୍ୟବହାର କରିବାର ଅଧିକାର ଦେଇଥିଲେ। କୋର୍ଟରେ ଯୁକ୍ତିତର୍କ ବେଳେ ଶରଦ ପାୱାରଙ୍କ ଓକିଲ ଅଭିଷେକ ମନୁ ସିଂଭି କହିଛନ୍ତି ଯେ ମାର୍ଚ୍ଚରେ ହୋଇଥିବା ଶୁଣାଣିରେ ଆମ ପାଇଁ ‘ତୂରୀ’ ପ୍ରତୀକ ବଣ୍ଟନ କରିବାକୁ କୋର୍ଟ ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅଜିତ ପାୱାରଙ୍କୁ ଘଣ୍ଟା ପ୍ରତୀକ ସହିତ ଏହା ମଧ୍ୟ କୁହାଯାଇଛି । ଏହି ମାମଲା କୋର୍ଟରେ ବିଚାରାଧୀନ ଅଛି । 

ଅଭିଷେକ ମନୁ ସିଂଭି କହିଛନ୍ତି,"ସେ (ଅଜିତ ପାୱାର) କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରତ୍ୟାଖ୍ୟାନ କରିନାହାଁନ୍ତି । ଆମେ ଫଟୋଗୁଡ଼ିକୁ କୋର୍ଟରେ ଦାଖଲ କରିଛୁ। ବର୍ତ୍ତମାନ ଏଥିପାଇଁ ତାଙ୍କୁ ଦଣ୍ଡ ଦିଆଯିବା ଉଚିତ୍।" ଏହା ଉପରେ ଅଜିତ ପାୱାରଙ୍କ ଓକିଲ ବଲବୀର ସିଂ କହିଛନ୍ତି, "ସେ କିଛି ଦାୟିତ୍ୱ ଦେଖାଇବା ଉଚିତ୍। କୋର୍ଟରେ ଭୁଲ ଚିତ୍ର ଉପସ୍ଥାପନ କରାଯାଉଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.