ପ୍ରମୂଖ ଖବର
  • ଉପକୂଳ ମୁହାଁ ଦାନା, ପାରାଦୀପ ଠାରୁ ୧୦୦ କି.ମି ଦୂରରେ ରହିଛି
  • ||
  • ଉଦଳା : ବାତ୍ୟା ଆଶ୍ରୟସ୍ଥଳୀ ବୁଲି ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ, ଲୋକଙ୍କୁ ସମସ୍ତ ସୁବିଧା ଯୋଗାଇବା ଉପରେ ଦେଲେ ଗୁରୁତ୍ତ୍ୱ
  • ||
  • ବାତ୍ୟା ଆଶ୍ରୟସ୍ଥଳୀ ଅଚାନକ ପରିଦର୍ଶନ କଲେ ବାଲେଶ୍ୱର ସାଂସଦ
  • ||
  • ସାଲେପୁର : ଭଙ୍ଗା ଚାଳଛପର ଘରୁ ୭୦ ବର୍ଷର ବୃଦ୍ଧା ଉଦ୍ଧାର, ସୁରକ୍ଷିତ ସ୍ଥାନକୁ ନେଉଛନ୍ତି ପୋଲିସ ଏବଂ ଯବାନ
  • ||
  • ହିନ୍ଦୋଳ : ପଟାଳୁ ଗ୍ରାମରେ ଅଭାବନୀୟ ଘଟଣା, ପୋଖରୀରେ ବୁଡି ଚାଲିଗଲା ମହିଳାଙ୍କ ଜୀବନ
  • ||
  • ଆସୁଛି ବାତ୍ୟା 'ଦାନା', ଚନ୍ଦ୍ରଭାଗାରେ ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ ଓ ଏସପି
  • ||
  • ବଲାଙ୍ଗୀର : ଜଙ୍ଗଲରୁ ଯୁବକ ଯୁବତୀଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
  • ||
  • ବାଙ୍କୀ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମା ମାଡ଼; ୨ ଗିରଫ, ୪ ଫେରାର
  • ||
  • ବର୍ଡର-ଗାଭାସ୍କର ଟ୍ରଫି: ନିତିଶଙ୍କୁ ମିଳିପାରେ ଦଳରେ ସୁଯୋଗ, ଖୁବ୍‌ଶୀଘ୍ର ଦଳ ଘୋଷଣା
  • ||
  • ସାଲେପୁର : ଆଗ୍ନିକାଣ୍ଡରେ ଜଳିଗଲା ଗହଣା ଦୋକାନ, ୧୫ ଲକ୍ଷ ଟଙ୍କାର ସୁନାରୂପା ଅଳଙ୍କାର ପୋଡ଼ି ପାଉଁଶ
  • ||
  • ବାତ୍ୟା 'ଦାନା'ର ପ୍ରଭାବ, କୋଣାର୍କ ଓ ଚନ୍ଦ୍ରଭାଗା ପର୍ଯ୍ୟଟକ ଶୂନ୍ୟ
  • ||
  • ଚନ୍ଦକା ମେଣ୍ଢାଶାଳ ଅଞ୍ଚଳରେ ହତ୍ୟାକାଣ୍ଡ; ଭିଣୋଇର ଭୁଜାଲି ଚୋଟରେ ଶଳା ମୃତ, ୩ ଗୁରୁତର
  • ||
  • ଆଇସିସି ଟେଷ୍ଟ ବ୍ୟାଟିଂ ମାନ୍ୟତା: ଷଷ୍ଠକୁ ଉଠିଲେ ପନ୍ତ, ଶ୍ରେଷ୍ଠ ୧୦ରେ ୩ ଭାରତୀୟ
  • ||
  • ବାତ୍ୟା 'ଦାନା' ଆତଙ୍କ: ବର୍ଷା, ପବନ ଜୋର ହେଲେ ୨୪, ୨୫ରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ
  • ||
  • କେନ୍ଦ୍ରାପଡ଼ା : ବାତ୍ୟା ପାଇଁ ଜିଲ୍ଲା ପ୍ରଶାସନର ପଦକ୍ଷେପ, ୨୫ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର
  • ||
  • ବାତ୍ୟା ପାଇଁ ଆଠଗଡ଼ ପରିବା ବଜାରରେ ଲୋକଙ୍କ ଭିଡ଼, କିଣି ନେଉଛନ୍ତି ବ୍ୟାଗ୍ ବ୍ୟାଗ୍ ପରିବା
  • ||
  • ସତର୍କତାମୂଳକ ପଦକ୍ଷେପ ନେଲା ଶ୍ରୀମନ୍ଦିର ପ୍ରଶାସନ, ବାତ୍ୟା ପାଇଁ ଅଧିକାରୀ ଏବଂ କର୍ମଚାରୀଙ୍କୁ ସଜାଗ ରହିବାକୁ ତାଗିଦ୍‌
  • ||

୪୮ ଘଣ୍ଟା ଗୁରୁତ୍ଵପୂର୍ଣ୍ଣ, ଆଲର୍ଟ ମୋଡ୍‌ରେ ସରକାର : ରାଜସ୍ଵ ମନ୍ତ୍ରୀ

ଭୁବନେଶ୍ଵର, ୨୪/୧୦ : ବାତ୍ୟା ପ୍ରସ୍ତୁତି ନେଇ ପ୍ରତିକ୍ରିୟା ରଖିଲେ ରାଜସ୍ବ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି ଯେ, ସରକାର ବାତ୍ୟା ବ୍ୟବସ୍ଥା କରିଛନ୍ତି। ମନ୍ତ୍ରୀମାନେ ଗ୍ରାଉଣ୍ଡ ଜିରୋରେ ଏହାର ନିରୀକ୍ଷଣ କରୁଛନ୍ତି। ବରିଷ୍ଠ IAS ଅଫିସରମାନେ ଯେଉଁ ଜିଲ୍ଲାରେ କାମ କରିଥିଲେ ସେହି ଜିଲ୍ଲାକୁ ଯାଇଛନ୍ତି। ସେହି ଅଞ୍ଚଳରେ ବନ୍ୟା ବାତ୍ୟାରେ କାମ କରିବାର ସେମାନଙ୍କର ଅଭିଜ୍ଞତା ରହିଛି।  

ରାଜସ୍ଵ ମନ୍ତ୍ରୀ କହିଛନ୍ତି ଯେ, ମୟୁରଭଞ୍ଜ, କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର ପରି ଜିଲ୍ଲାରେ ବର୍ଷା ହେବ। ବାତ୍ୟାର ଗତିପଥ ସାମାନ୍ୟ ପରିବର୍ତ୍ତନ ହୋଇଛି। ଭିତରକନିକା ପାର୍ଶ୍ଵରେ ହେବା ନେଇ ଅନୁମାନ କରାଯାଉଛି। ହେଲେ ଲ୍ୟାଣ୍ଡ ନକରିବା ଯାଏଁ କହି ହେବନି। ଏହା ଏବେ ପାରାଦ୍ୱୀପ ଠାରୁ ୨୮୦ କିଲୋମିଟର ଓ ଧାମରାରୁ ୩୧୦ କିଲୋମିଟର ଦୂରରେ ଅଛି। ଘଣ୍ଟାକୁ ୧୫ କିଲୋମିଟର ବେଗରେ ଚାଲିଛି। କାଲି ସକାଳ ସୁଦ୍ଧା କୌଣସି ସମୟରେ ହିଟ୍ ହୋଇପାରେ। ଆଜି ରାତି ସାଢେ ୮ଟାରୁ କାଲି ରାତି ସାଢେ ୮ଟା ଯାଏଁ ରେଡ ୱାର୍ନିଂ ଅଛି। ୨୦ ସେଣ୍ଟିମିଟର ବର୍ଷା ହେବ। ମୟୁରଭଞ୍ଜ, କଟକ, ଯାଜପୁର, ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ାରେ ବି ବର୍ଷା ହେବ। ସ୍ଥାନାନ୍ତର କାମ ଚାଲିଛି। ପ୍ରଶାସନ, ପୋଲିସ ଓ ସ୍ଥାନୀୟ ପ୍ରତିନିଧି କାମରେ ଅଛନ୍ତି। ଆଶ୍ରୟସ୍ଥଳୀରେ ଲୋକେ ପହଞ୍ଚି ସାରିଲେଣି। ରିଲିଫ ସେଣ୍ଟରକୁ ଆସୁଥିବା ଲୋକ ଗୃହପାଳିତ ପଶୁଙ୍କୁ ଘରେ ବାନ୍ଧିକି ରଖୁଛନ୍ତି। ହେଲେ ଏପରି କରନ୍ତୁ ନାହିଁ। ସେମାନେ ପହରା ଜାଣୁଛନ୍ତି। ଉଚ୍ଚ ସ୍ଥାନରେ ଛାଡ଼ି ଦିଅନ୍ତୁ। ପ୍ରାଣୀ ସମ୍ପଦ ଖାଦ୍ୟ ପହଞ୍ଚି ସାରିଛି। ଗର୍ଭବତୀମାନେ ହସ୍ପିଟାଲରେ ପହଞ୍ଚି ସାରିଲେଣି। ସେମାନେ ସୁରକ୍ଷିତ ଅଛନ୍ତି। ସନ୍ତୋଷଜନକ ପ୍ରସ୍ତୁତି ଅଛି। ପାଣିପାଗ ବିଭାଗ ଗତିପଥ ନେଇ ଯେଉଁ ଜିଲ୍ଲାକୁ ୱାର୍ନିଂ ଦେଇଛି, ତାକୁ ଅଧିକ ଧ୍ୟାନ ଦିଅନ୍ତୁ। ବିଚଳିତ ହୁଅନ୍ତୁ ନାହିଁ। ଏପରି ଅନେକ ବାତ୍ୟା ଆସିଛି। ସଫଳତା ସହ ଓଡ଼ିଶାବାସୀ ଏହାକୁ ସାମ୍ନା କରିଛନ୍ତି।

ରାଜସ୍ଵ ମନ୍ତ୍ରୀ ପୁଣି କହିଛନ୍ତି ଯେ, ୬୫୦୦ ରିଲିଫ ସେଣ୍ଟର ଅଛି। ସେଠାକୁ ଯାଆନ୍ତୁ। ଲମ୍ବା ସମୟ ଯାଏଁ ରହିବାକୁ ପଡିବ ନାହିଁ। ଆସନ୍ତାକାଲି ଓ ତା ପରଦିନ ଅର୍ଥାତ ୪୮ ଘଣ୍ଟା ଯାଏଁ ବାତ୍ୟା କଷ୍ଟ ଦେବ। ସବୁ ରିଲିଫ ସେଣ୍ଟର, ଗାଁରେ ପୋଲିସ ଅଛନ୍ତି। ମହିଳା ପୋଲିସ ବି ଅଛନ୍ତି। ଗାଁରେ ପାଟ୍ରୋଲିଙ୍ଗ ଚାଲିଛି। ବାତ୍ୟା ପରେ ରିଲିଫ ସେଣ୍ଟରରୁ ଘରକୁ ପଠାଇବାର ବ୍ୟବସ୍ଥା କରିବ ପ୍ରଶାସନ। ପର୍ଯ୍ୟାପ୍ତ କ୍ଷତିପୂରଣ ଦିଆଯିବ। ସରକାରଙ୍କୁ ସହଯୋଗ କରନ୍ତୁ। ୧୩ ଜିଲ୍ଲାରେ ସରକାର ଆଲର୍ଟରେ ଅଛନ୍ତି। ସହରାଞ୍ଚଳରେ ପାଣି ପଶିବାର ସମ୍ଭାବନା ଅଛି। ଜଳସେଚନ ବିଭାଗ ସହ କଥା ହୋଇଛି। ନିଷ୍କାସନ କାମ ବି ଆରମ୍ଭ ହେଲାଣି। ଡ୍ୟାମରେ ଯେପରି ପାଣି ରହି ପାରିବ, ସେ ବ୍ୟବସ୍ଥା ବି ହୋଇଛି।

ସେହିପରି ସାପ କାମୁଡା ଔଷଧ ସମ୍ବେଦନଶୀଳ ଅଞ୍ଚଳର ୨୦ କିଲୋମିଟର ଭିତରେ ଗଛିତ ଅଛି। ଅଧ ଘଣ୍ଟାରୁ କମ ସମୟରେ ରୋଗୀ ପାଖରେ ପହଞ୍ଚିଯିବ। ସଂକ୍ରମଣ ରୋକିବାକୁ ପାଣିରେ କ୍ଲୋରିନ ଓ ବ୍ଲିଚିଙ୍ଗ ଦିଆଯିବ। ସବୁ ରୋଡ଼ମ୍ୟାପ କରାଯାଇଛି। ଗଣମାଧ୍ୟମର ପ୍ରତିନିଧିଙ୍କୁ ଧନ୍ୟବାଦ। ସେମାନଙ୍କ ରିପୋର୍ଟ ବି ଆବଶ୍ୟକ ପଡୁଛି। ପ୍ରାଥମିକ ଆକଳନ ରଖିଥିଲୁ ୧୨ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିବୁ। ହେଲେ ଏବେ ୧୦ ଲକ୍ଷରୁ କମିଲାଣି। ପୁରୀରେ ପ୍ରକୋପ କମିଲାଣି। ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ାରେ ଅଧିକ ସ୍ଥାନାନ୍ତର କରିବାକୁ ପଡିବ। NDRF, ODRAF, ଓ ଅଗ୍ନିଶମ ଟିମ ଚମତ୍କାର ପ୍ରସ୍ତୁତି କରିଛନ୍ତି। ୧୦ ମିନିଟିରେ ଗଛ କଟାଯିବାର ଅତ୍ୟାଧୁନିକ ମେସିନ, ଗ୍ଲାସ କଟର ମହାଜୁଦ ଅଛି। ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଛୁ ଯେ ଓଡ୍ରାଫ, NDRF ଓ ଅଗ୍ନିଶମ ଟିମକୁ ସହଯୋଗ କରିବାକୁ ଜଣେ ଜଣେ ଅଧିକାରୀ ଦିଆଯାଇଛି। ସେହି ଅଧିକାରୀ ଖାଦ୍ୟ ଓ ORS ବ୍ୟବସ୍ଥା କରିଵେ। ଜିଲ୍ଲା ପ୍ରଶାସନକୁ ଖର୍ଚ୍ଚ କରିବାର କ୍ଷମତା ଦିଆଯାଇଛି। ସେମାନେ ଖୋଲା ହାତରେ ଖର୍ଚ୍ଚ କରନ୍ତୁ। ପୁରୀରୁ ପର୍ଯ୍ୟଟକ ଫେରି ଗଲେଣି। ଟ୍ରେନ ବାତିଲ ଯୋଗୁଁ ସେମାନଙ୍କୁ ସଡ଼କ ପଥରେ ଭୁବନେଶ୍ୱର ପଠାଇଛି ପ୍ରଶାସନ। ଏଯାଏଁ ବିଜୁଳି କାଟ ଖବର ଆସିନି। ହେଲେ ପବନ ପାଇଁ ଟିକେ କଟି ପାରେ। ବ୍ୟାକଅପ ସପୋର୍ଟ ଯେପରି DG,ଜେନେରେଟର ଦିଆଯାଇଛି। ଡାକ୍ତର ଅଭାବ ସ୍ଥାନରେ ବାହାର ସ୍ଥାନରୁ ଡାକ୍ତର ଆସିଲେଣି।


  • prameyanews
  • PrameyaOdia
  • prameya
  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.