ପ୍ରମୂଖ ଖବର
  • ଉପକୂଳ ମୁହାଁ ଦାନା, ପାରାଦୀପ ଠାରୁ ୧୦୦ କି.ମି ଦୂରରେ ରହିଛି
  • ||
  • ଉଦଳା : ବାତ୍ୟା ଆଶ୍ରୟସ୍ଥଳୀ ବୁଲି ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ, ଲୋକଙ୍କୁ ସମସ୍ତ ସୁବିଧା ଯୋଗାଇବା ଉପରେ ଦେଲେ ଗୁରୁତ୍ତ୍ୱ
  • ||
  • ବାତ୍ୟା ଆଶ୍ରୟସ୍ଥଳୀ ଅଚାନକ ପରିଦର୍ଶନ କଲେ ବାଲେଶ୍ୱର ସାଂସଦ
  • ||
  • ସାଲେପୁର : ଭଙ୍ଗା ଚାଳଛପର ଘରୁ ୭୦ ବର୍ଷର ବୃଦ୍ଧା ଉଦ୍ଧାର, ସୁରକ୍ଷିତ ସ୍ଥାନକୁ ନେଉଛନ୍ତି ପୋଲିସ ଏବଂ ଯବାନ
  • ||
  • ହିନ୍ଦୋଳ : ପଟାଳୁ ଗ୍ରାମରେ ଅଭାବନୀୟ ଘଟଣା, ପୋଖରୀରେ ବୁଡି ଚାଲିଗଲା ମହିଳାଙ୍କ ଜୀବନ
  • ||
  • ଆସୁଛି ବାତ୍ୟା 'ଦାନା', ଚନ୍ଦ୍ରଭାଗାରେ ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ ଓ ଏସପି
  • ||
  • ବଲାଙ୍ଗୀର : ଜଙ୍ଗଲରୁ ଯୁବକ ଯୁବତୀଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
  • ||
  • ବାଙ୍କୀ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମା ମାଡ଼; ୨ ଗିରଫ, ୪ ଫେରାର
  • ||
  • ବର୍ଡର-ଗାଭାସ୍କର ଟ୍ରଫି: ନିତିଶଙ୍କୁ ମିଳିପାରେ ଦଳରେ ସୁଯୋଗ, ଖୁବ୍‌ଶୀଘ୍ର ଦଳ ଘୋଷଣା
  • ||
  • ସାଲେପୁର : ଆଗ୍ନିକାଣ୍ଡରେ ଜଳିଗଲା ଗହଣା ଦୋକାନ, ୧୫ ଲକ୍ଷ ଟଙ୍କାର ସୁନାରୂପା ଅଳଙ୍କାର ପୋଡ଼ି ପାଉଁଶ
  • ||
  • ବାତ୍ୟା 'ଦାନା'ର ପ୍ରଭାବ, କୋଣାର୍କ ଓ ଚନ୍ଦ୍ରଭାଗା ପର୍ଯ୍ୟଟକ ଶୂନ୍ୟ
  • ||
  • ଚନ୍ଦକା ମେଣ୍ଢାଶାଳ ଅଞ୍ଚଳରେ ହତ୍ୟାକାଣ୍ଡ; ଭିଣୋଇର ଭୁଜାଲି ଚୋଟରେ ଶଳା ମୃତ, ୩ ଗୁରୁତର
  • ||
  • ଆଇସିସି ଟେଷ୍ଟ ବ୍ୟାଟିଂ ମାନ୍ୟତା: ଷଷ୍ଠକୁ ଉଠିଲେ ପନ୍ତ, ଶ୍ରେଷ୍ଠ ୧୦ରେ ୩ ଭାରତୀୟ
  • ||
  • ବାତ୍ୟା 'ଦାନା' ଆତଙ୍କ: ବର୍ଷା, ପବନ ଜୋର ହେଲେ ୨୪, ୨୫ରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ
  • ||
  • କେନ୍ଦ୍ରାପଡ଼ା : ବାତ୍ୟା ପାଇଁ ଜିଲ୍ଲା ପ୍ରଶାସନର ପଦକ୍ଷେପ, ୨୫ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର
  • ||
  • ବାତ୍ୟା ପାଇଁ ଆଠଗଡ଼ ପରିବା ବଜାରରେ ଲୋକଙ୍କ ଭିଡ଼, କିଣି ନେଉଛନ୍ତି ବ୍ୟାଗ୍ ବ୍ୟାଗ୍ ପରିବା
  • ||
  • ସତର୍କତାମୂଳକ ପଦକ୍ଷେପ ନେଲା ଶ୍ରୀମନ୍ଦିର ପ୍ରଶାସନ, ବାତ୍ୟା ପାଇଁ ଅଧିକାରୀ ଏବଂ କର୍ମଚାରୀଙ୍କୁ ସଜାଗ ରହିବାକୁ ତାଗିଦ୍‌
  • ||

ବାତ୍ୟା ପାଇଁ ୩୦ ଗର୍ଭବତୀଙ୍କୁ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର

ଚାନ୍ଦବାଲି,୨୪/୧୦: ବାତ୍ୟା ପାଇଁ ରାଜ୍ୟ ସରକାର ସବୁ ଦିଗ ପ୍ରତି ତତ୍ପରତା ଦେଖାଇଛନ୍ତି । ପ୍ରଶାସନର ସାହାଯ୍ୟ କ୍ରମେ ଗର୍ଭବତୀ ମହିଳାଙ୍କୁ କରାଯାଇଛି ସ୍ଥାନାନ୍ତର । ଆଜି ମଧ୍ୟରାତ୍ରରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଦାନା । ଭୀଷଣ ବାତ୍ୟାର ରୂପ ନେଲା ବାତ୍ୟା ଦାନା । ଧାମରା-ଭିତରକନିକା ନିକଟରେ ଲ୍ୟାଣ୍ଡଫଲ୍ କରିବ। ଲ୍ୟାଣ୍ଡଫଲ୍ ବେଳେ ଘଣ୍ଟାପ୍ରତି ୧୦୦ରୁ ୧୨୦ କିମି ପବନ । ଏହାକୁ ଦୃଷ୍ଟିରେ ରଖି ବ୍ଲକ ପ୍ରାଶାସନିକ ସ୍ତରରେ କୌଣସି ପ୍ରତିବନ୍ଧକ ନ ହେବା ପାଇଁ ଚୂଡାନ୍ତ ପ୍ରସ୍ତୁତି ହୋଇ ସାରିଛି।  ଭଦ୍ରକ ଜିଲ୍ଲାରେ ଉପକୂଳବର୍ତ୍ତୀ ଅଞ୍ଚଳ ତଥା ଗ୍ରାମାଞ୍ଚଳ ଭଳି ଜନ ସାଧାରଣଙ୍କ ପାଇଁ ପ୍ରଶାସନ ସଜାଗ ରହିଛି । ଚାନ୍ଦବାଲି ବ୍ଲକରେ ୩୮ ଟି ବାତ୍ୟା ଆଶ୍ରୟସ୍ଥଳୀ, ୧୫୨ଟି ସ୍କୁଲ ଏବଂ ସରକାରୀ ଘର ଆଦିକୁ ବାତ୍ୟା ଆଶ୍ରୟ ସ୍ଥଳୀ ଭାବେ ବ୍ୟବହାର ହେବା ପାଇଁ ପ୍ରସ୍ତୁତ କରାଯାଇଛି ।

ସେହିପରି ଚାନ୍ଦବାଲି ବ୍ଲକର ବିଭିନ୍ନ ତଳିଆ ଅଞ୍ଚଳରୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି । ଓଡ୍ରାଫ ଓ ଏନ୍ ଡି ଆର୍ ଏଫ୍ ଟିମ୍ ମଧ୍ୟ ପ୍ରସ୍ତୁତି ରହିଛନ୍ତି। ସେହିପରି ଗର୍ଭବତୀ ମହିଳାମାନଙ୍କୁ  ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର କରାଯାଇଛି । ବାତ୍ୟା ପ୍ରଭାବରେ  ଗମନା ଗମନ ଅସୁବିଧାକୁ ଦୃଷ୍ଟିରେ ରଖି ଗର୍ଭବତୀ ମହିଳାମାନଙ୍କୁ ଚାନ୍ଦବାଲି ଡାକ୍ତରଖାନାକୁ  ଆଗୁଆ ଅଣା ଯାଇଛି। ଏହା ବ୍ୟତୀତ ବାତ୍ୟା ଆଶ୍ରୟସ୍ଥଳୀରେ ମହଜୁଦ ଭାବେ ଖାଦ୍ୟ ତଥା ପାନୀୟ ସୁବ୍ୟବସ୍ଥା କରାଯାଉଛି । ସେହିପରି ମତ୍ସ୍ୟଜୀବୀମାନଙ୍କୁ  ନଦୀ କୂଳକୁ ଯିବାକୁ ମନା କରାଯାଇଛି। ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଡାକ ବାଜି ଯନ୍ତ୍ର ଦ୍ଵାର ସତର୍କ ସୂଚନା ଜାରି କରାଯାଇଛି।






  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.