ପ୍ରମୂଖ ଖବର
  • ଉପକୂଳ ମୁହାଁ ଦାନା, ପାରାଦୀପ ଠାରୁ ୧୦୦ କି.ମି ଦୂରରେ ରହିଛି
  • ||
  • ଉଦଳା : ବାତ୍ୟା ଆଶ୍ରୟସ୍ଥଳୀ ବୁଲି ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ, ଲୋକଙ୍କୁ ସମସ୍ତ ସୁବିଧା ଯୋଗାଇବା ଉପରେ ଦେଲେ ଗୁରୁତ୍ତ୍ୱ
  • ||
  • ବାତ୍ୟା ଆଶ୍ରୟସ୍ଥଳୀ ଅଚାନକ ପରିଦର୍ଶନ କଲେ ବାଲେଶ୍ୱର ସାଂସଦ
  • ||
  • ସାଲେପୁର : ଭଙ୍ଗା ଚାଳଛପର ଘରୁ ୭୦ ବର୍ଷର ବୃଦ୍ଧା ଉଦ୍ଧାର, ସୁରକ୍ଷିତ ସ୍ଥାନକୁ ନେଉଛନ୍ତି ପୋଲିସ ଏବଂ ଯବାନ
  • ||
  • ହିନ୍ଦୋଳ : ପଟାଳୁ ଗ୍ରାମରେ ଅଭାବନୀୟ ଘଟଣା, ପୋଖରୀରେ ବୁଡି ଚାଲିଗଲା ମହିଳାଙ୍କ ଜୀବନ
  • ||
  • ଆସୁଛି ବାତ୍ୟା 'ଦାନା', ଚନ୍ଦ୍ରଭାଗାରେ ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ ଓ ଏସପି
  • ||
  • ବଲାଙ୍ଗୀର : ଜଙ୍ଗଲରୁ ଯୁବକ ଯୁବତୀଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
  • ||
  • ବାଙ୍କୀ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମା ମାଡ଼; ୨ ଗିରଫ, ୪ ଫେରାର
  • ||
  • ବର୍ଡର-ଗାଭାସ୍କର ଟ୍ରଫି: ନିତିଶଙ୍କୁ ମିଳିପାରେ ଦଳରେ ସୁଯୋଗ, ଖୁବ୍‌ଶୀଘ୍ର ଦଳ ଘୋଷଣା
  • ||
  • ସାଲେପୁର : ଆଗ୍ନିକାଣ୍ଡରେ ଜଳିଗଲା ଗହଣା ଦୋକାନ, ୧୫ ଲକ୍ଷ ଟଙ୍କାର ସୁନାରୂପା ଅଳଙ୍କାର ପୋଡ଼ି ପାଉଁଶ
  • ||
  • ବାତ୍ୟା 'ଦାନା'ର ପ୍ରଭାବ, କୋଣାର୍କ ଓ ଚନ୍ଦ୍ରଭାଗା ପର୍ଯ୍ୟଟକ ଶୂନ୍ୟ
  • ||
  • ଚନ୍ଦକା ମେଣ୍ଢାଶାଳ ଅଞ୍ଚଳରେ ହତ୍ୟାକାଣ୍ଡ; ଭିଣୋଇର ଭୁଜାଲି ଚୋଟରେ ଶଳା ମୃତ, ୩ ଗୁରୁତର
  • ||
  • ଆଇସିସି ଟେଷ୍ଟ ବ୍ୟାଟିଂ ମାନ୍ୟତା: ଷଷ୍ଠକୁ ଉଠିଲେ ପନ୍ତ, ଶ୍ରେଷ୍ଠ ୧୦ରେ ୩ ଭାରତୀୟ
  • ||
  • ବାତ୍ୟା 'ଦାନା' ଆତଙ୍କ: ବର୍ଷା, ପବନ ଜୋର ହେଲେ ୨୪, ୨୫ରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ
  • ||
  • କେନ୍ଦ୍ରାପଡ଼ା : ବାତ୍ୟା ପାଇଁ ଜିଲ୍ଲା ପ୍ରଶାସନର ପଦକ୍ଷେପ, ୨୫ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର
  • ||
  • ବାତ୍ୟା ପାଇଁ ଆଠଗଡ଼ ପରିବା ବଜାରରେ ଲୋକଙ୍କ ଭିଡ଼, କିଣି ନେଉଛନ୍ତି ବ୍ୟାଗ୍ ବ୍ୟାଗ୍ ପରିବା
  • ||
  • ସତର୍କତାମୂଳକ ପଦକ୍ଷେପ ନେଲା ଶ୍ରୀମନ୍ଦିର ପ୍ରଶାସନ, ବାତ୍ୟା ପାଇଁ ଅଧିକାରୀ ଏବଂ କର୍ମଚାରୀଙ୍କୁ ସଜାଗ ରହିବାକୁ ତାଗିଦ୍‌
  • ||

ସ୍ୱାଭିମାନ ଅଞ୍ଚଳରେ ମାଓବାଦୀଙ୍କ ଡମ୍ପ୍ ଠାବ, ବିପୁଳ ପରିମାଣର ବିସ୍ଫୋରକ ଦ୍ରବ୍ୟ ଉଦ୍ଧାର

ମାଲକାନଗିରି,୨୩/୧୦ : ମାଓଗଡ଼ ଭାବେ ଏକଦା ପରିଚିତ ଥିବା ମାଲକାନଗିରି ଜିଲ୍ଲା ଧିରେ ଧିରେ ମାଓମୁକ୍ତ ହେବାକୁ ଯାଉଥିବାବେଳେ ଦୀର୍ଘ ବର୍ଷର ନୀରବତା ପରେ ପୁଣି ମୁଣ୍ଡ ଟେକିଛନ୍ତି ମାଓବାଦୀ। ନିଜର ସ୍ଥିତି ଜାହିର ପାଇଁ ଯବାନଙ୍କୁ ଟାର୍ଗେଟ କରି ଜଙ୍ଗଲରେ ମାଓବାଦୀ ଲୁଚାଇ ରଖିଥିବା ଡମ୍ପକୁ ଯବାନମାନେ ଠାବ କରି ସେଥିରୁ ପାଇପ ବମ, ଟିଫିନ ବମ୍ ସହ ବିପୁଳ ପରିମାଣର ବିସ୍ଫୋରକ ଦ୍ରବ୍ୟ ଉଦ୍ଧାର କରି ମାଓବାଦୀଙ୍କ ବିସ୍ଫୋରଣ ଯୋଜନାକୁ ପଣ୍ଡ କରି ଦେଇଛନ୍ତି।

ମିଳିଥିବା ସୂଚନା ଅନୁସାରେ ଏକ ନିର୍ଦ୍ଦିଷ୍ଟ ସୂଚନାକୁ ଆଧାର କରି ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳ ଘନ ବେଢା ଓ ଗୋରାସେତୁଠାରେ ପ୍ରତିଷ୍ଠିତ ବିଏସଏଫର ୧୭୭ବାଟାଲିୟନ ଯବାନମାନେ ସ୍ୱାଭିମାନ ଅଞ୍ଚଳ ଯୋଡ଼ାମ୍ବ ଥାନା ସ୍ଥ ଅଣ୍ଡରପାଲି ପଞ୍ଚାୟତ ନିକଟ କୋଣ୍ଡାକାମ୍ବେରୁ ଜଙ୍ଗଲ ପାହାଡ଼ ନିକଟରେ ସର୍ଚ୍ଚ ଅପରେସନ ଚଳାଇଥିଲେ। ଘଟଣା ସ୍ଥଳରେ   ତଲାସି କରିବାରୁ ପାହାଡ଼ ତଳେ ଘଞ୍ଚ ଜଙ୍ଗଲ ନିକଟରେ ଏକ ପ୍ଲାଷ୍ଟିକ  ଡ୍ରମ ଡପିଙ୍ଗ କରାଯାଇଥିବାର ଦେଖିବାକୁ ପାଇଥିଲେ । ସତର୍କ ତାର ସହିତ ଯବାନ ଉକ୍ତ ଡ୍ରମକୁ ଉଦ୍ଧାର କରିଥିଲେ। ଉକ୍ତ ଡ୍ରମ ମଧ୍ୟରେ ୫କେଜି ଓ ୨କେଜି ଓଜନର ଦୁଇଟି ଟିଫିନ ବମ, ରକେଟ ଲଞ୍ଚର ପରି ୩ଟି ପାଇପ ବମ, ୯ଟି ଇଲୋକ୍ଟ୍ରୋନିକ ଡେଟୋନେଟର, ୯ଟି ଅତ୍ୟାଧୁନିକ ଜିଲୋଟିନ ଷ୍ଟିକ, ୧୨ଭୋଲ୍ଟ ବ୍ୟାଟେରୀ, ସୋଲାର ପ୍ଲେଟ, ଔଷଧ ଓ ଅନ୍ୟାନ୍ୟ ମାଓସାମଗ୍ରୀ ଯବାନମାନେ ଜବତ କରିଛନ୍ତି।

ସୁରକ୍ଷା ବାହିନୀର ବୋମା ନିଷ୍କ୍ରିୟକାରୀ ଦଳ ଦ୍ବାରା ଉଦ୍ଧାର ବମ ଗୁଡିକୁ ଘଞ୍ଚ ଜଙ୍ଗଲରେ ସୁରକ୍ଷିତ ଭାବେ ନିଷ୍କ୍ରିୟ କରାଯାଇଥିଲା। ସୂଚନାଯୋଗ୍ୟ ଯେ, ଏହି ଅଞ୍ଚଳ ଦୀର୍ଘ ଦଶନ୍ଧି ଧରି ଅତୀତରେ ମାଓବାଦୀଙ୍କ ଗଡ଼ ଥିଲା। ଯେଉଁଠି ମାଓବାଦୀ କ୍ୟାଡ଼ର ଏବଂ ତାଙ୍କ ସହ‌ଯୋଗୀମାନେ ଏହି ଅଞ୍ଚଳକୁ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରୁଥିଲେ। ଏହିପରି ଅଞ୍ଚଳରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଅଞ୍ଚଳରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଲ୍ୟାଣ୍ଡମାଇନ ଖଞ୍ଜିବା, ବୋମା ସରଞ୍ଜାମ ଗଚ୍ଛିତ କରି ଲୁଚାଇ ରଖୁଥିଲେ। ତେବେ ବିଏସଏଫ ସର୍ବଦା ସଜାଗ ରହିବା ସହ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କୁମ୍ବି/ସର୍ଚ୍ଚ ଅପରେସନ ଜାରି ରଖିବା ଦ୍ୱାରା ସେମାନଙ୍କ ଯୋଜନା ଗୁଡିକୁ ଭଣ୍ଡୁର କରିଦିଆଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.