ପ୍ରମୂଖ ଖବର
  • ଉପକୂଳ ମୁହାଁ ଦାନା, ପାରାଦୀପ ଠାରୁ ୧୦୦ କି.ମି ଦୂରରେ ରହିଛି
  • ||
  • ଉଦଳା : ବାତ୍ୟା ଆଶ୍ରୟସ୍ଥଳୀ ବୁଲି ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ, ଲୋକଙ୍କୁ ସମସ୍ତ ସୁବିଧା ଯୋଗାଇବା ଉପରେ ଦେଲେ ଗୁରୁତ୍ତ୍ୱ
  • ||
  • ବାତ୍ୟା ଆଶ୍ରୟସ୍ଥଳୀ ଅଚାନକ ପରିଦର୍ଶନ କଲେ ବାଲେଶ୍ୱର ସାଂସଦ
  • ||
  • ସାଲେପୁର : ଭଙ୍ଗା ଚାଳଛପର ଘରୁ ୭୦ ବର୍ଷର ବୃଦ୍ଧା ଉଦ୍ଧାର, ସୁରକ୍ଷିତ ସ୍ଥାନକୁ ନେଉଛନ୍ତି ପୋଲିସ ଏବଂ ଯବାନ
  • ||
  • ହିନ୍ଦୋଳ : ପଟାଳୁ ଗ୍ରାମରେ ଅଭାବନୀୟ ଘଟଣା, ପୋଖରୀରେ ବୁଡି ଚାଲିଗଲା ମହିଳାଙ୍କ ଜୀବନ
  • ||
  • ଆସୁଛି ବାତ୍ୟା 'ଦାନା', ଚନ୍ଦ୍ରଭାଗାରେ ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ ଓ ଏସପି
  • ||
  • ବଲାଙ୍ଗୀର : ଜଙ୍ଗଲରୁ ଯୁବକ ଯୁବତୀଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
  • ||
  • ବାଙ୍କୀ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମା ମାଡ଼; ୨ ଗିରଫ, ୪ ଫେରାର
  • ||
  • ବର୍ଡର-ଗାଭାସ୍କର ଟ୍ରଫି: ନିତିଶଙ୍କୁ ମିଳିପାରେ ଦଳରେ ସୁଯୋଗ, ଖୁବ୍‌ଶୀଘ୍ର ଦଳ ଘୋଷଣା
  • ||
  • ସାଲେପୁର : ଆଗ୍ନିକାଣ୍ଡରେ ଜଳିଗଲା ଗହଣା ଦୋକାନ, ୧୫ ଲକ୍ଷ ଟଙ୍କାର ସୁନାରୂପା ଅଳଙ୍କାର ପୋଡ଼ି ପାଉଁଶ
  • ||
  • ବାତ୍ୟା 'ଦାନା'ର ପ୍ରଭାବ, କୋଣାର୍କ ଓ ଚନ୍ଦ୍ରଭାଗା ପର୍ଯ୍ୟଟକ ଶୂନ୍ୟ
  • ||
  • ଚନ୍ଦକା ମେଣ୍ଢାଶାଳ ଅଞ୍ଚଳରେ ହତ୍ୟାକାଣ୍ଡ; ଭିଣୋଇର ଭୁଜାଲି ଚୋଟରେ ଶଳା ମୃତ, ୩ ଗୁରୁତର
  • ||
  • ଆଇସିସି ଟେଷ୍ଟ ବ୍ୟାଟିଂ ମାନ୍ୟତା: ଷଷ୍ଠକୁ ଉଠିଲେ ପନ୍ତ, ଶ୍ରେଷ୍ଠ ୧୦ରେ ୩ ଭାରତୀୟ
  • ||
  • ବାତ୍ୟା 'ଦାନା' ଆତଙ୍କ: ବର୍ଷା, ପବନ ଜୋର ହେଲେ ୨୪, ୨୫ରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ
  • ||
  • କେନ୍ଦ୍ରାପଡ଼ା : ବାତ୍ୟା ପାଇଁ ଜିଲ୍ଲା ପ୍ରଶାସନର ପଦକ୍ଷେପ, ୨୫ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର
  • ||
  • ବାତ୍ୟା ପାଇଁ ଆଠଗଡ଼ ପରିବା ବଜାରରେ ଲୋକଙ୍କ ଭିଡ଼, କିଣି ନେଉଛନ୍ତି ବ୍ୟାଗ୍ ବ୍ୟାଗ୍ ପରିବା
  • ||
  • ସତର୍କତାମୂଳକ ପଦକ୍ଷେପ ନେଲା ଶ୍ରୀମନ୍ଦିର ପ୍ରଶାସନ, ବାତ୍ୟା ପାଇଁ ଅଧିକାରୀ ଏବଂ କର୍ମଚାରୀଙ୍କୁ ସଜାଗ ରହିବାକୁ ତାଗିଦ୍‌
  • ||

ପୂର୍ବରୁ ଜରିମାନା ଦେଇ ନ ଥିଲେ ବୋଲି ; ଶବ ସତ୍କାର ଲାଗି ଦେଲେ ନାହିଁ ଗ୍ରାମବାସୀ

ବାଙ୍ଗିରିପୋଷି,୨୪/୧୦ : ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଦିଘି ଗ୍ରାମ ପଞ୍ଚାୟତ ଦୋରକଣ୍ଟିଆ ଗ୍ରାମରେ ସୃଷ୍ଟି ହେଇଛି ଅଭାବନୀୟ ପରିସ୍ଥିତି । ଜନୈକ ପରିବାର ପୂର୍ବରୁ ଗ୍ରାମରେ କରାଯାଇଥିବା ୨୫୦୦୦ଟଙ୍କା ଜରିମାନା ଦେଇ ନ ଥିବାରୁ ଶବ ସଂସ୍କାର ଲାଗି ଗ୍ରାମବାସୀମାନେ ମୃତଦେହ ନ ଛାଡି ଶବକୁ ୨୪ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଅଟକ ରଖିଥିଲେ । 

ସୂଚନା ଅନୁସାରେ, ଗାଁର ସୁନ୍ଦର ମୋହନ ମାର୍ଣ୍ଡିଙ୍କ ସ୍ତ୍ରୀ ସାକ୍ରମଣି ମାର୍ଣ୍ଡିଙ୍କ ଗତ ୨୩ତାରିଖ ସନ୍ଧ୍ୟା ୬ ଟା ସମୟରେ ମୃତ୍ୟୁ ହୋଇଥିଲା । ତେବେ ପୂର୍ବରୁ ଶ୍ରୀ ମାର୍ଣ୍ଡିଙ୍କୁ ଆଦିବାସୀ ସମାଜ ନିୟମ ଅନୁସାରେ ଜରିମାନା କରିଥିବା ୨୫ ହଜାର ଟଙ୍କା ଦେଇ ନ ଥିବା ଦର୍ଶାଇ ଗ୍ରାମବାସୀମାନେ ଠେଙ୍ଗା, ବାଡି ଧରି ଶବକୁ ଅଟକ ରଖି ଶବ ସତ୍କାର ପାଇଁ ଛାଡି ନ ଥିଲେ। 

ଖବରପାଇ ବାଙ୍ଗିରିପୋଷି ଥାନା ଅଧିକାରୀ ରୋଜାଲିନ ବେହେରା ଏବଂ ଅତିରିକ୍ତ ତହସିଲଦାର ଦାମୋଦର ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଶେଷ ଖବର ସୁଦ୍ଧା ଗ୍ରାମବାସୀମାନେ ନିଜ ଜିଦରେ ଅଟଳ ଥିବା ବେଳେ ମୃତକଙ୍କ ଶବ ସତ୍କାର ହୋଇ ନ ପାରି ଅଧା ରାସ୍ତାର ଶବ ପଡ଼ି ରହିଥିଲା । ଅନ୍ୟପକ୍ଷେ ମୃତକଙ୍କ ପରିବାର ଲୋକଙ୍କୁ ଜାଣିଶୁଣି ଜରିମାନା କରିବା ସହ ସାମାଜିକ ବାସନ୍ଦର ଭୟ ଦେଖାଇ ହଇରାଣ କରାଯାଉଛି ବୋଲି ବାଙ୍ଗିରିପୋଷି ସେଙ୍ଗେଲ୍ ଅଭିଯାନ ତରଫରୁ ଅଭିଯୋଗ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.