କେନ୍ଦ୍ରାପଡା , ୨୫/୧୦ : ବାତ୍ୟା ‘ଦାନା’ର ପ୍ରଭାବରେ ଭାଙ୍ଗିଲା ଗଛ । କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ୍ ନ' ମୌଜା ଅଞ୍ଚଳ ରାସ୍ତାରେ ଗଛ ଭାଙ୍ଗି ରାସ୍ତା ଅବରୋଧ । ଖବରପାଇ ସଙ୍ଗେ ସଙ୍ଗେ ଓଡ୍ରାଫ୍ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଂଚି ଥିଲା । ପରେ କଟର ସାହାଯ୍ଯରେ ଗଛ କାଟି ରାସ୍ତା ସଫା କରୁଛନ୍ତି l
କେନ୍ଦ୍ରାପଡା ଜିଲ୍ଲାର ୯ଟି ବ୍ଲକର ୨୪୯ଟି ପଞ୍ଚାୟତ ବାତ୍ୟା ଦ୍ଵାରା ପ୍ରଭାବିତ ହୋଇଛି l ଜିଲ୍ଲାରେ ମୋଟ ୧୫୯୩ଟି ଗାଁ ବାତ୍ୟା କବଳରେ କବଳିତ । ୧୫ଲକ୍ଷ ୮୪ ହଜାର ୩୯୭ ଜଣ ବାତ୍ୟା ଦ୍ଵାରା ପ୍ରଭାବିତ ହୋଇଛି । ୯୮ ହଜାର ୫୫୪ ଜଣଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପ୍ରଭାବିତଙ୍କୁ ରନ୍ଧା ଖାଦ୍ୟ ଦେବା ପାଇଁ ଯୋଜନା ରହିଥିବା ସୂଚନା ମିଳିଛି ।
ସୂଚନା ଅନୁସାରେ , ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ ଆରମ୍ଭ ହୋଇଯାଇଛି । ସକାଳ ଯାଏ ଚାଲିବ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ଏହାର ପ୍ରଭାବରେ ଭିତରକନିକାରେ ପ୍ରବଳ ବର୍ଷା ସହ ପବନ ହେଉଛି । ଘଣ୍ଟା ପ୍ରତି ୧୦୦ରୁ ୧୧୦ରହିଛି ପବନର ବେଗ ।