ପ୍ରମୂଖ ଖବର
  • ୫୦୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ୨ କୃଷି ଅଧିକାରୀ, ଏକକାଳୀନ ୫ ଟି ସ୍ଥାନରେ ଭିଜିଲାନ୍ସ ଚଢାଉ
  • ||
  • ଭୋଗରାଇରେ ପାଗଳା କୁକୁର ଆତଙ୍କ,ଗୋଡ଼ାଇ ଗୋଡ଼ାଇ ୬ ଜଣକୁ କାମୁଡ଼ିଲା
  • ||
  • ବଡ଼ମ୍ବା ପୋଲିସକୁ ସଫଳତା, ବିଭିନ୍ନ ସ୍ଥାନରୁ ଚୋରି ଘଟଣାରେ ୫ ଅଭିଯୁକ୍ତ ଗିରଫ
  • ||
  • ଦାରିଙ୍ଗବାଡ଼ି : ପାଇପ୍‌ ଫାଟି ଡ୍ରେନ୍‌ରେ ଭାସୁଛି ପାଣି, ଜଳ ଯୋଗାଣ ବିଭାଗ ନୀରବ
  • ||
  • ବଲାଙ୍ଗୀର : ବଲା ବାଇକ୍‌ ଧକ୍କାରେ ଚାଲିଗଲା ବୃଦ୍ଧଙ୍କ ଜୀବନ, ପୋଲିସର ତଦନ୍ତ ଆରମ୍ଭ
  • ||
  • ମହାକୁମ୍ଭରେ ବୁଡ଼ ପକାଇବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କାଲି ରାମଲାଲାଙ୍କୁ କରିବେ ଦର୍ଶନ
  • ||
  • ଢେଙ୍କାନାଳରେ ଫାର୍ମ ହାଉସ୍‌ ମାଲିକଙ୍କୁ ଗୁଳି କରି ହତ୍ୟା କଲେ ତିନି ଦୁର୍ବୃତ୍ତ ,କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଟ୍ରକ୍‌ ଧକ୍କାରେ ସାଇକେଲ ଆରୋହୀ ମୃତ, ପରିଚୟ ଅସ୍ପଷ୍ଟ
  • ||
  • ଚାମ୍ପିଅନ୍ସ ଟ୍ରଫିରେ ବିଗ୍ ଫାଇଟ୍, ସୁପର ସନଣ୍ଡେରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମୁକାବିଲା
  • ||
  • ରାଜ୍ୟରେ ଆଉ ଦୁଇ ଦିନ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ||

ରାସ୍ତା କଡରେ ଠିଆ ହୋଇଥିବା ବେଳେ ଜଳିଗଲା ବସ୍

Published By : Prameya | February 23, 2025 9:10 PM

ଯାଜପୁରରୋଡ, ୨୩।୨ :  ଯାଜପୁର ରୋଡ଼ ଥାନା ମିଲିଟାରୀ ଛକ ନିକଟରେ ଜଳିଗଲା ବସ। ରାସ୍ତାକଡରେ ବସ ଠିଆ ହୋଇଥିବା ବେଳେ ନିଆଁ ଲାଗି ଜଳିଯାଇଛି। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। 

ସୂଚନା ମୁତାବକ ସ୍ଥାନୀୟ ଘରୋଇ କାରଖାନାର ଏକ ବସ ଟି ମିଲିଟାରୀ ଛକ ନିକଟରେ ରାସ୍ତା କଡରେ ଠିଆ ହୋଇରହିଥିବା ବେଳେ ହଠାତ୍ ଜଳି ଉଠିଥିଲା। ସ୍ଥାନୀୟ ଲୋକେ ଏହା ଦେଖି ସ୍ଥାନୀୟ ଦାନଗଦି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଛନ୍ତି। ଏହି ଅଗ୍ନିକାଣ୍ଡ ଫଳରେ କିଛି ସମୟ ପାଇଁ ଡ଼ୁବୁରୀ ଯାଜପୁର ରୋଡ଼ ରାସ୍ତାରେ ଗାଡି ଚଳାଚଳ ବନ୍ଦ ରହିଥିଲା। ପରେ ପୋଲିସ ପହଞ୍ଚି ଟ୍ରାଫିକ ନିୟନ୍ତ୍ରଣ କରିବା ପରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଏଥିରେ କେହି ଆହତ ହୋଇ ନଥିବା ଜଣାପଡ଼ିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.