ପ୍ରମୂଖ ଖବର
  • ୫୦୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ୨ କୃଷି ଅଧିକାରୀ, ଏକକାଳୀନ ୫ ଟି ସ୍ଥାନରେ ଭିଜିଲାନ୍ସ ଚଢାଉ
  • ||
  • ଭୋଗରାଇରେ ପାଗଳା କୁକୁର ଆତଙ୍କ,ଗୋଡ଼ାଇ ଗୋଡ଼ାଇ ୬ ଜଣକୁ କାମୁଡ଼ିଲା
  • ||
  • ବଡ଼ମ୍ବା ପୋଲିସକୁ ସଫଳତା, ବିଭିନ୍ନ ସ୍ଥାନରୁ ଚୋରି ଘଟଣାରେ ୫ ଅଭିଯୁକ୍ତ ଗିରଫ
  • ||
  • ଦାରିଙ୍ଗବାଡ଼ି : ପାଇପ୍‌ ଫାଟି ଡ୍ରେନ୍‌ରେ ଭାସୁଛି ପାଣି, ଜଳ ଯୋଗାଣ ବିଭାଗ ନୀରବ
  • ||
  • ବଲାଙ୍ଗୀର : ବଲା ବାଇକ୍‌ ଧକ୍କାରେ ଚାଲିଗଲା ବୃଦ୍ଧଙ୍କ ଜୀବନ, ପୋଲିସର ତଦନ୍ତ ଆରମ୍ଭ
  • ||
  • ମହାକୁମ୍ଭରେ ବୁଡ଼ ପକାଇବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କାଲି ରାମଲାଲାଙ୍କୁ କରିବେ ଦର୍ଶନ
  • ||
  • ଢେଙ୍କାନାଳରେ ଫାର୍ମ ହାଉସ୍‌ ମାଲିକଙ୍କୁ ଗୁଳି କରି ହତ୍ୟା କଲେ ତିନି ଦୁର୍ବୃତ୍ତ ,କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଟ୍ରକ୍‌ ଧକ୍କାରେ ସାଇକେଲ ଆରୋହୀ ମୃତ, ପରିଚୟ ଅସ୍ପଷ୍ଟ
  • ||
  • ଚାମ୍ପିଅନ୍ସ ଟ୍ରଫିରେ ବିଗ୍ ଫାଇଟ୍, ସୁପର ସନଣ୍ଡେରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମୁକାବିଲା
  • ||
  • ରାଜ୍ୟରେ ଆଉ ଦୁଇ ଦିନ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ||

ବଅଁରପାଳରେ ୨ କୋଟି ଟଙ୍କାର ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ କଲେ ଧର୍ମେନ୍ଦ୍ର ପ୍ରଧାନ

Published By : Prameya | February 23, 2025 4:52 PM

ବଅଁରପାଳ, ୨୩।୨ : ଅନୁଗୋଳ ବଅଁରପାଳ ଠାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ରବିବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରିଛନ୍ତି। ଏହି  ଅବସରରେ ଜିଲ୍ଲା ପ୍ରଶାସନ ସହଯୋଗରେ ସ୍ଥାନୀୟ ଅଞ୍ଚଳର ଆବଶ୍ୟକତା ଅନୁଯାୟୀ ଶିକ୍ଷା, ସ୍ୱାସ୍ଥ୍ୟ ଓ ରୋଜଗାରକୁ ଗୁରୁତ୍ୱ ଦେବା ସହ କାର୍ଯ୍ୟକୁ ବ୍ୟାପକ କରାଇବା ପାଇଁ ସହଯୋଗୀ ହେବାକୁ ଟାଟା ଷ୍ଟିଲ ଫାଉଣ୍ଡେସନକୁ ପରାମର୍ଶ ଦେଇଛନ୍ତି। 

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ୧ କୋଟି ୨୫ ଲକ୍ଷ ଟଙ୍କା ବ୍ୟୟରେ ବଅଁରପାଳ ଛକର ସୌନ୍ଦର୍ଯ୍ୟକରଣ ଏବଂ ଆଲୋକୀକରଣ ପାଇଁ ସମନ୍ୱିତ ବିକାଶ ପ୍ରକଳ୍ପ ଓ ୫୦ ଲକ୍ଷ ଟଙ୍କା ବ୍ୟୟରେ ‘ଅମୃତ ସରୋବର’ ପ୍ରକଳ୍ପ ଅଧୀନରେ ଗୋତମରା ପୋଖରୀର ନବୀକରଣ ପାଇଁ ଶିଳାନ୍ୟାସ କରିଛନ୍ତି । ସେହିପରି ସ୍ଥାନୀୟ ପିଏସଏସଜେ ଜୁନିୟର ମହାବିଦ୍ୟାଳୟ ଠାରେ ଟାଟା ଷ୍ଟିଲ ଫାଉଣ୍ଡେସନର ବାର୍ଷିକ ଉତ୍ସବ ‘ଅରୁଣିମା- ୨୦୨୫’ ରେ ଯୋଗଦେବା ସହ ୨୫ ଲକ୍ଷ ଟଙ୍କା ବ୍ୟୟରେ ଏହି କଲେଜର ଲ୍ୟାବ୍ ଓ ଖେଳପଡ଼ିଆ ନିର୍ମାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ କେନ୍ଦ୍ରମନ୍ତ୍ରୀ । ଏହାସହ ବଅଁରପାଳ ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ ସପ୍ତମ ବା ତଦୁର୍ଦ୍ଧ ଶ୍ରେଣୀରେ ପଢୁଥିବା ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ପିଲାମାନଙ୍କୁ “ଜ୍ୟୋତି ଛାତ୍ରବୃତ୍ତି” ପ୍ରଦାନ କରିଥିଲେ । 

 ଜିଲ୍ଲା ପ୍ରଶାସନ ସହଯୋଗରେ ଟଟା ଷ୍ଟିଲ୍ ଫାଉଣ୍ଡେସନର ଏହି ସାଧୁ ଉଦ୍ୟମ ପାଇଁ ଧନ୍ୟବାଦ ଜଣାଇବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ଅନୁଗୋଳ ଓ ତାଳଚେରର ମୁଖଶାଳା ହେଉଛି ବଅଁରପାଳ । ବଅଁରପାଳ ବ୍ଲକର ଗୋତମରା ଗାଁ ଏକ ଐତିହାସିକ ଗ୍ରାମ । ଏହି ଗ୍ରାମରେ ବିଶିଷ୍ଟ ରାଜନୀତିଜ୍ଞ ସ୍ୱର୍ଗତ ଅଦ୍ୱୈତ ପ୍ରସାଦ ସିଂହ ଜନ୍ମଗ୍ରହଣ କରିଥିଲେ । ଶୁଭାରମ୍ଭ ହୋଇଥିବା ପାଖାପାଖି ୨ କୋଟି ମୂଲ୍ୟର ପ୍ରକଳ୍ପ ଗୁଡ଼ିକ ବଅଁରପାଳକୁ ଏକ ନୂଆ ପରିଚୟ ଦେବ ।  ଏହି ଗ୍ରାମର ସୌନ୍ଦର୍ଯ୍ୟକରଣ ସହ ଜନସାଧାରଣଙ୍କ ଯାତାୟତ ସୁବିଧା ପାଇଁ ଆମେ ବଦ୍ଧପରିକର ।   ଗୋତମରା ପୋଖରୀ ନିକଟରେ ସ୍ୱର୍ଗତ ଅଦ୍ୱୈତ ପ୍ରସାଦ ସିଂହଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ ନେଇ ଶ୍ରୀ ପ୍ରଧାନ ପ୍ରସ୍ତାବ ଦେଇଥିଲେ ।

ସେହିପରି ପିଏସଏସଜେ କଲେଜରେ ଶିଳାନ୍ୟାସ ହୋଇଥିବା ପରୀକ୍ଷାଗାର ଓ ଖେଳ ପଡ଼ିଆ ଦ୍ୱାରା ଛାତ୍ରଛାତ୍ରୀମାନେ ଉପକୃତ ହେବେ । ବଅଁରପାଳରେ ଖେଳର ପରମ୍ପରା ରହିଛି । ଧୀରେ ଧୀରେ ଖେଳ ପ୍ରତି ପିଲାମାନଙ୍କ ଆଗ୍ରହ ବଢୁଛି । ଏହି ଅଞ୍ଚଳରେ ଆଗାମୀ ଦିନରେ ଖେଳର ବିକାଶ ହେବ । ଜିଲ୍ଲା ପ୍ରଶାସନ ଓ ଟାଟା ଷ୍ଟିଲ ଫାଉଣ୍ଡେସନ ସହଯୋଗରେ ଅନୁଗୋଳ ଜିଲ୍ଲାକୁ ଏକ ଆଧୁନିକ ଜିଲ୍ଲା ଭାବେ ଗଢ଼ିବା ପାଇଁ ସାମୂହିକ ଦାୟିତ୍ୱ ନେବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି ।   ଏହି ଗସ୍ତକାଳରେ କେନ୍ଦ୍ରମନ୍ତ୍ରୀ ବଅଁରପାଳ ବ୍ଲକ ତଳମୂଳ ସ୍ଥିତ ଦୁର୍ଗା ମାଧବ ମନ୍ଦିର ଓ ଶନିଶ୍ଚର ମନ୍ଦିରରେ ଦର୍ଶନ କରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.