ପ୍ରମୂଖ ଖବର
  • ୫୦୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ୨ କୃଷି ଅଧିକାରୀ, ଏକକାଳୀନ ୫ ଟି ସ୍ଥାନରେ ଭିଜିଲାନ୍ସ ଚଢାଉ
  • ||
  • ଭୋଗରାଇରେ ପାଗଳା କୁକୁର ଆତଙ୍କ,ଗୋଡ଼ାଇ ଗୋଡ଼ାଇ ୬ ଜଣକୁ କାମୁଡ଼ିଲା
  • ||
  • ବଡ଼ମ୍ବା ପୋଲିସକୁ ସଫଳତା, ବିଭିନ୍ନ ସ୍ଥାନରୁ ଚୋରି ଘଟଣାରେ ୫ ଅଭିଯୁକ୍ତ ଗିରଫ
  • ||
  • ଦାରିଙ୍ଗବାଡ଼ି : ପାଇପ୍‌ ଫାଟି ଡ୍ରେନ୍‌ରେ ଭାସୁଛି ପାଣି, ଜଳ ଯୋଗାଣ ବିଭାଗ ନୀରବ
  • ||
  • ବଲାଙ୍ଗୀର : ବଲା ବାଇକ୍‌ ଧକ୍କାରେ ଚାଲିଗଲା ବୃଦ୍ଧଙ୍କ ଜୀବନ, ପୋଲିସର ତଦନ୍ତ ଆରମ୍ଭ
  • ||
  • ମହାକୁମ୍ଭରେ ବୁଡ଼ ପକାଇବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କାଲି ରାମଲାଲାଙ୍କୁ କରିବେ ଦର୍ଶନ
  • ||
  • ଢେଙ୍କାନାଳରେ ଫାର୍ମ ହାଉସ୍‌ ମାଲିକଙ୍କୁ ଗୁଳି କରି ହତ୍ୟା କଲେ ତିନି ଦୁର୍ବୃତ୍ତ ,କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଟ୍ରକ୍‌ ଧକ୍କାରେ ସାଇକେଲ ଆରୋହୀ ମୃତ, ପରିଚୟ ଅସ୍ପଷ୍ଟ
  • ||
  • ଚାମ୍ପିଅନ୍ସ ଟ୍ରଫିରେ ବିଗ୍ ଫାଇଟ୍, ସୁପର ସନଣ୍ଡେରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମୁକାବିଲା
  • ||
  • ରାଜ୍ୟରେ ଆଉ ଦୁଇ ଦିନ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ||

ବାରଙ୍ଗରେ ଚାଷ ହେଉଛି ରଙ୍ଗୀନ୍‌ କୋବି, ବହୁମାତ୍ରାରେ ରହୁଛି ଭିଟାମିନ୍‌-ଏ

Published By : Prameya | February 23, 2025 2:58 PM

ଭୁବନେଶ୍ୱର,୨୩/୦୨: କିଛି ବର୍ଷ ହୋଇଯିବ ବଜାରରେ ଦେଖିବାକୁ ମିଳୁଛି ରଙ୍ଗୀନ୍‌  କେବି । ଏଥିରେ କୌଣସି ରାସାୟନିକ ରଙ୍ଗ  ପ୍ରଲେପ ହୋଇନି । ବରଂ ଏହା ପ୍ରାକୃତିକ ଭାବେ  ରଙ୍ଗୀନ୍‌ । ଚାଷ ପଦ୍ଧତିରେ ଉନ୍ନତି କାରଣରୁ ଏହିଭଳି କୋବିର ପସରା  ରାଜଧାନୀରେ ଦେଖିବାକୁ  ମିଳୁଛି । ଯାହାକୁ କିଣିବା  ପାଇଁ ଲୋକମାନଙ୍କ ଭିତରେ ବେଶ୍‌ ଉତ୍ସୁକତା  ଦେଖାଯାଉଛି । 

ପୂର୍ବରୁ ଏହି ରଙ୍ଗୀନ୍‌ କୋବି ବାହାର ରାଜ୍ୟରୁ  ଆସୁଥିଲା । ହେଲେ ବର୍ତ୍ତମାନ ଭୁବନେଶ୍ୱର ଉପକଣ୍ଠ  ବାରଙ୍ଗରେ କିଛି ଚାଷୀ ଏହାକୁ ନିଜ କ୍ଷେତରେ ଚାଷ  କରୁଛନ୍ତି । ସାଧାରଣ ଧଳା କୋବିଠାରୁ ଏହାର  ମୂଲ୍ୟ ଅଧିକ ରହୁଛି । ମୁଖ୍ୟତଃ ହଳଦିଆ  କୋବି ଗୋଟାକୁ ୮୦ ଟଙ୍କା, ପିଆଜ ରଙ୍ଗର  କୋବି ମୂଲ୍ୟ ୯୦ଟଙ୍କା, ବ୍ରୋକଲି ୫୦, ବାଇଗଣି  ରଙ୍ଗର ବନ୍ଧାକୋବି ୭୦ ଟଙ୍କା, ଲୋଟସ୍‌ ୮୦ ଟଙ୍କା  ରହୁଛି । ବିଶେଷକରି  ରେସ୍ତୋରାଁଗୁଡ଼ିକରେ  ଏହାର ଚାହିଦା ବେଶ୍‌  ଅଧିକ । ପ୍ରଦର୍ଶନୀ ପଡ଼ିଆ ଯିବା ରାସ୍ତାରେ ରଙ୍ଗିନ୍‌  କୋବି ବିକ୍ରି କରୁଥିବା ଦିଲୀପ ବେହେରା କୁହନ୍ତି,  ଏହି କୋବିର ବେଶ୍‌ ଚାହିଦା ରହିଛି । ହେଲେ  କିଛି ଲୋକ ଭାବୁଛନ୍ତି ଏଥିରେ ଆମେ ରଙ୍ଗ  ଲଗାଇଦେଉଛୁ । ସେଥିପାଇଁ ହାତ ମାରି ପରୀକ୍ଷା  କରୁଛନ୍ତି । ହେଲେ ଏହାର ମହତ୍ତ୍ୱ ଜାଣିଥିବା ଲୋକ  ବିନା ମୂଲଚାଲରେ କିଣିକରି ନେଇଯାଆନ୍ତି । ମୁଁ  ଏହି କୋବି ବାରଙ୍ଗର ଚାଷୀମାନଙ୍କଠାରୁ ଆଣୁଛି ।   

ଏହି କୋବି ଚାଷ କରୁଥିବା ଚାଷୀଙ୍କ  କହିବା କଥା, ଧଳା କୋବି ତୁଳନାରେ ରଙ୍ଗୀନ୍‌  କୋବିର ଯତ୍ନ ଟିକେ ଅଧିକ । ଏହି କୋବି ଅଧିକ  ମିଠା ହୋଇଥିବାରୁ ଏଥିରେ ବହୁତ ଶୀଘ୍ର ପୋକ  ଲାଗେ । ସେଥିପାଇଁ ପ୍ରତି ୨ଦିନରେ ଥରେ ଔଷଧ  ଦେବାକୁ ପଡ଼ିଥାଏ । ୧୦ ଗ୍ରାମ ଧଳା କୋବି ମଞ୍ଜିର  ମୂଲ୍ୟ ୪୦୦ ଟଙ୍କାରୁ ଆରମ୍ଭ ହେଉଥିବା ବେଳେ  ରଙ୍ଗୀନ୍‌ କୋବି ମଞ୍ଜିର ମୂଲ୍ୟ ମଧ୍ୟ ସମାନ । ହେଲେ  ଏହାର ଯତ୍ନ ଓ ଔଷଧରେ ଅଧିକ ଖର୍ଚ୍ଚ ହୋଇଯାଏ ।  ପ୍ରୟ ୨ ରୁ ୩ ଫୁଟ ଦୂରତା ରଖି ଏହି କୋବିକୁ  ଲଗାଯାଇଥାଏ । ଧଳା କୋବି ଫଳିବା ପାଇଁ ୩ ମାସ  ସମୟ ଲାଗୁଥିବା ବେଳେ ରଙ୍ଗୀନ୍‌ ପାଇଁ ଅହୁରି  ୨୦ ଦିନ ଅଧିକ ଲାଗିଥାଏ । ଏହି କୋବି ମୁଖ୍ୟତଃ  ବାୟୋ ଫର୍ଟିଫାଏଡ୍‌ । ଅର୍ଥାତ୍‌ ଭିଟାମିନ୍‌ ଏ ମାତ୍ରା  ଏଥିରେ ଅଧିକ ରହିଛି । ଆମକୁ ଆଉ ଭିଟାମିନ୍‌ ଏ  ପାଇଁ ଅଲଗା କିଛି ଖାଇବାର ଆବଶ୍ୟକତା ନାହିଁ  ବୋଲି କହିଛନ୍ତି ଡ. ଲିଲିମୋନି ତ୍ରିପାଠୀ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.