ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ପେନ୍‌ କିଲର୍‌ ଖାଇ ଦିନ କାଟୁଛନ୍ତି ଅଭିନେତା, ଏହି ଶୋ’ ବିଗାଡି ଦେଲା ଅବସ୍ଥା

ମୁମ୍ବାଇ ୧୦/୦୬: ଅଭିନେତା ଗଶ୍ମିର ମହାଜନୀ ରିଆଲିଟି ଶୋ’ 'ଖତ୍ରୋଁ କେ ଖିଲାଡି'ର ସେଟରେ ତାଙ୍କ ଜନ୍ମଦିନ ପାଳନ କରି ନିଜର ସ୍ୱାସ୍ଥ୍ୟ ବିଷୟରେ ଅଫଡେଟ୍‌ ସେୟାର କରିଛନ୍ତି। ସେ କହିଛନ୍ତି ଯେ ଆଜିକାଲି ସେ ଅନେକ ଆଘାତରେ ପୀଡ଼ିତ, ଯେଉଁଥିରେ ତାଙ୍କ ବାମ ଗୋଡ଼ରେ ଫୁଲା, ଆଙ୍ଗୁଠି କଟିବା ଏବଂ କହୁଣୀ ଫୁଲା ଅନ୍ତର୍ଭୁକ୍ତ । 

ଅଭିନେତା କହିଛନ୍ତି, “ଆପଣମାନଙ୍କ ପ୍ରେମ ଏବଂ ଶୁଭକାମନା ପାଇଁ ମୁଁ କୃତଜ୍ଞ।ଆପଣ ସମସ୍ତଙ୍କୁ ପୃଥକ ଭାବରେ ଉତ୍ତର ନ ଦେଇଥିବାରୁ ମୁଁ କ୍ଷମା ମାଗୁଛି ।ସମ୍ପ୍ରତି ମୁଁ ଅନେକ ଆଘାତ ସହ ସଂଘର୍ଷ କରୁଛି। ମୋର ବାମ ଗୋଡ ଫୁଲିଯାଇଛି । ମୋର ଆଙ୍ଗୁଠି କଟି ଯାଇଛି । ମୋର ବାମ କୋହୁଣୀ ଫୁଲି ଯାଇଛି ଏବଂ ମୁଁ ପେନ୍‌ କିଲର୍‌ ସେବନ କରୁଛି।"

ଗଶ୍ମିର ଆହୁରି କହିଛନ୍ତି, “ତାଙ୍କ ଆଘାତ ସତ୍ତ୍ୱେ ଷ୍ଟଣ୍ଟକୁ ଉପଭୋଗ କରୁଛନ୍ତି। କିନ୍ତୁ ବେଳେବେଳେ ଆଘାତ ଯୋଗୁଁ ଚିଡିଯାଏ। ଏହି କାରଣରୁ ମୁଁ ସମସ୍ତଙ୍କୁ ଉତ୍ତର ଦେବାକୁ ସକ୍ଷମ ନୁହେଁ । କିନ୍ତୁ ମୁଁ ଆପଣଙ୍କ ମେସେଜ୍‌ ପଢୁଛି ଏବଂ ଏହାକୁ ଖୁବ୍‌ ପସନ୍ଦ କରୁଛି।" ତେବେ ଭେଟେରାନ ମରାଠୀ ଅଭିନେତା ରବିନ୍ଦ୍ର ମହାଜନୀଙ୍କ ପୁଅ, ଗଶ୍ମିର ୨୦୧୦ ରେ 'ମୁସ୍କୁରାକେ ଦେଖ ଜରା' ଫିଲ୍ମରୁ କ୍ୟାରିୟର ଆରମ୍ଭ କରିଥିଲେ। ୨୦୧୫ ରେ, ତାଙ୍କର ମରାଠୀ ଫିଲ୍ମ 'କ୍ୟାରି ଅନ୍ ମରାଠା' ତାଙ୍କୁ ଏକ ଭିନ୍ନ ପରିଚୟ ଦେଇଥିଲା । ସେ ୨୦୧୬ରେ ବଲିଉଡ ଫିଲ୍ମ 'ଡୋଙ୍ଗ୍ରି କା ରାଜା'ରେ ମଧ୍ୟ ଅଭିନୟ କରିଥିଲେ। ଦୁଇ ବର୍ଷ ପରେ, ସେ କ୍ରାଇମବ୍ରାଞ୍ଚର ଶୋ 'ଅନଜାନ୍‌: ସ୍ପେଶାଲ କ୍ରାଇମ ୟୁନିଟ୍'ରେ ଅଭିନୟ କରିଥିଲେ। ସେ 'ଇମଲି', 'ଝଲକ ଦିଖଲା ଜା ୧୦' ଏବଂ 'ତେରେ ଇଶ୍କ ମେନ୍ ଘାୟଲ' ଭଳି ଶୋ’ରେ ମଧ୍ୟ କାମ କରିଛନ୍ତି।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.