ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

ଆତ୍ମଘାତୀ ଆକ୍ରମଣ କରିପାରନ୍ତି ଆତଙ୍କବାଦୀ, ସ୍ବାଧିନତା ଦିବସ ପୂର୍ବରୁ ଗୁଇନ୍ଦା ଏଜେନ୍ସି ଆଲର୍ଟ

ନୂଆଦିଲ୍ଲୀ,  ସ୍ବାଧୀନତା ଦିବସ ପୂର୍ବରୁ ଦେଶରେ ବଡ଼ ଧରଣର ଆକ୍ରମଣ ଆଶଙ୍କା। ଏହି କାରଣରୁ ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରି ଦିଆଯାଇଛି। ମିଳିଥିବା ସୂଚନା ଅନୁସାରେ, ଗୁଇନ୍ଦା ଏଜେନ୍ସି ଆର୍ଲଟ କରିଛି ଯେ, ୧୫ ଅଗଷ୍ଟ ପୂର୍ବରୁ ଦେଶରେ କରିପାରନ୍ତି ଆକ୍ରମଣ। ଆତଙ୍କବାଦୀମାନେ ମାନବ ବମ୍ ବା ଆତ୍ମଘାତୀଙ୍କୁ ସାହାଯ୍ୟରେ ଆକ୍ରମଣ କରିପାରନ୍ତି। ସେମାନେ ବିଶେଷ ଭାବରେ ଭିଭିଆଇପିଙ୍କୁ ଟାର୍ଗେଟ କରିବାର ଯୋଜନା କରିଛନ୍ତି। 

ଏହି କାରଣରୁ ଜମ୍ମୁ-କଶ୍ମୀରରେ ଅଧିକ ସୁରକ୍ଷା କଡାକଡି କରି ଦିଆଯାଇଛି। ନିକଟରେ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ଘଟଣାରେ ଖୁବ୍ ବୃଦ୍ଧି ହୋଇଛି। ବିଶେଷ ଭାବରେ ଜମ୍ମୁରେ ଆତଙ୍କବାଦୀ ଆକ୍ରମଣ ବଢିଛି। ଏବେ ଗୁଇନ୍ଦା ଏଜେନ୍ସି ଆର୍ଲଟ କରିଛି ଯେ, ଏହି ସମୟରେ ଆତଙ୍କବାଦୀ ଆକ୍ରମଣ ଘଟଣା ହୋଇପାରେ। ଏଭଳି ସ୍ଥିତିରେ ସତର୍କତା ବଢାଇବାର ନିର୍ଦେଶ ଦିଆଯାଇଛି।

ମିଳିଥିବା ସୂଚନା ଅନୁସାରେ, ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ଆଇଏସ୍‌, ଲସ୍କର-ଇ-ତୋଇବା, ଟିଆରଏଫ୍‌ ଓ ଜୈଶ-ଇ-ମହମ୍ମଦ ଭଳି ଆତଙ୍କବାଦୀ ସଂଗଠନ ପକ୍ଷରୁ ସାହାଯ୍ୟ କରାଯାଉଛି। ଏହି ସଂଗଠନକୁ ଆକ୍ରମଣ କରିବା ପାଇଁ ଉକସା ଯାଉଛି। କଠୁଆ, ଡୋଡା, ଉଧମପୁର, ପୁଞ୍ଛ ଓ ରାଜୌରୀରେ ଯେଉଁ ଭଳି ନିକଟରେ ଆକ୍ରମଣ ହୋଇଛି, ତାକୁ ଦେଖି ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏଭଳି ଇନପୁଟ୍‌ ମିଳିଛି ଯେ, ହୋଶିୟାରବନ୍ଦ ଆତଙ୍କୀ ଏବେ ବି ଭାରତରେ ଅଛନ୍ତି ଓ ତାଙ୍କର ପ୍ଲାନ ଅନୁସାରେ, ଭିଆଇପି ଲୋକଙ୍କୁ ଟାର୍ଗେଟ କରାଯାଇପାରେ। ଗୁଇନ୍ଦା ଇନପୁଟ୍ ଅନୁସାରେ, ଗହଳି ସ୍ଥାନ ଓ ଆଇକନିକ୍ ସ୍ତାନକୁ ଟାର୍ଗେଟ କରାଯାଇ ପାରେ। ଜୈଶ-ଇ-ମହମ୍ମଦ ଓ ଲସ୍କ ପାଇଁ ଦିଲ୍ଲୀ ସବୁବେଳେ ପ୍ରାଇମ ଟାର୍ଗେଟ ରହିଛି। ଖବର ରହିଛି ଯେ, ପାକିସ୍ତାନୀ ଡ୍ରୋନ୍ ଜରିଆରେ ଲଗାତାର ପୁଞ୍ଛ ଓ ଜମ୍ମୁକୁ ହତିଆର ପଠାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.