ପ୍ରମୂଖ ଖବର
  • ନବରଙ୍ଗପୁର : ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତା ତଳକୁ ଖସି ପଡ଼ିଲା ବସ୍‌, ୪ ଆହତ
  • ||
  • ବୁଧବାର ଅପରାହ୍ନରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ପାଇଁ ବନ୍ଦ ରହିବ ଦର୍ଶନ
  • ||
  • ବୌଦ୍ଧ : ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍‌, ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର ବିମାନବନ୍ଦରରୁ ୪ କୋଟିର ନିଶାଦ୍ରବ୍ୟ ଜବତ, ଜଣେ ଗିରଫ
  • ||

ପାଟନାରେ ୨୪ ଘଣ୍ଟାରେ ୩୨ନୂଆ ଡେଙ୍ଗୁ କେସ୍‌ ...ରାଜ୍ୟର ସବୁ ଜିଲ୍ଲାରେ ଆଲର୍ଟ ଜାରି

Published By : Prameya | September 10, 2024 10:55 PM

ପାଟନା – ବିହାରରେ ଲଗାତାର ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ନୂଆ ରୋଗୀଙ୍କୁ ଦେଖିବାକୁ ମିଳିଛି। ଯେଉଁଥିରେ ସବୁଠୁ ଅଧିକ ୩୨ ଜଣ ରୋଗୀ ରାଜଧାନୀ ପାଟନାରୁ ମିଳିଛନ୍ତି। ଏହା ବ୍ୟତୀତ ଔରଙ୍ଗାବାଦରେ ୯ , ଗୟାରେ ୭ , ମୁଜଫରପୁରରେ ୫ , ନାଳନ୍ଦାରେ ୪ , ନୱାଦାରେ ୩ , ବେଗୁସରାୟରେ ୩ , ବକ୍ସର , ଦରଭଙ୍ଗା , ପୂର୍ବ ଚମ୍ପାରଣ, ସୀତାମଢିରେ ୨-୨ ନୂଆ ଡେଙ୍ଗୁ ପୀଡ଼ିତ ରୋଗୀ ବାହାରିଛନ୍ତି। 

ଅରୱଲ , ଭାଗଲପୁର, ଜହାନାବାଦ , ଖଗଡିଆ , ମଧେପୁରା , ସାରଣ , ସୁପୌଲ ଓ ପଶ୍ଚିମ ଚମ୍ପାରଣରେ ୧-୧ ନୂଆ ଡେଙ୍ଗୁ ରୋଗୀ ଅଛନ୍ତି। ୧ ଜାନୁୟାରୀରୁ ୯ ସେପ୍ଟେମ୍ୱର ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲୀରେ ମୋଟ ୧୧୨୮ ଲୋକ ଡେଙ୍ଗୁରେ ପୀଡ଼ିତ ହୋଇ ସାରିଛନ୍ତି। ଏଥିରେ ପାଟନାରେ ସବୁଠୁ ଅଧିକ ୫୩୮ ପୀଡ଼ିତ ମିଳିଛନ୍ତି।

ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧିକୁ ଦେଖି ସ୍ୱାସ୍ଥ୍ୟ ବିଭାଗ ସବୁ ଜିଲ୍ଲାରେ ଆଲର୍ଟ ଜାରି କରିଛି। ମେଡିକାଲ କଲେଜ ହସ୍ପିଟାଲ, ଜିଲ୍ଲା ହସ୍ପିଟାଲ ସହ ସବୁ ପ୍ରକାରର ହସ୍ପିଟାଲରେ ଡେଙ୍ଗୁ ରୋଗୀଙ୍କ ପାଇଁ ବେଡ୍‌ ସୁରକ୍ଷିତ ରଖିବାର ନିର୍ଦ୍ଦେଶ ଦେଇଛି। ମଙ୍କିପକ୍ସକୁ ନେଇ ମଧ୍ୟ ସଚେତନ କରାଯାଇଛି। ମଙ୍ଗଳବାର ଏହି ମାମଲାରେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରତ୍ୟୟ ଅମୃତ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ସହ ସବୁ ମେଡିକାଲ କଲେଜ ହସ୍ପିଟାଲର ଅଧିକ୍ଷକ ଓ ସିଭିଲ ସର୍ଜନଙ୍କ ସହ ଭିଡ଼ିଓ କନଫରେନ୍ସ କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.