ନୂଆଦିଲ୍ଲୀ,୧୫/୧: ଭାରତର ଶକ୍ତି ବଢିବ । ଶତ୍ରୁ ଡରିବ । ଥରିବ ଶତ୍ରୁ ଶିବିର । ଶତ୍ରୁ ଛାତିରେ ପଶିବ ଛନକା । ବହୁଗୁଣା ବଢିବ ଭାରତୀୟ ନୌସନାଙ୍କ ବଳ । ଶକ୍ତିଶାଳୀ ହେବେ ନୌବୀର । ସମୁଦ୍ରରେ ଶତ୍ରୁକୁ ଦେବେ ଚକମା । କାରଣ ଭାରତକୁ ମିଳିବାକୁ ଯାଉଛି ୩ ବିଧ୍ବଂସକାରୀ ଯୁଦ୍ଧପୋତ । ଆଜି (ବୁଧବାର) ଭାରତୀୟ ନୌସେନା ପାଇଁ ଐତିହାସିକ ଦିନ । କାରଣ ସାମିଲ ହେବ ୩ ଯୁଦ୍ଧଜାହଜ । ମୁମ୍ବାଇ ଡକୟାର୍ଡରେ ସାମିଲ ହେବ ବିଧ୍ବଂସକାରୀ ଆଇଏନଏସ ସୁରତ, ଆଇଏନଏସ ନୀଳଗିରି ଓ ଆଇଏନଏସ ବାଘଶିର ଯୁଦ୍ଧଜାହଜ ଭାରତୀୟ ନୌସେନାରେ ସାମିଲ ହେବ ।
15 January 2025
— SpokespersonNavy (@indiannavy) January 14, 2025
A Historic Occasion - Commissioning of Surat, Nilgiri and Vaghsheer.
The landmark ceremony will be Presided over by the Hon'ble Prime Minister @narendramodi@PMOIndia#AatmanirbharBharat#IndianNavy#CombatReady #Credible #Cohesive & #FutureReady Force pic.twitter.com/pkxJGVursz
ଦେଶ ପାଇଁ ୩ ଯୁଦ୍ଧ ବିମାନକୁ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ୩ ଯୁଦ୍ଧଜାହଜ ଭାରତୀୟ ନୌସେନା କ୍ଷେତ୍ରରେ ଶକ୍ତି ବୃଦ୍ଧି ସହିତ ଆତ୍ମନିର୍ଭର ଭାରତକୁ ବଳ ଦେବ ବୋଲି ସୋସିଆଲ ମଡିଆରେ କହିଛନ୍ତି ପ୍ରଧାନମନ୍ତ୍ରୀ । ସେପଟେ ୩ଟି ଯୁଦ୍ଧଜାହଜକୁ ନେଇ ସ୍ବତନ୍ତ୍ର ଭିଡିଓ ପୋଷ୍ଟ କରିଛି ନୌସେନା । ଆଜି ଏହି ଐତିହାସିକ ମୂହୂର୍ତ୍ତର ସାକ୍ଷୀ ହେବ ଦେଶ । ବିଶ୍ବ ଦେଖିବ ଭାରତର ଶକ୍ତି ସାମର୍ଥ୍ୟ ।
ଆଇଏନଏସ ସୁରତ- ଏହି ଯୁଦ୍ଧଜାହଜ ପ୍ରୋଜେକ୍ଟ ୧୫ବିର ଏକ ଅଂଶ । ଅତ୍ୟାଧୁନିକ ଜ୍ଞାନକୌଶଳରେ ପରିପୂର୍ଣ୍ଣ ଏହି ଯୁଦ୍ଧଜାହଜରେ ଶତ୍ରୁ ପକ୍ଷକୁ ମାତ ଦେବାକୁ ଦକ୍ଷତା ରହିଛି । ଗାଇଡେଡ୍ ମିସାଇଲ ବିଧ୍ବଂସକ ଭାବେ ଏହାକୁ ବିକଶିତ କରାଯାଇଛି । ବିଶ୍ବର ବିଧ୍ବଂସକ ଯୁଦ୍ଧତୋପ ମଧ୍ୟରୁ ଅନ୍ୟତମ । ଏହାର ୭୫ ପ୍ରତିଶତ ଭାରତରେ ନିର୍ମାଣ ହୋଇଛି । ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ସେନ୍ସର ଯୁଦ୍ଧପୋତକୁ ଆହୁରି ବିଧ୍ବଂସକ କରିଛି । ଅତ୍ୟାଧୁନିକ ଜ୍ଞାନକୌଶଳ ନେଟୱାର୍କ ସମ୍ପର୍ଣ୍ଣ ହୋଇଛି ଆଇଏନଏସ ସୁରତ । ଘଣ୍ଟାପ୍ରତି ୫୬କିମି ବେଗରେ ଗତି କରିବ । ୫୦ ଅଫିସର ଓ ୨୫୦ ନୌବୀରଙ୍କୁ ନେବ ଯାତ୍ରା କରିବାର କ୍ଷମତା ଆଇଏନଏସ ସୁରତ ପାଖରେ ରହିଛି । ଥରକରେ ୭୫୦୦୦କିମି ଯାତ୍ରା କରିପାରିବ ଏହି ବିଧ୍ବଂସକ । ସମୁଦ୍ରରେ ୪୫ଦିନ ରହିପାରିବ । ଉଭୟ ରାତି ଓ ଦିନରେ ଅପରେସନ କରିବପାରିବ ଏହି ଯୁଦ୍ଧପୋତ ।
ଆଇଏନଏସ ନୀଳଗିରି - ଅତ୍ୟାଧୁନିକ ବିଧ୍ବଂସକ ଯୁଦ୍ଧପୋତ ଆଇଏନଏସ ନୀଳଗିରି । ସ୍ବଦେଶୀ ଜ୍ଞାନକୌଶଳରେ ଏହି ନିର୍ମିତ । ଏହି ଯୁଦ୍ଧଜାହଜ ପ୍ରୋଜେକ୍ଟ ୧୭ଏ ଷ୍ଚେଲଥର ପ୍ରମୁଖ ଜାହଜ । ମାରାତ୍ମର ମିସାଇଲକୁ ଏକା ଆଟକ କରିବ । ନୌସେନା ଯୁଦ୍ଧ ଜାହଜ ଡିଜାଇନ ବ୍ୟୁରୋ ଦ୍ବାରା ବିକଶିତ ହୋଇଛି । ଏଥିରେ ଅତ୍ୟାଧୁନିକ ପ୍ରଯୁକ୍ତିବିତ୍ୟାରେ ଯନ୍ତ୍ରପାତି ଖଞ୍ଜା ହୋଇଛି । ଏହା ଯୁଦ୍ଧତୋପ ବିଭିନ୍ନ ହେଲିକପ୍ଟର ଅପରେସନ ଯେପରି ଚେତକ, ଏଏଲଏଚ, ସି କିଙ୍ଗ ଏବଂ ନିକଟରେ ଆସିଥିବ ଏମଏଚ-୬୦ଆକୁ ଅବତରଣ କରିପାରିବ । ପ୍ରୋଜେକ୍ଟ ୧୭ଏର ପ୍ରଥମ ଯୁଦ୍ଧଜାହଜ ଆଇଏନଏସ ନୀଳଗିରି । ଆଣ୍ଚି ସବମେରାଇନ ରକେଟ ଲଞ୍ଜର୍ସ ଏହାକୁ ଅଧିକ ଶକ୍ତିଶାଳୀ କରିଛି । ଯାହା ଚୀନର ମୁଣ୍ଡବିନ୍ଧାର କାରଣ ହୋଇଛି ।
ଆଇଏନଏସ ବାଘଶିର- ଏହା ପ୍ରୋଜେକ୍ଟ ୭୫ ସ୍କୋରପିନର ଷଷ୍ଠ ତଥା ଫାଇନାଲ ବୁଡାଜାହଜ । ଏହା ଏକ ଡିଜେଲ ଇଲେକ୍ରିକ୍ଟ ବୁଡାଜାହଜ । ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଅତ୍ୟାଧୁନିକ ଓ ବିଧ୍ବଂସକ ଯୁଦ୍ଧତୋପ ଆଇଏନଏସ ବାଘଶିର । ଜଳପଥରେ ଏହା ଶତ୍ରୁଶିବିରକୁ କରିବ ଆକ୍ରମଣ । ଶତ୍ରୁପଥରେ ଗୁଇନ୍ଦା ସୂଚନା ହାସଲ କରିପାରିବ ଆଇଏନଏସ ବାଘଶିରି । ନାମ ଯେମିତି କାମ କରିବ ସେମିତି । ଏଥିରେ ଏଥିରେ ୧୮ଟି ଟର୍ପିଟୋ ମୁତୟନ କରାଯାଇପାରିବ । ଏକକାଳୀନ ୬ଟି ଟର୍ପିଟୋରେ ଶତ୍ରୁକୁ ଆକ୍ରମଣ କରିପାରିବ ଆଇଏନଏସ ବାଘଶିରି । ୫୦ ଦିନ ଧରି ପାଣିରେ ରହିପାରିବ । ୩୫୦ଫୁଟ ଗଭୀର ପାଣି ଭିତରକୁ ଯାଇପାରିବ । ଏହାର ଲମ୍ବ ୨୨୧ ଫୁଟ ଓ ଲମ୍ବ ୪୦ ଫୁଟ । ପାଣି ଭିତରେ ଏହା ଘଣ୍ଟାପ୍ରତି ୩୭ କମି ଓ ପାଣି ଉପରେ ୨୦ କିମି ବେଗରେ ଗତି କରିବ । ଫ୍ରାନ୍ସ ସହଯୋଗରେ ଭାରତ ଏହାର ନିର୍ମାଣ କରିଛି ।