ପ୍ରମୂଖ ଖବର
  • ବାରିପଦା : କଳା ବାଘ ଚମଡ଼ା ଜବତ, ୪ ଶିକାରୀ ଗିରଫ
  • ||
  • ଲିଙ୍ଗରାଜ ମନ୍ଦିର ବିବାଦକୁ ନେଇ ଆଇନ୍‌ମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ଠାକୁରଙ୍କୁ ଉପାସ ରଖିବା ଦୁର୍ଭାଗ୍ୟଜନକ
  • ||
  • ହିନ୍ଦୋଳ : ବେଡ଼ାପଡ଼ା ଗାଁରେ ବିଏନ୍‌ଏସ୍‌-୧୬୩ ଧାରା ଲାଗୁ, ନିୟମ ନମାନିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
  • ||
  • କଟକ : ମାଟ୍ରିକ୍‌ ପ୍ରଶ୍ନପତ୍ରରେ ରହିବ ୱାଟର୍‌ ମାର୍କ କୋଡ୍‌, ଭାଇରାଲ୍‌ ରୋକିବାକୁ ବୋର୍ଡର ପଦକ୍ଷେପ
  • ||
  • ନବରଙ୍ଗପୁର : ଯାତ୍ରୀବାହି ବସ୍‌ ଓ ପାଇପ ବୋଝେଇ ଟ୍ରକ୍‌ ମଧ୍ୟରେ ଧକ୍କା,୪ ଆହତ
  • ||
  • ବୁଧବାର ଅପରାହ୍ନରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ପାଇଁ ବନ୍ଦ ରହିବ ଦର୍ଶନ
  • ||
  • ବୌଦ୍ଧ : ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍‌, ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର ବିମାନବନ୍ଦରରୁ ୪ କୋଟିର ନିଶାଦ୍ରବ୍ୟ ଜବତ, ଜଣେ ଗିରଫ
  • ||

ସମୁଦ୍ର ପଥରେ ଶତ୍ରୁକୁ ଚକମା ଦେବ ଭାରତ, ସାମିଲ ହେଲା ୩ ବିଧ୍ବଂସକାରୀ ଯୁଦ୍ଧତୋପ

Published By : Ankita S | January 15, 2025 12:26 PM

ମୁମ୍ବାଇ,୧୫/୧: ବଢିଲା ଭାରତର ଶକ୍ତି । ଶକ୍ତିଶାଳୀ ହେଲ ନୌସେନା । ଥରୁଛି ଶତ୍ରୁ ଶିବିର । ଶତ୍ରୁ ଛାତିରେ ପଶିଲା ଛନକା । ବହୁଗୁଣା ବଢିଲା ଭାରତୀୟ ନୌସନାର ବଳ । ବଢିଲା ନୌବୀରଙ୍କ ବଳ । ସମୁଦ୍ରରେ ଶତ୍ରୁକୁ ଚକମା ଦେବ ଭାରତ । କାରଣ ଭାରତକୁ ମିଳିଛି ୩ ବିଧ୍ବଂସକାରୀ ଯୁଦ୍ଧପୋତ ।  ଆଜି (ବୁଧବାର) ଭାରତୀୟ ନୌସେନା ପାଇଁ ଐତିହାସିକ ଦିନ । ନୌସେନାକୁ ମିଳିଛି  ୩ ଯୁଦ୍ଧଜାହଜ । ମୁମ୍ବାଇ ନାଭାଲ ଡକୟାର୍ଡରେ ବିଧ୍ବଂସକାରୀ  ଆଇଏନଏସ  ସୁରତ, ଆଇଏନଏସ ନୀଳଗିରି ଓ ଆଇଏନଏସ ବାଘଶିରକୁ ଦେଶକୁ ସମର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଭାରତୀୟ ନୌସେନା କ୍ଷେତ୍ରରେ ଶକ୍ତି ବୃଦ୍ଧି ସହିତ ଆତ୍ମନିର୍ଭର ଭାରତକୁ ବଳ ଦେବ ୩ଟି ଯୁଦ୍ଧଜାହଜ । ବିଶ୍ବ ଦେଖିବ ଭାରତର ଶକ୍ତି ସାମର୍ଥ୍ୟ । ଭାରତ ଏବେ ସାମୁଦ୍ରିକ, ସାମିରକି ଓ ଆର୍ଥିକ କ୍ଷେତ୍ରରେ ମଜବୁତ ହେବ । ଦେଶବାସୀଙ୍କୁ ୩ ଯୁଦ୍ଧତୋପ ସମର୍ପିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ନୌସେନା ପାଇଁ ଆଜି ଐତିହାସିକ ଦିନ ।  ଆଜି ଭାରତ ବିସ୍ତାରବାଦୀ ନୁହେଁ ବିକାଶବାଦର ଭାବନାରେ କାମ କରେ । ଭାରତ ଏବେ ସାମୁଦ୍ରିକ, ସାମରିକ ଓ ଆର୍ଥିକ କ୍ଷେତ୍ରରେ ମଜବୁତ ହେଉଛି । ନୌସେନାକୁ ସଶକ୍ତ କରିବାକୁ ବଡ ପଦକ୍ଷେପ ନିଆଯାଇଛି । ପ୍ରଥମ ଥର ଗୋଟିଏ ବିଧ୍ବଂସକ, ଗୋଟିଏ ଫ୍ରିଗେଟ ଓ ଗୋଟିଏ ସବମରିନ ଏକାସଙ୍ଗରେ ନୌସେନାରେ ମିଶିଛି ।  ୩ଟି ଯୁଦ୍ଧଜାହଜ ମେଡ ଇନ୍ ଇଣ୍ଡିଆ ଯାହା ଗୌରବର କଥା। ଆଜି ଭାରତ ବିଶ୍ବରେ ମାରିଟାଇମ ପାୱାର ହୋଇଛି । ପ୍ରଥମ ରେସ୍ପଣ୍ଡର ହୋଇଛି ଭାରତ  । ଜଳ ହେଉ କି ସ୍ଥଳ ବା ହେଉ ଅନ୍ତରୀକ୍ଷ ସବୁ ସ୍ଥାନରେ ଭାରତ ସବୁଠି ତାର ଶକ୍ତି ସୁନିଶ୍ଚିନ୍ତ କରିଛି ।  ଗତ ୧୦ ବର୍ଷ ହେବ ଦେଶର ୩ ସେନା ଆତ୍ମନିର୍ଭରତାର  ମନ୍ତ୍ରକୁ ଆପଣେଇଛନ୍ତି  । ସଂଙ୍କଟ ସମୟରେ ଅନ୍ୟଦେଶକୁ ସହାୟତା ହାତ ବଢାଇଛନ୍ତି । ନେତୃତ୍ବ ନେଇଛନ୍ତି । ଏବେ ଭାରତୀୟ ନୌବୀରଙ୍କ ଆତ୍ମବିଶ୍ବାସ ବଢିଛି ।

ଆଇଏନଏସ ସୁରତ- ଏହି ଯୁଦ୍ଧଜାହଜ ପ୍ରୋଜେକ୍ଟ ୧୫ବିର ଏକ ଅଂଶ ।  ଅତ୍ୟାଧୁନିକ ଜ୍ଞାନକୌଶଳରେ ପରିପୂର୍ଣ୍ଣ ଏହି ଯୁଦ୍ଧଜାହଜରେ ଶତ୍ରୁ ପକ୍ଷକୁ ମାତ ଦେବାକୁ ଦକ୍ଷତା ରହିଛି । ଗାଇଡେଡ୍ ମିସାଇଲ ବିଧ୍ବଂସକ ଭାବେ ଏହାକୁ ବିକଶିତ କରାଯାଇଛି । ବିଶ୍ବର ବିଧ୍ବଂସକ ଯୁଦ୍ଧତୋପ ମଧ୍ୟରୁ ଅନ୍ୟତମ । ଏହାର ୭୫ ପ୍ରତିଶତ ଭାରତରେ ନିର୍ମାଣ ହୋଇଛି । ଘଣ୍ଟାପ୍ରତି ୫୬କିମି ବେଗରେ ଗତି କରିବ । ୫୦ ଅଫିସର ଓ ୨୫୦ ନୌବୀରଙ୍କୁ ନେବ ଯାତ୍ରା କରିବାର କ୍ଷମତା ଆଇଏନଏସ ସୁରତ ପାଖରେ ରହିଛି । ଥରକରେ ୭୫୦୦୦ କିମି ଯାତ୍ରା କରିପାରିବ ଏହି ବିଧ୍ବଂସକ । ସମୁଦ୍ରରେ ୪୫ ଦିନ ରହିପାରିବ । ଉଭୟ ରାତି ଓ ଦିନରେ ଅପରେସନ କରି ପାରିବ ଏହି ଯୁଦ୍ଧପୋତ ।

ଆଇଏନଏସ ନୀଳଗିରି -  ଅତ୍ୟାଧୁନିକ ବିଧ୍ବଂସକ ଯୁଦ୍ଧପୋତ ଆଇଏନଏସ ନୀଳଗିରି । ସ୍ବଦେଶୀ ଜ୍ଞାନକୌଶଳରେ ଏହା ନିର୍ମିତ । ଏହି ଯୁଦ୍ଧଜାହଜ ପ୍ରୋଜେକ୍ଟ ୧୭ଏ ଷ୍ଟେଲଥର ପ୍ରମୁଖ ଜାହଜ । ମାରାତ୍ମର ମିସାଇଲକୁ ଏକା ଆଟକ କରିବ । ନୌସେନା ଯୁଦ୍ଧ ଜାହଜ ଡିଜାଇନ ବ୍ୟୁରୋ ଦ୍ବାରା ବିକଶିତ ହୋଇଛି । ଏହା ଯୁଦ୍ଧତୋପ ବିଭିନ୍ନ ହେଲିକପ୍ଟର ଅପରେସନ ଯେପରି ଚେତକ, ଏଏଲଏଚ, ସି କିଙ୍ଗ ଏବଂ ନିକଟରେ ଆସିଥିବ ଏମଏଚ-୬୦ଆକୁ ଅବତରଣ କରିପାରିବ  । ପ୍ରୋଜେକ୍ଟ ୧୭ଏର ପ୍ରଥମ ଯୁଦ୍ଧଜାହଜ ଆଇଏନଏସ ନୀଳଗିରି । ଆଣ୍ଚି ସବମେରାଇନ ରକେଟ ଲଞ୍ଜର୍ସ ଏହାକୁ ଅଧିକ ଶକ୍ତିଶାଳୀ କରିଛି । ଯାହା ଚୀନର ମୁଣ୍ଡବିନ୍ଧାର କାରଣ ହୋଇଛି ।

ଆଇଏନଏସ ବାଘଶିର- ଏହା ପ୍ରୋଜେକ୍ଟ ୭୫ ସ୍କୋରପିନର ଷଷ୍ଠ ତଥା ଫାଇନାଲ ବୁଡାଜାହଜ । ଏହା ଏକ ଡିଜେଲ ଇଲେକ୍ରିକ୍ଟ ବୁଡାଜାହଜ । ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଅତ୍ୟାଧୁନିକ ଓ ବିଧ୍ବଂସକ ଯୁଦ୍ଧତୋପ ଆଇଏନଏସ ବାଘଶିର । ଜଳପଥରେ ଏହା ଶତ୍ରୁ ଶିବିରରେ କରିବ ଆକ୍ରମଣ । ଶତ୍ରୁପଥରେ ଗୁଇନ୍ଦା ସୂଚନା ହାସଲ କରିପାରିବ ଆଇଏନଏସ ବାଘଶିରି । ନାମ ଯେମିତି କାମ କରିବ ସେମିତି । ଏଥିରେ  ୧୮ଟି ଟର୍ପିଟୋ ମୁତୟନ କରାଯାଇପାରିବ । ଏକକାଳୀନ ୬ଟି ଟର୍ପିଟୋରେ ଶତ୍ରୁକୁ ଆକ୍ରମଣ କରିପାରିବ ଆଇଏନଏସ ବାଘଶିରି । ୫୦ ଦିନ ଧରି ପାଣିରେ ରହିପାରିବ । ୩୫୦ଫୁଟ ଗଭୀର ପାଣି ଭିତରକୁ ଯାଇପାରିବ । ଏହାର ଲମ୍ବ ୨୨୧ ଫୁଟ ଓ ଲମ୍ବ ୪୦ ଫୁଟ । ପାଣି ଭିତରେ ଏହା ଘଣ୍ଟାପ୍ରତି ୩୭ କମି ଓ ପାଣି ଉପରେ ୨୦ କିମି ବେଗରେ ଗତି କରିବ । ଫ୍ରାନ୍ସ ସହଯୋଗରେ ଭାରତ ଏହାର ନିର୍ମାଣ କରିଛି ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.