ପ୍ରମୂଖ ଖବର
  • ବାରିପଦା : କଳା ବାଘ ଚମଡ଼ା ଜବତ, ୪ ଶିକାରୀ ଗିରଫ
  • ||
  • ଲିଙ୍ଗରାଜ ମନ୍ଦିର ବିବାଦକୁ ନେଇ ଆଇନ୍‌ମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ଠାକୁରଙ୍କୁ ଉପାସ ରଖିବା ଦୁର୍ଭାଗ୍ୟଜନକ
  • ||
  • ହିନ୍ଦୋଳ : ବେଡ଼ାପଡ଼ା ଗାଁରେ ବିଏନ୍‌ଏସ୍‌-୧୬୩ ଧାରା ଲାଗୁ, ନିୟମ ନମାନିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
  • ||
  • କଟକ : ମାଟ୍ରିକ୍‌ ପ୍ରଶ୍ନପତ୍ରରେ ରହିବ ୱାଟର୍‌ ମାର୍କ କୋଡ୍‌, ଭାଇରାଲ୍‌ ରୋକିବାକୁ ବୋର୍ଡର ପଦକ୍ଷେପ
  • ||
  • ନବରଙ୍ଗପୁର : ଯାତ୍ରୀବାହି ବସ୍‌ ଓ ପାଇପ ବୋଝେଇ ଟ୍ରକ୍‌ ମଧ୍ୟରେ ଧକ୍କା,୪ ଆହତ
  • ||
  • ବୁଧବାର ଅପରାହ୍ନରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ପାଇଁ ବନ୍ଦ ରହିବ ଦର୍ଶନ
  • ||
  • ବୌଦ୍ଧ : ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍‌, ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର ବିମାନବନ୍ଦରରୁ ୪ କୋଟିର ନିଶାଦ୍ରବ୍ୟ ଜବତ, ଜଣେ ଗିରଫ
  • ||

ନୂଆ ନିୟମ ଲାଗୁ କରିବେ ମହାରାଷ୍ଟ୍ର ସରକାର, ପ୍ରଥମେ ପାର୍କିଂ ବ୍ୟବସ୍ଥା କର ତା’ ପରେ କାର୍ କିଣ...

Published By : Prameya | January 15, 2025 4:54 PM

ମୁମ୍ୱାଇ, ୧୫।୧: ଖୁବ୍‌ଶୀଘ୍ର ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି ମହାରାଷ୍ଟ୍ର ସରକାର । ନିୟମ ଲାଗୁ ହେବା ପରେ ସମାଧାନ ହେବ ସହରର ଟ୍ରାଫିକ୍ ସମସ୍ୟା । ନିୟମ ଅନୁସାରେ, ଆଗେ ପାର୍କିଂ ପାଇଁ ବ୍ୟବସ୍ଥା କରନ୍ତୁ ତା’ ପରେ କାର୍ କିଣନ୍ତୁ । ଅର୍ଥାତ୍, ଯଦି ଗାଡ଼ି କିଣୁଛନ୍ତି ରଖିବାକୁ ପାର୍କିଂ ଜାଗା ନଥିଲେ ଆପଣ କାର୍ କିଣିବା ପାଇଁ ଅନୁମତି ମିଳିବ ନାହିଁ । କାର୍ କିଣିବା ପୂର୍ବରୁ ମାଲିକଙ୍କୁ ଦେବାକୁ ପଡ଼ିବ ପ୍ରମାଣ ପତ୍ର । ଯେଉଁମାନେ ରାସ୍ତା ଉପରେ ପାର୍କିଂ କରୁଛନ୍ତି, ସେମାନେ ମଧ୍ୟ ପାର୍କିଂର ବ୍ୟବସ୍ଥା କରନ୍ତୁ । ରାଜ୍ୟରେ ଟ୍ରାଫିକ ସମସ୍ୟା ଦୂରେଇବା ଲାଗି ଏଭଳି ନୂତନ ନିୟମ ଲାଗୁ କରାଯିବ ବୋଲି କହିଛନ୍ତି ମହାରାଷ୍ଟ୍ର ସରକାର ।   

ପାର୍କିଂ ପାଇଁ ସ୍ଥାନ ନଥିଲେ କେହି କାର୍ କିଣିପାରିବେ ନାହିଁ ବୋଲି ଆଗକୁ ନିୟମ କରାଯିବା ନେଇ ଚର୍ଚ୍ଚା ହେଉଛି । ସଡ଼କ ଓ ପରିବହନ ମନ୍ତ୍ରୀ ପ୍ରତାପ ସରନାଏକ ଏହି ନିୟମ ଆଣିବାକୁ ଯୋଜନା କରିଛନ୍ତି । ମହାରାଷ୍ଟ୍ରର ସହରାଞ୍ଚଳରେ ଟ୍ରାଫିକ ବ୍ୟବସ୍ଥା ଅନିୟନ୍ତ୍ରିତ ହେବାକୁ ଲାଗିଲାଣି । ଟ୍ରାଫିକ୍ କାରଣରୁ ସାଧାରଣ ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଅଗ୍ନି ନିର୍ବାପକ, ଜରୁରୀକାଳୀନ ସେବା ଭଳି ସେବାରେ ମଧ୍ୟ ବାଧା ଉପୁଜୁଛି । ମନ୍ତ୍ରୀ କହିଛନ୍ତି ଲୋକେ ମହଙ୍ଗା କାର୍ କିଣିଦେଉଥିବା ବେଳେ କାର୍‌କୁ ରଖିବାକୁ ପାର୍କିଂ ଜାଗା ନାହିଁ । ଯେଉଁ କାରଣରୁ ଲୋକ ନିଜ କାର୍‌କୁ ରାସ୍ତା ଉପରେ ପାର୍କ କରିଦେଉଛନ୍ତି । 

ଅନ୍ୟପଟେ ସହରାଞ୍ଚଳରେ ଜନସଂଖ୍ୟାର ଘନତ୍ୱ ଅଧିକ ରହିଥିବା ବେଳେ ଗାଡ଼ି ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଫଳରେ ସଡ଼କ ଜାମ୍ ହେବା ସହିତ ଜରୁରୀ କାଳୀନ ସେବା ମଧ୍ୟ ବାଧାପ୍ରାପ୍ତ ହେଉଛି । ତେବେ ଏହି ନିୟମ ପରେ ସରକାର ଗରିବ ଓ ମଧ୍ୟବିତଙ୍କୁ ବିରୋଧ କରୁଛନ୍ତି ବୋଲି ଆଲୋଚନା ହେବା ନେଇ ଅନୁମାନ କରାଯାଉଛି । ଏହା ଠିକ୍‌ ନୁହେଁ ବୋଲି ସରନାଏକ କହିଛନ୍ତି । ଗାଡ଼ି କିଣୁଥିବା ବେଳେ ପାର୍କିଂ ପାଇଁ ସ୍ଥାନ ରହିବା ନିତାନ୍ତ ଆବଶ୍ୟକ । ରାଜ୍ୟରେ ଟ୍ରାଫିକ୍ ସମସ୍ୟା ହଟାଇବା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ସରକାର । ଏଭଳି ନିୟମ ଲାଗୁ ହେବା ପରେ ଚଲା ରାସ୍ତାରେ ଲୋକେ ଏଣେତେଣେ ଗାଡ଼ି ପାର୍କିଂ ନ କରି କେବଳ ପାର୍କିଂ ଅଞ୍ଚଳରେ ହିଁ ପାର୍କ କରିବେ । ଫଳରେ ରାଜ୍ୟରେ ଆଶାନୁରୂପ ଟ୍ରାଫିକ୍ ସମସ୍ୟାର ସମାଧାନ ହେବ । 

 

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.