ପ୍ରମୂଖ ଖବର
  • ଜନତା ମଇଦାନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ମହିଳା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ପ୍ରଥମ କିସ୍ତି
  • ||
  • ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ ଆତିଶି ମର୍ଲେନା, ନାଁ ଘୋଷଣା କଲେ ଅରବିନ୍ଦ କେଜ୍ରିୱାଲ
  • ||
  • ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ଜନ୍ମଦିନରେ ବାଣ୍ଟିବେ ସୁଭଦ୍ରା, ଆବାସ, କଳିଙ୍ଗ ଷ୍ଟାଡିୟମ ‘ସଟଲ୍‌’କୁ ଲୋକାର୍ପିତ କରିବେ
  • ||
  • କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିଦା ହେଲେ କମିଶନର ବିନୀତ ଗୋୟଲ
  • ||
  • ଜଳେଶ୍ଵର: ଲଗାଣ ବର୍ଷାରେ ଧଶିଲା ଜାମକୁଣ୍ଡା ସ୍ଲୁଇସ୍ ଗେଟ୍ ପୋଲ, ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହେବା ଆଶଙ୍କା
  • ||
  • ଶବର ସାହିରେ ୩୦ ମିନିଟ୍‌ ରହିବେ ପ୍ରଧାନମନ୍ତ୍ରୀ, ପିଏମ୍‌ ଆବାସ ହିତାଧିକାରୀଙ୍କୁ ଭେଟିବେ
  • ||
  • ଆସନ୍ତା ୨୩ରେ ପୁଣି ଲଘୁଚାପ: ଆଜିଠୁ ଶୁଖିଲା, ୨୨ରୁ ବଢ଼ିବ ବର୍ଷା
  • ||

ଆରଜି କର ମେଡିକାଲର ପୂର୍ବତନ ପ୍ରିନ୍ସିପାଲଙ୍କ ବିରୋଧରେ ବଡ଼ ଖୁଲାସା, ହଂକଂରେ ନର୍ସିଂ ଛାତ୍ରଙ୍କୁ କରିଥିଲେ ଅସଦାଚରଣ

Image Courtesy: aajtak

କୋଲକାତା: ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଆରଜି କର ମେଡିକାଲ୍‌ କଲେଜ ଓ ହସ୍ପିଟାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ ହଂକଂରେ ନର୍ସିଂ ଛାତ୍ରଙ୍କୁ ଅସଦାଚରଣ କରି ଫସିଥିଲେ ।  ୩୧ ବର୍ଷୀୟା ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା ଏବଂ ଆରଜି କର ମେଡିକାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ନେଇ ଚର୍ଚ୍ଚା ଜାରି ରହିଥିବା ବେଳେ ଆଉ ଏକ ଖବର ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି ।  ୨୦୧୭ରେ ହଂକଂରେ ଜଣେ ନର୍ସିଂ ଛାତ୍ରଙ୍କୁ ଅସଦାଚରଣ କରି ଫସିଥିଲେ ସନ୍ଦୀପ । ପରେ ଘୋଷଙ୍କ ସ୍ପଷ୍ଟୀକରଣକୁ ଗ୍ରହଣ କରିବା ସହ ତାଙ୍କର କାନ୍ଧରେ ଆଘାତ ଲାଗିଥିବାରୁ ସେଠାକାର ଏକ କୋର୍ଟ ତାଙ୍କୁ ଆଶ୍ବସ୍ତି ଦେଇଥିଲେ ଏବଂ ମାମଲାରେ ଦୋଷମୁକ୍ତ କରିଥିଲେ ।  

୨୦୧୭ରେ ହଂକଂର ଜଣେ ନର୍ସିଂ ଛାତ୍ର ଅଭିଯୋଗ କରିଥିଲେ ଯେ, ଡାକ୍ତରଖାନାର ଚେଞ୍ଜିଂ ରୁମରେ ସନ୍ଦୀପ ଘୋଷ ତାଙ୍କର ଯୌନାଙ୍ଗକୁ ଛୁଇଁବାକୁ ଚେଷ୍ଟା କରିଥିଲେ । ଏନେଇ ସାଉଥ ଚୀନ୍‌ ମର୍ଣ୍ଣିଂ ପୋଷ୍ଟରେ ଖବର ମଧ୍ୟ ପ୍ରକାଶ ପାଇଥିଲା । ସେପଟେ କୋଲକାତାର କେତେକ ଡାକ୍ତର ଏନେଇ ମଧ୍ୟ ସ୍ପଷ୍ଟ କରିଛନ୍ତି । ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ଚର୍ଚ୍ଚାକୁ ଆସିଥିଲେ ସନ୍ଦୀପ ଘୋଷ । ମାମଲାକୁ ଚାପିଦେବା ଲାଗି ସେ ଉଦ୍ୟମ କରିଥିବା କୁହାଯାଉଛି।  ତାଙ୍କୁ ମାରାଥନ ଜେରା କରିବା ପରେ ଶେଷରେ ମେଡିକାଲରେ ଦୁର୍ନୀତି ମାମଲାରେ ତାଙ୍କୁ ସିବିଆଇ ଗିରଫ କରିଛି । 

ମିଳିଥିବା ସୂଚନା ଅନୁସାରେ, ସନ୍ଦୀପ ଘୋଷ ଏକ୍ସଚେଞ୍ଜ କାର୍ଯ୍ୟକ୍ରମ ଲାଗି ହଂକଂ ଯାଇଥିଲେ । ଏପ୍ରିଲ ୮, ୨୦୧୭ରେ କ୍ବିନ୍‌ ଏଲିଜାବେଥ୍‌ ହସ୍ପିଟାଲର ଜଣେ ନର୍ସିଂ ଛାତ୍ର   ତାଙ୍କ ବିରୋଧରେ ଅସଦାଚରଣ ନେଇ ଅଭିଯୋଗ କରିଥିଲେ । ଏପରିକି ସେ ଛାତ୍ରଙ୍କୁ ‘ଏହି ଛୁଆଁ ପସନ୍ଦ କରୁଛନ୍ତି କି ନାହିଁ’ ବୋଲି ପ୍ରଶ୍ନ କରିଥିଲେ ବୋଲି ସାଉଥ ଚୀନ୍‌ ମର୍ଣ୍ଣିଂ ପୋଷ୍ଟରେ ଖବର ପ୍ରକାଶ ପାଇଥିଲା । ସେତେବେଳେ ୪୫ ବର୍ଷୀୟ ସନ୍ଦୀପ ଘୋଷ ମୁର୍ସିଦାବାଦ ମେଡିକାଲ କଲେଜର ଓର୍ଥୋପେଡିକ୍‌ ବିଭାଗର ମୁଖ୍ୟ ଥିଲେ । ପରେ ୨୦୧୮ରେ ତାଙ୍କୁ କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରିନ୍ସିପାଲ ଭାବରେ ନିଯୁକ୍ତି ମିଳିଥିଲା ।

  • Kolkata doctor rape murder case
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.