ପ୍ରମୂଖ ଖବର
  • ଜନତା ମଇଦାନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ମହିଳା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ପ୍ରଥମ କିସ୍ତି
  • ||
  • ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ ଆତିଶି ମର୍ଲେନା, ନାଁ ଘୋଷଣା କଲେ ଅରବିନ୍ଦ କେଜ୍ରିୱାଲ
  • ||
  • ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ଜନ୍ମଦିନରେ ବାଣ୍ଟିବେ ସୁଭଦ୍ରା, ଆବାସ, କଳିଙ୍ଗ ଷ୍ଟାଡିୟମ ‘ସଟଲ୍‌’କୁ ଲୋକାର୍ପିତ କରିବେ
  • ||
  • କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିଦା ହେଲେ କମିଶନର ବିନୀତ ଗୋୟଲ
  • ||
  • ଜଳେଶ୍ଵର: ଲଗାଣ ବର୍ଷାରେ ଧଶିଲା ଜାମକୁଣ୍ଡା ସ୍ଲୁଇସ୍ ଗେଟ୍ ପୋଲ, ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହେବା ଆଶଙ୍କା
  • ||
  • ଶବର ସାହିରେ ୩୦ ମିନିଟ୍‌ ରହିବେ ପ୍ରଧାନମନ୍ତ୍ରୀ, ପିଏମ୍‌ ଆବାସ ହିତାଧିକାରୀଙ୍କୁ ଭେଟିବେ
  • ||
  • ଆସନ୍ତା ୨୩ରେ ପୁଣି ଲଘୁଚାପ: ଆଜିଠୁ ଶୁଖିଲା, ୨୨ରୁ ବଢ଼ିବ ବର୍ଷା
  • ||

ଫିଲ୍ମ ଭଳି ଓଟିଟି ପ୍ଲାଟଫର୍ମ ପାଇଁ ରେଗୁଲେଟରୀ ବୋର୍ଡ ଜରୁରୀ, ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା ଦାଖଲ

ନୂଆଦିଲ୍ଲୀ,୧୦।୯:  ଦେଶରେ ଓଟିଟି ପ୍ଲାଟଫର୍ମକୁ ରେଗୁଲେଟ୍ କରାଯିବାର ଦାବି ନେଇ ସୁପ୍ରିମକୋର୍ଟରେ ଆବେଦନ ଦାଖଲ କରାଯାଇଛି। ଏହି ଆବେଦନ ଭାରତରେ ଓଟିଟି ଓ ଷ୍ଟ୍ରିମିଂ ପ୍ଲାଟଫର୍ମ ଉପରେ ନଜର ଓ ପରିଚାଳନା ପାଇଁ ରେଗୁଲେଟରୀ ବୋର୍ଡ ଗଠନ କରିବାର ଦାବି କରାଯାଇଛି।ସୁପ୍ରିମକୋର୍ଟଙ୍କ ଓକିଲ ଶଶାଙ୍କ ଶେଖର ଝା ଏକ ଜନସ୍ବାର୍ଥ ମାମଲା ବା ପିଆଇଏଲ ଦାଖଲ କରିଛନ୍ତି।

ଆବେଦନରେ କୁହାଯାଇଛି, ସିନେମାଘରରେ ଦେଖାଯାଉଥିବା ଫିଲ୍ମର ବିପରୀତ, ଓଟିଟି କଣ୍ଟେଣ୍ଟ ରିଲିଜ୍ ପୂର୍ବରୁ ସାର୍ଟିଫିକେଟର ପ୍ରକିୟା ଦେଇ ଯାଇନଥାଏ। ଯେଉଁ କାରଣରୁ ଓଟିଟିରେ ସବୁବେଳେ ଚେତାବନୀ ବିନା ଅଶ୍ଲୀଳ ଦୃଶ୍ୟ, ହିଂସା, ନିଶାଦ୍ରବ୍ୟ ସେବନ ଓ ଅନ୍ୟ ହାନିକାରକ ସାମଗ୍ରୀ ବୃଦ୍ଧି ହେଉଛି। 

ଆବେଦନରେ କୁହାଯାଇଛି, ସରକାର ଆଇଟି ଆଇନ ୨୦୨୧କୁ ତିଆରି କରିଥିଲେ, କିନ୍ତୁ ଏହି ନିୟମର କୌଣସି ପ୍ରଭାବ ଓଟିଟି କଣ୍ଟେଣ୍ଟ ଉପରେ ପଡିନାହିଁ। ଏହି ପ୍ଲାଟଫର୍ମ ନିମୟ ଅଭାବର ଫାଇଦା ଏବେ ବି ଉଠାଉଛି। ବିନା କୌଣସି ଯାଞ୍ଚରେ ବିବାଦୀୟ କଣ୍ଟେଣ୍ଟ ପକାଉଛି। ଯାହାକି ରାଷ୍ଟ୍ରୀୟ ସୁରକ୍ଷା ଉପରେ ପ୍ରଭାବ ପକାଉଛି ଓ ଜୁଆ ଏବଂ ଡ୍ରଗ୍ସ ଭଳି ଜିନିଷର ପ୍ରାଧାନ୍ୟ ବଢାଉଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.