ପ୍ରମୂଖ ଖବର
  • ଜନତା ମଇଦାନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ମହିଳା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ପ୍ରଥମ କିସ୍ତି
  • ||
  • ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ ଆତିଶି ମର୍ଲେନା, ନାଁ ଘୋଷଣା କଲେ ଅରବିନ୍ଦ କେଜ୍ରିୱାଲ
  • ||
  • ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ଜନ୍ମଦିନରେ ବାଣ୍ଟିବେ ସୁଭଦ୍ରା, ଆବାସ, କଳିଙ୍ଗ ଷ୍ଟାଡିୟମ ‘ସଟଲ୍‌’କୁ ଲୋକାର୍ପିତ କରିବେ
  • ||
  • କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିଦା ହେଲେ କମିଶନର ବିନୀତ ଗୋୟଲ
  • ||
  • ଜଳେଶ୍ଵର: ଲଗାଣ ବର୍ଷାରେ ଧଶିଲା ଜାମକୁଣ୍ଡା ସ୍ଲୁଇସ୍ ଗେଟ୍ ପୋଲ, ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହେବା ଆଶଙ୍କା
  • ||
  • ଶବର ସାହିରେ ୩୦ ମିନିଟ୍‌ ରହିବେ ପ୍ରଧାନମନ୍ତ୍ରୀ, ପିଏମ୍‌ ଆବାସ ହିତାଧିକାରୀଙ୍କୁ ଭେଟିବେ
  • ||
  • ଆସନ୍ତା ୨୩ରେ ପୁଣି ଲଘୁଚାପ: ଆଜିଠୁ ଶୁଖିଲା, ୨୨ରୁ ବଢ଼ିବ ବର୍ଷା
  • ||

ଏବେ ମୁମ୍ବାଇର ‘ଡବାବାଲା’ଙ୍କ କାହାଣୀ ପଢିବେ ସ୍କୁଲ ପିଲା, ରହିବ ଏହି ଖାସ୍ ଚାପଟର

ମୁମ୍ବାଇ,୧୦।୯:  ମୁମ୍ବାଇର ବିଶ୍ବ ପ୍ରସିଦ୍ଧ ଡବାବାଲାଙ୍କ କାହାଣୀ ଏବେ ସ୍କୁଲ ପିଲାଙ୍କ ପାଠ୍ୟକ୍ରମରେ ସାମିଲ ହେବାକୁ ଯାଉଛି। କେରଳରେ ନବମ ଶ୍ରେଣୀର ପିଲା ଏବେ ନିଜର ଇଂରାଜୀ ବହିରେ ମୁମ୍ବାଇର ଡବାବାଲାଙ୍କ ସଫଳତାର କାହାଣୀ ଜାଣିବେ। ମୁମ୍ବାଇରେ ଡବାବାଲାଙ୍କ ବ୍ୟବସାୟ ପ୍ରାୟ ୧୩୦ ବର୍ଷରୁ ଅଧିକ ପୁରୁଣା। ଡବାବାଲାମାନେ ମୁମ୍ବାଇରେ ଘରୁ ଅଫିସକୁ ସେଠାର ଲୋକଙ୍କୁ ଗରମ ଖାଦ୍ୟ ପହଁଞ୍ଚାଇଥାନ୍ତି। 

କେରଳରେ ନବମ ଶ୍ରେଣୀର ଇଂରଜୀ ବହି ‘ଦ ସାଗା ଅଫ୍ ଦ ଟିଫିନ୍ କ୍ୟାରିୟର୍ସ’ ନାମରେ ଏହି ଚାପଟର ସାମିଲ କରାଯିବ। ଏହି ଚାପଟରର ଲେଖକ ହ୍ୟୁଗ୍ ଓ  କୋଲିନ୍ ଗେଟଜର ଲେଖିଛନ୍ତି। କେରଳ ରାଜ୍ୟ ଶିକ୍ଷା ଅନୁସନ୍ଦାନ ଓ ପ୍ରଶିକ୍ଷଣ ପରିଷଦ (SCERT)  ୨୦୨୪ ପାଇଁ ନିଜର ଅପଡେଟେଡ୍‌ ସିଲାବସ୍‌ରେ ‘ଡବାବାଲା’ଙ୍କ କାହାଣୀରେ ସାମିଲ କରାଯାଇଛି। ଏହି ଅଧ୍ୟାୟରେ କୁହାଯିବ ଯେ, ମୁମ୍ବାଇରେ ଡବାବାଲାଙ୍କ ଆରମ୍ଭ କିପରି ହେଲା। ଏଭଳି ସ୍ଥିତିରେ ଆସନ୍ତୁ ଜାଣିବା ମୁମ୍ବାଇର ପ୍ରସିଦ୍ଧ ଡବାବାଲା କିଏ। 

ମୁମ୍ବାଇରେ ଡବା ବିଜନେସ୍‌ ପ୍ରାୟ ୧୩୦ ବର୍ଷରୁ ଅଧିକ ପୁରୁଣା। ଡବା ବାଲା ମୁମ୍ବାଇରେ ଘରୁ ଅଫିସ ମୁମ୍ବାଇବାସୀଙ୍କୁ ଗରମ ଖାଦ୍ୟ ପହଁଞ୍ଚାଇଥାନ୍ତି। ତାଙ୍କ ଡେଲିଭରି ସିଷ୍ଟମକୁ କେବଳ ଦେଶ ନୁହେଁ ବିଦେଶରେ ମଧ୍ୟ ଖୁବ୍ ପ୍ରଶଂସା ହେଉଛି। ମୁମ୍ବାଇରେ ସାଇକେଲ୍‌ରେ ବହୁତ ଗୁଡିଏ ଡବା ଟଙ୍ଗା ହୋଇଥିବାର ଦେଖିପାରିବେ। ସ୍ପଷ୍ଟ ଭାବରେ କହିବା ଯଦି ଡବା ବାଲା ଏଭଳି ଲୋକଙ୍କ ଏକ ସଂଗଠନ। ମୁମ୍ବାଇର ସହରରେ କାମ କରୁଥିବା ସରକାରୀ ଓ ବେସରକାରୀ କର୍ମଚାରୀଙ୍କୁ ଖାଇବା ଡବା(ଟିଫିନ୍)ପହଁଞ୍ଚାଇବାର କାମ କରିଥାଏ।

ମୁମ୍ବାଇରେ ଡବା ବାଲା ସଂଘରୁ ପ୍ରାୟ ୫୦୦୦ ରୁ ଅଧିକ ଲୋକ ଜଡିତ। ପ୍ରତିଦିନ ଏହା ପ୍ରାୟ ଦୁଇ ଲକ୍ଷରୁ ଅଧିକ ଡବା ପହଁଞ୍ଚାଇବାର କାମ କରିଥାଏ। କୁହାଯାଉଛି, ଯେ ୧୮୯୦ରେ ମହାଦୁ ହାଭଜି ବଚେଙ୍କ ଦ୍ବାରା ଏହାର ଆରମ୍ଭ ହୋଇଥିଲା। ଆରମ୍ଭରୁ ଏହି କାମ କେବଳ ୧୦୦ ଜଣ ଗ୍ରାହକଙ୍କ ପର୍ଯ୍ୟନ୍ତ ସୀମିତ ଥିଲା। କିନ୍ତୁ ଯେତେବେଳେ ସହର ଆଗକୁ ବଢିଲା, ଡବା ଡେଲିଭେରିର ଚାହିଦା ବଢି ଯାଇଥିଲା। ମୁମ୍ବାଇରେ ଡବା ବାଲା ଏହି ଖାସ୍‌ ୟୁନିଫର୍ମ ପିନ୍ଧି ନିଜର କାମ କରନ୍ତି। ତାଙ୍କୁ ସାଧାରଣତଃ ଧଳା ରଙ୍ଗର କୁର୍ତ୍ତା-ପାଇଜାମା,  ମୁଣ୍ଡରେ ଗାନ୍ଧି ଟୋପି, ବେକରେ ରୁଦ୍ରାକ୍ଷ ମାଳି ଓ ଗୋଡରେ କୋହ୍ଲାପୁରୀ ଚପଲ ପିନ୍ଧିଥିବାର ଦେଖା ଯାଆନ୍ତି। ମୁମ୍ବାଇର ଡବାବାଲା ଏବେ ସାରା ଦୁନିଆରେ ନିଜର କାମ ଓ ପରିଶ୍ରମ ପାଇଁ ପ୍ରସିଦ୍ଧ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.