ଫିରିଙ୍ଗିଆ,୮/୨ : ବିଦ୍ୟାଳୟ ଅଛି, ବିଦ୍ୟାଳୟ ରେ ପାଠ ପଢିବା ପାଇଁ ଛାତ୍ରଛାତ୍ରୀ ଙ୍କ ସହ ଶିକ୍ଷକ ମଧ୍ୟ ନିଯୁକ୍ତି ପାଇଛନ୍ତି I କିନ୍ତୁ ବିଦ୍ୟାଳୟ ରେ ଶ୍ରେଣୀ ଗୃହ ଅଭାବ ରୁ ପାଠପଢା ସମ୍ପୂର୍ଣ ମାତ୍ରା ରେ ବାଧାପ୍ରାପ୍ତ ହୋଇଛି I ଏଭଳି ଏକ ବିଦ୍ୟାଳୟ ରହିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅଧୀନରେ ଥିବା ସାଡୀଙ୍ଗିଆ ପଞ୍ଚାୟତ ର ବାନ୍ଦାଦଣି ଗାଁରେ I
ସୂଚନା ଅନୁସାରେ ଦୀର୍ଘ ଚାଳିଶ ବର୍ଷ ହେବେ ଏହି ବାନ୍ଦାଦଣି ଗାଁରେ ପ୍ରାଥମିକ ବିଦ୍ୟାଳୟ ସ୍ଥାପିତ ହୋଇଥିଲା I ବିଦ୍ୟାଳୟ ଆରମ୍ଭ ହେବା ସମୟରେ ଗୋଟିଏ ମାତ୍ର କୋଠରୀ ନିର୍ମାଣ କରାଯାଇଥିଲା I ସେହି କୋଠରୀ ରେ ହିଁ ଶିକ୍ଷାଦାନ ଚାଲୁ ରହିଥିବା ବେଳେ ଅନ୍ୟ କୌଣସି କୋଠରୀ ଆଜି ପର୍ଯ୍ୟନ୍ତ ନିର୍ମାଣ ହୋଇନାହିଁ I ସେପଟେ ବର୍ତ୍ତମାନ ବିଦ୍ୟାଳୟ ରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ଯାଏ ରହିଥିବା ବେଳେ ୧୬ ଜଣ ଛାତ୍ରଛାତ୍ରୀ ଅଧୟନ ଅଛନ୍ତି ଓ ଦୁଇଜଣ ଶିକ୍ଷକ ମଧ୍ୟ୍ୟ ରହିଛନ୍ତି I କିନ୍ତୁ ଶ୍ରେଣୀ କୋଠରୀ ଅଭାବରୁ ଗୋଟିଏ କୋଠରୀ ରେ ଚାଲିଛି ପାଞ୍ଚଟି ଶ୍ରେଣୀ ର ଶିକ୍ଷାଦାନ I
ଏହି ଶ୍ରେଣୀ ଗୃହ ସମସ୍ୟା କୁ ନେଇ କିଛିଦନ ତଳେ ଅଭିଭାବକ ମାନଙ୍କ ଦାବିକୁ ଆଖିଆଗରେ ରଖି ବିଦ୍ୟାଳୟରେ ଥିବା ଶ୍ରେଣୀ କୋଠରିକୁ ୨୦୨୩/୨୪ ଆର୍ଥିକ ବର୍ଷ ରେ ଆମ ଓଡ଼ିଆ ନବୀନ ଓଡିଶା ଯୋଜନା ମାଧ୍ୟମରେ ପାଞ୍ଚ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ମରାମତି କରାଯାଇଥିଲା I କିନ୍ତୁ କାମଟି ବର୍ତ୍ତମାନ ପର୍ଯ୍ୟନ୍ତ ସମ୍ପୂର୍ଣ ହୋଇନଥିବା ଦେଖିବାକୁ ମିଳିଛି I
ସେପଟେ ବିଦ୍ୟାଳୟ ଚତୁରପାର୍ଶ୍ୱରେ ପାଚେରୀ ନଥିବା ଓ ବିଦ୍ୟାଳୟଟି ରାସ୍ତା ପାର୍ଶ୍ୱରେ ଥିବାରୁ ଛାତ୍ରଛାତ୍ରୀମାନଙ୍କ ପାଇଁ ସବୁବେଳେ ବିପଦ ରହିଛି । ବିଦ୍ୟାଳୟ ପରିସରରେ ପାଣିରେ ସୁବିଧା ପାଇଁ ଏକ ନଳକୂପ ଥିବା ବେଳେ ତାହା ଠିକ୍ ରେ ପାଣି ଆସୁନି । ତେବେ ଏହି ବିଦ୍ୟାଳୟ ରେ ଏକ ନୂତନ ଶ୍ରେଣୀ କୋଠରୀ ନିର୍ମାଣ କରିବା ସହ ବିଦ୍ୟାଳୟ ଶ୍ରେଣୀ କୋଠରୀ କାମ କୁ ଶୀଘ୍ର ମରାମତି କରିବା ଓ ସ୍କୁଲ ଚତୁର୍ପାଶ୍ୱରେ ପାଚେରୀ ନିର୍ମାଣ ଓ ପିଇବା ପାଣିରେ ବ୍ୟବସ୍ଥା କରିବା ପାଇଁ ସ୍ଥାନୀୟ ଅଭିଭାବକ ଓ ଗ୍ରାମବାସୀ ମନେ ଦାବି କରିଛନ୍ତି I ଏବିଓକୁ ଶିବାଜୀ କହଁର ପଚାରି ବାରୁ ଖୁବ ଶୀଘ୍ର କାମ୍ ହେବ ବୋଲି କହିଛନ୍ତି I
ଏହି ଅର୍ଦ୍ଧ ନିର୍ମିତ କାମ ବିଷୟରେ ଦାୟିତ୍ୱ ରେ ଥିବା କନିଷ୍ଠ ଯନ୍ତ୍ରୀ ସୁନୀଲ କୁମାର ପାତ୍ରଙ୍କୁ ପଚା ରିବାରୁ ବିଲ ହୋଇ ନାହିଁ ଏଥିସହ ଠିକାଦାର ଙ୍କ ଅବହେଳା ପାଇଁ କାମଟି ସମ୍ପୂର୍ଣ ହୋଇପାରିନାହିଁ ବୋଲି କହିଛନ୍ତି I