ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ଏକ ଟନ ଆଠ କିଲୋ ଗଞ୍ଜେଇ ସହ ବୋଲେରୋ ଜବତ

Published By : Prameya | February 19, 2025 4:37 PM

ଫିରିଙ୍ଗିଆ,୧୯/୦୨: ପାବେଡି ଗାଁ ଜଙ୍ଗଲରେ ଗୋଛାପଡା ପୋଲିସ ଅତର୍କିତ ଭାବେ ଚଢାଉ କରି ଏକ ଟନ ୮ କିଲୋ ଗଞ୍ଜେଇ ଜବତ କରିଛି। ଏଥ ସହ  ଗଞ୍ଜେଇ ଚାଲାଣ ପାଇଁ ଜଙ୍ଗଲରେ ଥିବା ଏକ  ବୋଲୋରୋ ଗାଡିକୁ ପୋଲିସ ଜବତ କରିଛି।  ତେବେ ପୋଲିସ ଚଢାଉ ବେଳେ ଗଞ୍ଜେଇ ଚାଲାଣକାରୀମାନେ ଫେରାର ହୋଇଯାଇଥିଲେ। 

ଗୋଛାପଡା ଥାନା କଟରିଙ୍ଗିଆ ପଞ୍ଚାୟତ ଅଧୀନରେ ଥିବା ପାବେଡି ଗାଁ ଜଙ୍ଗଲରେ ମଙ୍ଗଳବାର କିଛି ମାଫିଆ ଗଞ୍ଜେଇ ଚାଲାଣ ପାଇଁ ପ୍ରସ୍ତୁତି ଚଳାଇଥିବା କୌଣସି ସୂତ୍ରରୁ ଗୋଛାପଡା ପୋଲିସ କୁ ଖବର ମିଳିଥିଲା I ଗୋଛାପଡା ଥାନା ଅଧିକାରୀ ଚିରଞ୍ଜୀବ ବେହେରାଙ୍କ ନେତୃତ୍ୱ ରେ ଏକ ଟିମ ଉକ୍ତ ଜଙ୍ଗଲରେ ଅତର୍କିତ ଚଢ଼ାଉ କରିଥିଲେ । ପୋଲିସର ଅତର୍କିତ ଚଢ଼ାଉ ସମୟରେ ମାଫିଆ ମାନେ ଗଞ୍ଜେଇ ଛାଡି ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ। ପୋଲିସ ଉକ୍ତ ଜଙ୍ଗଲରୁ ପ୍ରାୟ ୪୦ ଟି ବସ୍ତାରେ ଭର୍ତ୍ତି ହୋଇଥିବା ଏକ ଟନ ଆଠ କିଲୋ ଗଞ୍ଜେଇକୁ ଜବତ କରିଥବା ଫୁଲବାଣୀ ସଦର ଏସଡିପିଓ ଶୁଭ୍ରଜିତ ବିଶ୍ୱାଳ ସୂଚନା ଦେଇଛନ୍ତି I ଗୋଛାପଡା ଥାନାରେ ଏକ ମାମଲା ରୁଜୁ କରାଯିବା ସହ ଘଟଣାରେ ସମ୍ପୃକ୍ତି ଥିବା ଗଞ୍ଜେଇ ମାଫିଆମାନଙ୍କୁ ଧରିବାକୁ ଉଦ୍ୟମ କରାଯାଉଥିବା ଏସଡିପିଓ ଶ୍ରୀ ବିଶ୍ୱାଳ ସୂଚନା ଦେଇଛନ୍ତି I

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.