ଦାରିଙ୍ଗବାଡି,୨୦/୦୨: କାଳ ବୈଶାଖୀ ପ୍ରଭାବରେ ଉଡ଼ିଲା ଘରର ଛପର । ଦାରିଙ୍ଗବାଡି ବ୍ଲକ ସିଆଙ୍ଗବାଲି ପଞ୍ଚାୟତ ଅନ୍ତର୍ଗତ ମଣିପୁର ଗ୍ରାମରେ ଦେଖିବାକୁ ମିଳିଛି କିଛି ଏଭଳି ସ୍ଥିତି । ଉକ୍ତ ଗ୍ରାମର ଉପେନ୍ଦ୍ର ପ୍ରଧାନ, ଶୁଖିରାମ ପ୍ରଧାନ, ପାପୁ ପ୍ରଧାନ, ମାଙ୍ଗେରା ପ୍ରଧାନ, ଲୁପି ପ୍ରଧାନ, ଦୁଃଶାସନ ପ୍ରଧାନ, ପୂର୍ଶୁରାମ ପ୍ରଧାନ, ମନ୍ୟାସ ପ୍ରଧାନ ଘରର ଛପର ଉଡେଇ ନେଇଥିବା ଦେଖିବାକୁ ମିଳିଛି ।
ସୂଚନା ମୁତାବକ, ବୁଧବାର ଦିନ ରାତ୍ର ସମୟରେ ସମସ୍ତେ ଖାଇପିଇ ଶୋଇଥିଲେ । ରାତ୍ର ଏକ ଘଣ୍ଟା ସମୟରେ ହଠାତ୍ ବର୍ଷା ସହ ମାଡ଼ି ଆସିଲା ପବନ । କିଛି ବୁଝିବା ଆଗରୁ ଘରର ଛପର ଉଡ଼ି ଯାଇଥିଲା। ଘରର ଛପର ଉଡ଼ିଯିବା ପରେ ଘର ଭିତରେ ପାଣି ପଡ଼ି ଘରର ଜିନିଷ ମଧ୍ୟ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି । ଉକ୍ତ ଗ୍ରାମର ଉପେନ୍ଦ୍ର ପ୍ରଧାନ, ଶୁଖିରାମ ପ୍ରଧାନ, ପାପୁ ପ୍ରଧାନ, ମାଙ୍ଗେରା ପ୍ରଧାନ, ଲୁପି ପ୍ରଧାନ, ଦୁଃଶାସନ ପ୍ରଧାନ, ପୂର୍ଶୁରାମ ପ୍ରଧାନ, ମନ୍ୟାସ ପ୍ରଧାନ ଘରର ଛପର ଉଡେଇ ନେଇଥିବା ଦେଖିବାକୁ ମିଳିଛି । ଏଣୁ ସରକାରଙ୍କ ପକ୍ଷରୁ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।