ଫିରିଙ୍ଗିଆ,୨୦/୦୨ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଠାରେ ଥିବା ବିଜୁ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ପାରମ୍ପରିକ ଲୋକକଳା ସଂଘର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଅକ୍ଷୟ କୁମାର କର୍ଣ୍ଣ ଅଧ୍ୟକ୍ଷତା କରିଥିଲେ। କନ୍ଧମାଳ ଜିଲ୍ଲାର କଣ୍ଠଶିଳ୍ପୀ ଜଳନ୍ଧର ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ବ୍ଲକ କଳା ସଂସ୍କୃତି ସଂଘ ଉପସଭାପତି ଇନ୍ଦ୍ରଜିତ କହଁର, ନାଟ୍ୟ ନିର୍ଦେଶକ ମହାଦେବ ସାହୁ, ସମାଜସେବୀ ଚନ୍ଦ୍ରମୋହନ ନାଏକ, ବିଜେପି ନେତା କଂସଦେବ ସାହୁ, ସଞ୍ଜୟ କୁମାର ଦିଗାଳ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକର ଉପସଭାପତିମାନଙ୍କ ସହ ଶତାଧିକ କଳାକାର ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ସୁବ୍ରତ କୁମାର ମହାନ୍ତି ପରିଚାଳନା କରିଥିବା ବେଳେ ପ୍ରତ୍ୟେକ ବ୍ଲକର ଦୁଇଜଣ ଲେଖାଏଁ ସଂଯୋଜକ ବଛା ଯାଇଥିଲା । ତେବେ କଳାକାରମାନଙ୍କ ବିଭିନ୍ନ ସମସ୍ୟା ଓ ତାର ସମାଧନ ସହ ପ୍ରକୃତ କଳାକାରମାନେ କିଭଳି ଭାବରେ କଳାକାର ଭତ୍ତା ପାଇପାରିବେ ସେ ନେଇ ବୈଠକରେ ଆଲୋଚନା ହୋଇଥିଲା । ବରିଷ୍ଠ କଳାକାର ବିଜୟ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।