ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ମିଶନ ଶକ୍ତି ଇସି ପୁନର୍ଗଠନ ବନ୍ଦ, ଇସିମାନଙ୍କ ବ୍ଲେଜର ଟଙ୍କା ପ୍ରଦାନ ନେଇ ଦାବିପତ୍ର

Published By : Prameya | February 19, 2025 8:23 PM

ଦାରିଙ୍ଗବାଡି,୧୯/୨(ଆପ୍ର): ପଞ୍ଚାୟତସ୍ତରୀୟ ମହାସଂଘର କାର୍ଯ୍ୟକାରୀ କମିଟି(ଇସି) ସଦସ୍ୟା ଦାରିଙ୍ଗବାଡି ବିଡ଼ିଓ ପ୍ରୀତି ରଞ୍ଜନ ରଥଙ୍କୁ ବିଭିନ୍ନ ଦାବି ପୂରଣ ନେଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ମିଶନ ଶକ୍ତି ପୁନର୍ଗଠନ ବନ୍ଦ ଓ ଇସିମାନଙ୍କ ବ୍ଲେଜର ବାବଦ ଟଙ୍କା ଦେବାକୁ ଦାବିପତ୍ରରେ ଦର୍ଶାଇଛନ୍ତି।

 ସଂଘର ଦାବି ମୁତାବକ ଇସି ସଦସ୍ୟାଙ୍କୁ ବ୍ଲେଜର ପ୍ରଦାନ ନିମନ୍ତେ ପୂର୍ବ ସରକାର ୨୦୨୩ ମସିହାରେ ୨୦୦୦ ଟଙ୍କା ଲେଖାଁଏ ଘୋଷଣା କରିଥିଲେ । ଏଥି ନିମନ୍ତେ ଓଡ଼ିଶା ଜୀବିକା ମିଶନକୁ ଟଙ୍କା ମଧ୍ୟ ପ୍ରଦାନ କରିଥିଲେ ।  ଦାରିଙ୍ଗବାଡି,ଗ୍ରେନବାଡ଼ି ଓ ଭ୍ରମରବାଡି ପଞ୍ଚାୟତର ୫୪ ଜଣ ଇସି ସଦସ୍ୟାଙ୍କୁ ବ୍ଲେଜର ପାଇଁ ୨ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା ।  ବଳକା ୨୨ ପଞ୍ଚାୟତର ୩୯୬ ଜଣ ଇସିଙ୍କୁ ବ୍ଲେଜର ପାଇଁ ଓଡ଼ିଶା ଜୀବିକା ମିଶନ ପକ୍ଷରୁ ଟଙ୍କା ପ୍ରଦାନ କରାଯାଇନାହିଁ । 

ଜିଲ୍ଲାର ଅନ୍ୟ ବ୍ଲକ ଗୁଡ଼ିକରେ ସମସ୍ତ ଇସି ସଦସ୍ୟା ମାନଙ୍କୁ ବ୍ଲେଜର ବାବଦ ଟଙ୍କା ଦିଆଯାଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଓଡ଼ିଶା ଜୀବିକା ମିଶନର ବେପରୁଆ ମନୋଭାବ ଯୋଗୁଁ  ଇସି ସଦସ୍ୟା ବ୍ଲେଜର ପାଇପାରିନଥିବା ସଂଘ ଅଭିଯୋଗ କରିଛି । ଏଥି ସହିତ ୬ ମାସର ବର୍ଦ୍ଧିତ ଦରମା ପ୍ରଦାନ, ୨୦୨୨ ଓ ୨୦୨୩ ବର୍ଷର ଗସ୍ତ ଓ ମିଟିଂ ଖର୍ଚ୍ଚ ପ୍ରଦାନ ଓ  ମିଶନ ଶକ୍ତିର ପୁନର୍ଗଠନ ନେଇ ସରକାର ଯେଉଁ ନିଷ୍ପତ୍ତି ନେଇ ଛନ୍ତି ତାହାକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ସଂଘ ଦାବି କରିଛି । ଏହି ସବୁ ଦାବି ପୁରଣ କରିବା ପାଇଁ ବିଡ଼ିଓ ଙ୍କ ଠାରେ ଇସି ସଦସ୍ୟାମାନେ ଦାବିପତ୍ର ପ୍ରଦାନ କରିଛନ୍ତି । ବ୍ଲେଜର ବାବଦକୁ ଆସିଥିବା ଟଙ୍କା ଓ ବର୍ଦ୍ଧିତ ଦରମା ଖୁବ୍ ଶୀଘ୍ର ପ୍ରଦାନ କରାଯିବ ବୋଲି ବିଡ଼ିଓ ପ୍ରତିଶ୍ରୁତି ଦେଇଥିଲେ।  ତେବେ  ମିଶନ ଶକ୍ତି ପୁନର୍ଗଠନ ବନ୍ଦ ନେଇ ଯେଉଁ ଦାବି ରହିଛି  ସେଥିପାଇଁ ସରକାରଙ୍କ ପାଖକୁ ଦାବିପତ୍ର ପଠାଇ ଦିଆଯିବ ବୋଲି ସେ କହିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.