ରାଇକିଆ ୧୮/୦୨: କନ୍ଧମାଳ ଜିଲା ଭାଜପାର ନୂତନ ସଭାପତି ପଣ୍ଡିତ କୁମାର ବିଶିମାଝିଙ୍କୁ ସୋମବାର ରାଇକିଆ ଠାରେ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ସଭାପତି ଭାବେ ମନୋନୀତ ହେଲା ପରେ ପ୍ରଥମଥର ପାଇଁ ରାଇକିଆ ଆସିଥିବା ଅବସରରେ ମଣ୍ଡଳ ସଭାପତି ସନ୍ତୋଷ ପାତ୍ର, ଏମ୍ପି ପ୍ରତିନିଧି ସନ୍ତୋଷ ଲେଙ୍କା, ପୂର୍ବତନ ସଭାପତି ଜଗନ୍ନାଥ ସାହୁ ଏବଂ ଦଳୀୟ କର୍ମୀ ମାନେ ସମ୍ବର୍ଦ୍ଧନା ଜଣାଇଥିଲେ। ସମସ୍ତଙ୍କ ସହଯୋଗରେ ଆଗକୁ ବଢିବା ସହ ତୃଣମୂଳ ସ୍ତରରୁ ଦଳୀୟ ସଂଗଠନ କିପରି ମଜଭୁତ ହୋଇପାରିବ ଏବଂ ସାଧାରଣ ଜନତା ଯେପରି ସମସ୍ତ ଯୋଜନାରେ ଉପକୃତ ହୋଇପାରିବେ, ସେ ଦିଗରେ କାର୍ଯ୍ୟ କରିବାକୁ ଜିଲା ସଭାପତି ପରାମର୍ଶ ଦେଇଥିଲେ। ଦଳୀୟ କାର୍ଯ୍ୟକର୍ତ୍ତାମାନେ ନିଃସ୍ଵାର୍ଥପର ଭାବେ କାମ କରିବାକୁ ମତ ରଖିଥିଲେ ସଭାପତି।
ତେବେ ମାନଗୋବିନ୍ଦ ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଦଳୀୟ ନେତା ଅଭିମନ୍ୟୁ ପଣ୍ଡା, ତାପସ ଦଳ ବେହେରା, ଝିଲିମା ଦଳ ବେହେରା, ନାରାୟଣ ପାତ୍ର, ପୂର୍ବତନ ବିଧାନସଭା ପ୍ରାର୍ଥୀ ମାନ ଗୋବିନ୍ଦ ପ୍ରଧାନ, ସନକ ଦିଗାଲ, ନାରାୟଣ ମହାନ୍ତିଙ୍କ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ ।