ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ଦିବଙ୍ଗତ ସାଂସଦ ମୃତ୍ୟୁଞ୍ଜୟଙ୍କୁ କନ୍ଧମାଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ

Published By : Prameya | February 19, 2025 5:07 PM

ଫୁଲବାଣୀ,୧୯/୨ :  କଂଗ୍ରେସର ବରିଷ୍ଠ ନେତା ତଥା  ତିନି ଥରର ସାଂସଦ ସ୍ବର୍ଗତ ମୃତ୍ୟୁଞ୍ଜୟ ନାୟକଙ୍କୁ କନ୍ଧମାଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରାଯାଇଛି। ମଙ୍ଗଳବାର ଭୁବନେଶ୍ୱର ଏମସରେ ମୃତ୍ୟୁଞ୍ଜୟଙ୍କ ପରଲୋକ ପରେ ବୁଧବାର ତାଙ୍କ ମରଶରୀରକୁ ଫୁଲବାଣୀ ଅଣାଯାଇଥିଲା।

ଅମଲାପଡାସ୍ଥିତ ତାଙ୍କ ବାସଭବନରୁ ଏକ ଶୋଭାଯାତ୍ରାରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟକୁ ଅଣାଯିବା ପରେ ସେଠାରେ ବରିଷ୍ଠ ଦଳୀୟ ନେତା ଓ କର୍ମୀ ତାଙ୍କ ଅନ୍ତିମ ଦର୍ଶନ ସହିତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ଜିଲ୍ଲା କଂଗ୍ରେସ ସଭାପତି ଚନ୍ଦ୍ର ଶେଖର ପରିଡାଙ୍କ ସମେତ ପୂର୍ବତନ ସାଂସଦ ରାଧାକାନ୍ତ ଦିଗାଲ, ଜି ଉଦୟଗିରି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ, ବୌଦ୍ଧ ଜିଲ୍ଲା କଂଗ୍ରେସ ସଭାପତି ନବକିଶୋର ମିଶ୍ର,ପୂର୍ବତନ ଯୁବ କଂଗ୍ରେସ ସଭାପତି ବସନ୍ତ ପାଢ଼ୀ,ଚନ୍ଦନ ପଣ୍ଡା, ପୂର୍ବତନ ନଗର କଂଗ୍ରେସ ସଭାପତି ଶିବଶଙ୍କର ବେହେରା, ବରିଷ୍ଠ ନେତା ଘନକୁମାର ଶବର, ହେମନ୍ତ କର, ରଜତ ମହାନ୍ତି, ଅକ୍ଷୟ ପଟ୍ଟନାୟକ, ନନ୍ଦ କିଶୋର ଦାଶ,ଛାତ୍ର ନେତା ଅନୁପମ କହଁର ପ୍ରମୂଖ ଦିବଙ୍ଗତ ସାଂସଦଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇବା ସହିତ ସ୍ମୃତି ଚାରଣ କରିଥିଲେ। ପରେ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ତାଙ୍କ ମରଶରୀରକୁ ସ୍ଥାନୀୟ ନାରାୟଣୀ ମନ୍ଦିର ନିକଟସ୍ଥ ଶ୍ମଶାନକୁ ନିଆଯାଇ ସେଠାରେ ଅନ୍ତିମ ସଂସ୍କାର କରାଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.