ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ଆଠ ମାସ ହେଲା ମୋବାଇଲ ନେଟୱାର୍କ ଅଚଳ,ଅଧିକାରୀଙ୍କୁ ଘେରିଲେ ଗ୍ରାମବାସୀ

Published By : Prameya | February 18, 2025 11:06 PM

ଫୁଲବାଣୀ,୧୮/୨ ; କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକ ଅନ୍ତର୍ଗତ ସୁବର୍ଣ୍ଣ ଗିରି ପଂଚାୟତରେ ଆଜିକୁ ଆଠ ମାସ ହେଲା କାମ କରୁନି ବିଏସ ଏନ ଏଲ ନେଟୱର୍କ । ଫଳରେ ଗ୍ରାମବାସୀ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାରମ୍ବାର ଦାବୀ ସତ୍ତେ୍ବ ସମସ୍ୟାର ସମାଧାନ କରା ଯାଉନାହି। ଆଜି ଉତ୍ତ୍ୟକ୍ତ ଗ୍ରାମବାସୀ ବିଏସଏନଏଲ ଅଧିକାରୀଙ୍କୁ ଘେରାଉ କରି ତୁରନ୍ତ ସମସ୍ୟା ସମାଧାନ ପାଇଁ ଦାବୀ କରିଛନ୍ତି। 

ସୂଚନାଯୋଗ୍ୟ, ୨୦୧୬ ମସିହାରୁ ସୁବର୍ଣ୍ଣଗିରି ଠାରେ ବିଏସଏନଲ ଟାଓ୍ବାର ବସିଛି। କିନ୍ତୁ ଏହା ଠିକ ଭାବେ କାମ କରୁନାହିଁ। ଏବେ ପ୍ରାୟ ୮ ମାସରୁ ଉର୍ଦ୍ଧ ହେବ ବିଏସଏନଲ ନେଟ ୱାର୍କ ରହୁନଥିବାରୁ ଅଞ୍ଚଳ ବାସୀ ବହୁ ଅସୁବିଧାର ସମୁଖୀନ ହେଉଛନ୍ତି। ସୁବର୍ଣ୍ଣଗିରି, ପଜିକେରି, ଯାକେଶୀ, ବାଣ୍ଡିଗୁଡା, ରାମନିଗୁଡା, ଭୀଷ୍ମଗିରି, କାମ୍ବର ପଙ୍ଗା, ଲୁଦୁ, କୁଟିଗୁଡା, ଗାଜିନାଜୁ, ମୁଚଡ଼ି, ବୁଡୁକି, କାହମଗୁଡା ଭଳି ଗ୍ରାମରେ   ପ୍ରାୟ ୭ ହଜାର ଲୋକ ରହୁଛନ୍ତି। ନେଟୱାର୍କ ନ ଥିବାରୁ ଆମ୍ବୁଲାନ୍ସ ସହିତ ଯୋଗାଯୋଗ କରି ହେଉନାହିଁ। ଫଳରେ ଗର୍ଭବତୀ ମହିଳା ଓ ରୋଗୀକୁ ଡାକ୍ତର ଖାନାକୁ ନେବାରୃ ଅସୁବିଧା ହେଉଛି। ଅନ୍ୟାନ୍ୟ ଅନଲାଇନ କାମ ମଧ୍ୟ ବାଧାପ୍ରାପ୍ତ ହେଉଛି। ଗ୍ରାମବାସୀ ଦୀର୍ଘ ଦିନ ଧରି ଅଭିଯୋଗ କରୁଥିଲେ ମଧ୍ୟ କର୍ତ୍ତୃପକ୍ଷ ଧ୍ୟାନ ଦେଉ ନାହାନ୍ତି। ମଙ୍ଗଳବାର ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ବିଏସ ଏନ ଏଲ ର ଡିଟିଏମ ଏବଂ ଅନ୍ୟ ଅଧିକାରୀ ସୁବର୍ଣ୍ଣଗିରି ଯାଇଥିବା ବେଳେ ଉତ୍ୟକ୍ତ ଲୋକେ ତାଙ୍କୁ ଅଟକ ରଖିଥିଲେ। କାର୍ଯ୍ୟାଳୟ ଭିତରେ ଅଧିକାରୀ ମାନଙ୍କୁ ତାଲା ପକାଇ ଦେଇଥିଲେ ଗ୍ରାମବାସୀ। 

କୋଟଗଡ ଥାନାକୁ ଖବର ପାଇବା ପରେ ନିକଟସ୍ଥ ସିଆରପିଏଫ କ୍ୟାମ୍ପରୁ ଯବାନମାନେ ଆସି ସେମାନଙ୍କୁ ଉଦ୍ଧାର କରିଥିଲେ। ତେବେ ତୁରନ୍ତ ଏହି ସମସ୍ୟାର ସମାଧାନ ନ ହେଲେ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ ବୋଲି ସଦେଶ୍ୱର ପାଟମାଝି, ସୁବଳ ବାଗା ନାୟକ, ପଞ୍ଚଦେବ ପାଟଗୁରୁ, ବସନ୍ତ ପାଣିଗ୍ରାହି, ହରିହର ବଡ଼ଟିଆ, ସରଜ ପାଟମାଝୀ, ମାନସ ବଡ଼ଟିଆ, ଅରବିନ୍ଦ କୁମାର ନାୟକ ପ୍ରମୂଖ କହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.