ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ବକେୟା ବିଦ୍ୟୁତ୍ ବିଲ ଆଦାୟ ପାଇଁ ଯାଇଥିବା ଟାଟା ପାୱାର କର୍ମଚାରୀଙ୍କୁ ଉପଭୁକ୍ତାଙ୍କ ଆକ୍ରମଣ, ଥାନାରେ ଅଭିଯୋଗ

Published By : Prameya | February 11, 2025 8:46 PM

ମାଲକାନଗିରି, ୧୧/୨ : ବିଦ୍ୟୁତ ବିଲ୍ ମାଗିବାକୁ ଯାଇଥିବା ଟାଟା ପାୱାର କମ୍ପାନୀର କର୍ମଚାରୀଙ୍କୁ ପିଟିବା ସହ କାତିରେ ହାଣିବାକୁ ଉଦ୍ୟମ କରିଛନ୍ତି ଜଣେ ବିଦ୍ୟୁତ ଉପଭୋକ୍ତା । ଏ ସମ୍ପର୍କରେ ମୋଟୁ ଥାନାରେ ଅଭିଯୋଗ ହେବା ପରେ ସମ୍ପୃକ୍ତ ଉପଭୁକ୍ତା ଫେରାର ହୋଇଯାଇଥିବା ଜଣାପଡ଼ିଛି । ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅନ୍ତର୍ଗତ ଏମପିଭି ୪୨ଗାଁରେ ଦେଖିବାକୁ ମିଳିଛି ଏପରି ଏକ ଅଭାବନୀୟ ଘଟଣା । ଏହି ଆକ୍ରମଣ ଘଟଣାର ଦୃଶ୍ୟକୁ କିଏ ମୋବାଇଲରେ ଭିଡିଓ ଉଠାଇ ଭାଇରଲ କରିଦେଇଛି। 

ସୂଚନାଯୋଗ୍ୟ ଯେ, ମୋଟୁ ଥାନା ଏମପିଭି ୪୨ ଗାଁର ପଙ୍କଜ ବିଶ୍ବାସ ନିଜ ଚାଷ ଜମିରେ ଉଠା ଜଳ ସେଚନ ପ୍ରକଳ୍ପ ଲାଗି ବିଦ୍ଯୁତ ସଂଯୋଗ ନେଇଥିବାବେଳେ ଦୀର୍ଘ ମାସ ଧରି ବିଲ୍ ପୈଠ କରି ନ ଥିଲେ । ସୋମବାର ସନ୍ଧ୍ୟାରେ ଏମଭି ୭୯ ଜୋନ ଟାଟା ପାୱାର କମ୍ପାନୀର ବିବିପିଏଲ ସୁପରଭାଇଜର ମଣିକାନ୍ତ ବେହେରା, ଲାଇନମ୍ୟାନ ଓ ଅନ୍ୟାନ ୫ଜଣ କର୍ମଚାରୀମାନେ ପଙ୍କଜ ବିଶ୍ୱାସଙ୍କ ଜମିରେ ଥିବା ଏଲଆଇପଏଣ୍ଟ ନିକଟକୁ ଯାଇ ବିଦ୍ୟୁତ ବିଲର ବକେୟା ଟଙ୍କା ମାଗିବାରୁ ପଙ୍କଜଙ୍କ ଭାଇ ପ୍ରକାଶ ବିଶ୍ୱାସ ଲୁହା କାତି ଧରି ମାରିବାକୁ ଗୋଡ଼ାଇଥିଲେ । ସେଠାରେ ଉପସ୍ଥିତ ଥିବା ବିତ୍ୟୁତ କର୍ମଚାରୀ ଓ ଗ୍ରାମବାସୀ ତାଙ୍କୁ ଅଟକାଇଥିଲେ ମଧ୍ୟ ମୁହଁକୁ ମୁହଁକୁ ମୁଥ ମାରିଥିବା ଜଣା ପଡିଛି । ଏହି ଆକ୍ରମଣ ଘଟଣା ସମ୍ପର୍କରେ ମୋଟୁ ଥାନାରେ ଟାଟା ପାୱାର କମ୍ପାନୀ ପକ୍ଷରୁ ଏତଲା ଦିଆଯାଇଥିବାବେଳେ ପୋଲିସ ପକ୍ଷରୁ ଘଟଣାର ତଦନ୍ତ କରାଯାଉଛି । ଅଭିଯୁକ୍ତ ପ୍ରକାଶ ବିଶ୍ଵାସ ଘଟଣା ପରେ ଫେରାର ହୋଇଯାଇଥିବାରୁ ପୁଲିସ ତାଙ୍କୁ ଖୋଜୂଛି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.