ପ୍ରମୂଖ ଖବର
  • ଭୁବନେଶ୍ୱର : ଦାନା ବାନ୍ଧୁଛି ଲଘୁଚାପ; ଆସନ୍ତା ୪ ଦିନ ବର୍ଷାରେ ଭିଜିବ, ଶନିବାର ୮ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||
  • ମୟୂରଭଞ୍ଜ : ଶିମିଳିପାଳ ବାଙ୍ଗିରିପୋଷି ରେଞ୍ଜରେ ଅଘଟଣ, ମାଈ ହାତୀର ମୃତଦେହ ଠାବ
  • ||
  • ଆନନ୍ଦପୁର : ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନିକୁ ବିରୋଧ, ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଥିଲେ ଯୁବତୀ,୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ସୁନ୍ଦରଗଡ଼ : ରେଳ ଧାରଣା ଉପରେ ପୁଣି ଲାଗିଲା ମାଓ ପୋଷ୍ଟର, ଜାରି ହେଲା ହାଇ ଆଲର୍ଟ
  • ||
  • ଚାନ୍ଦବାଲି : ଚିଙ୍ଗୁଡ଼ି ମାଫିଆଙ୍କ କବ୍ଜାରେ ଚାଷୀଙ୍କ ସ୍ଲୁଇସଗେଟ, ମତ୍ସ୍ୟ ଅଧିକାରୀଙ୍କୁ ଅଭିଯୋଗ କରିଲେ ଚାଷୀ
  • ||
  • ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଧର୍ମଗଡ଼ : ସ୍କୁଲ ଜାଗାକୁ ନିଜର କହି ବିଦ୍ୟାଳୟରେ ତାଲା ପକାଇଲେ ବ୍ୟକ୍ତି, ଗଛ ମୂଳେ ପାଠ ପଢୁଛନ୍ତି ପିଲା
  • ||
  • ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲ କରିପାରିବେ ପଞ୍ଜୀକରଣ
  • ||
  • ବାଲେଶ୍ଵର : ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, କୁକୁଡ଼ା ପଦା ଅଫିସରେ ରେଡ୍‌
  • ||
  • ଜଳେଶ୍ବର : କମିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର, ପାଣି ଘେରରେ ତଳିଆ ଅଞ୍ଚଳ
  • ||
  • ଆଜିଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ବୈଠକରେ ଦେବେ ଯୋଗ
  • ||
  • ଆସୁଛି ଲଘୁଚାପ: ଆସନ୍ତା ୨୩ରୁ ଓଡ଼ିଶାରେ ବଢ଼ିବ ବର୍ଷା, ଅତି କମ୍‌ରେ ୪୮ ଘଣ୍ଟା ବର୍ଷିବ
  • ||
  • ଆନନ୍ଦପୁର : ଏସବିଆଇ ଶାଖାରେ ଲାଗିଲା ନିଆଁ, ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ
  • ||

ଟ୍ରେନ୍‌ ଭିତରେ ଉତ୍ପାତ କରୁଥିଲେ ମଦ୍ୟପ, ନାବାଳକଙ୍କ ସମେତ ୪ ଗିରଫ

Image Courtesy: indiatoday

ଚେନ୍ନାଇ: ଟ୍ରେନ୍‌ ଭିତରେ ମଦ୍ୟପାନ କରି ଉତ୍ପାତ କରୁଥିବା ନେଇ ନାବାଳକଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ଚଳନ୍ତା ଟ୍ରେନ୍‌ରେ ନିଶାସକ୍ତ ଅବସ୍ଥାରେ ଉନ୍ମତ୍ତକାଣ୍ଡ ଭିଆଇଥିବା ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ନେଇ ରେଳବାଇ ଅଧିକାରୀ ସୂଚନା ଦେଇଛନ୍ତି । ତାମିଲନାଡୁରେ ଅଲପୁଝା ଏକ୍ସପ୍ରେସରେ ବିଶୃଙ୍ଖଳା ସୃଷ୍ଟି କରିଥିବା ଯୁବକମାନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି ।

ଟ୍ରେନ୍‌ ଭିତରେ ନିଶାସକ୍ତ ଅବସ୍ଥାରେ ଅନ୍ୟ ଯାତ୍ରୀଙ୍କୁ ଏମାନେ ହାଇରାଣ କରୁଥିବା ଦେଖିବାକୁ ମିଳିଛି । ଶନିବାର ରାତିରେ ଚେନ୍ନାଇ ସେଣ୍ଟ୍ରାଲରୁ ବାହାରିଥିବା ଅଲପୁଝା ଏକ୍ସପ୍ରେସରେ ଏଭଳି କାଣ୍ଡ ଘଟିଛି । ଏରୋଡରୁ ତିରୁପୁର ମଧ୍ୟରେ ଗଡ଼ୁଥିବା ଏହି ଏକ୍ସପ୍ରେସରେ ମଦ୍ୟପମାନଙ୍କ ଉନ୍ମତ୍ତକାଣ୍ଡର ଭିଡିଓ ସାଧାରଣରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ଟ୍ରେନ୍ ଭିତରେ ୪ ଅଭିଯୁକ୍ତ ନୃତ୍ୟୁ କରିବା ସହ ଅନ୍ୟ ଯାତ୍ରୀଙ୍କୁ ହଇରାଣ କରିଥିଲେ । ଏପରିକି ସେମାନେ ସେଠାରେ ମଦ୍ୟପାନ କରିବା ସହ ଧୂମପାନ କରିଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି । 

ଏହାକୁ କେତେକ ଯାତ୍ରୀ ବିରୋଧ କରିବାରୁ ମଦ୍ୟପମାନେ ସେମାନଙ୍କୁ ମାଡ଼ ମାରିଥିଲେ । ଏହା ପରେ ସେମାନେ ଟ୍ରେନ୍‌ରୁ ଓହ୍ଳାଇ ଚମ୍ପଟ ମାରିଥିଲେ । ଯାତ୍ରୀଙ୍କ ଅଭିଯୋଗ କ୍ରମେ ତିରୁପୁର ପୋଲିସ ସେମାନଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଉଛନ୍ତି- ଏକ ଅଶୋକ (୧୮), ପବନ କୁମାର (୧୭), ଏସ ସୁଦାଲାଇରାଜ୍‌ (୧୮) ଏବଂ କେ କରଣ (୨୩) । ନାବାଳକ ଅଭିଯୁକ୍ତକୁ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଛି । ଅନ୍ୟମାନଙ୍କୁ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ହାଜର କରାଇବା ପରେ ସେମାନଙ୍କୁ ଜେଲ୍‌କୁ ପଠାଇଦିଆଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.