ପ୍ରମୂଖ ଖବର
  • ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ ଆତିଶି ମର୍ଲେନା, ନାଁ ଘୋଷଣା କଲେ ଅରବିନ୍ଦ କେଜ୍ରିୱାଲ
  • ||
  • ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ଜନ୍ମଦିନରେ ବାଣ୍ଟିବେ ସୁଭଦ୍ରା, ଆବାସ, କଳିଙ୍ଗ ଷ୍ଟାଡିୟମ ‘ସଟଲ୍‌’କୁ ଲୋକାର୍ପିତ କରିବେ
  • ||
  • କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିଦା ହେଲେ କମିଶନର ବିନୀତ ଗୋୟଲ
  • ||
  • ଜଳେଶ୍ଵର: ଲଗାଣ ବର୍ଷାରେ ଧଶିଲା ଜାମକୁଣ୍ଡା ସ୍ଲୁଇସ୍ ଗେଟ୍ ପୋଲ, ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହେବା ଆଶଙ୍କା
  • ||
  • ଶବର ସାହିରେ ୩୦ ମିନିଟ୍‌ ରହିବେ ପ୍ରଧାନମନ୍ତ୍ରୀ, ପିଏମ୍‌ ଆବାସ ହିତାଧିକାରୀଙ୍କୁ ଭେଟିବେ
  • ||
  • ଆସନ୍ତା ୨୩ରେ ପୁଣି ଲଘୁଚାପ: ଆଜିଠୁ ଶୁଖିଲା, ୨୨ରୁ ବଢ଼ିବ ବର୍ଷା
  • ||

ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଯକୃତ ପ୍ରତିରୋପଣ ସଫଳ

କଟକ, ୯।୯ : ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ସୋମବାର ଦ୍ଵିତୀୟ ଯକୃତ ପ୍ରତିରୋପଣ ସଫଳ ହୋଇଛି। ନୟାଗଡ ଅଂଚଳର ୩୯ ବର୍ଷୀୟ ମାନସ ମୁଦୁଲିଙ୍କ ଶରୀରରେ ଅସ୍ତ୍ରୋପଚାର କରାଯାଇ ଯକୃତ ପ୍ରତିରୋପଣ କରାଯାଇଛି। ତାଙ୍କ ପତ୍ନୀ ଛବି ମଲ୍ଲିକ ଯକୃତ ଦାନ କରିଛନ୍ତି। ଏସସିବି ମେଡିକାଲର ଯକୃତ ପ୍ରତିରୋପଣ ବିଭାଗ ଅସ୍ତ୍ରୋପଚାର କକ୍ଷରେ ଏହି ଅସ୍ତ୍ରୋପଚାର ସମ୍ପନ୍ନ ହୋଇଛି।

ପ୍ରଫେସର ଡା. ବାଲକ୍ରିଷ୍ଣନ ମେନନଙ୍କ ନେତୃତ୍ୱରେ ଏଆଇଜି ହାଇଦ୍ରାବାଦରୁ ଆସିଥିବା ୪ ଜଣିଆ ଡାକ୍ତରୀ ଦଳଙ୍କ ସହ କଟକ ଏସସିବି ମେଡିକାଲ କଲେଜ ହସ୍ପିଟାଲର ଯକୃତ ପ୍ରତିରୋପଣ ବିଭାଗର ଡାକ୍ତରୀ ଦଳ ଉପସ୍ଥିତ ରହି ଅସ୍ତ୍ରୋପଚାର କରିଛନ୍ତି। ଅସ୍ତ୍ରୋପଚାର ପରେ ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ଏବଂ ସେମାନଙ୍କୁ ଉକ୍ତ ବିଭାଗର ଆଇ ସି ୟୁ ରେ ରଖାଯାଇଛି। ଏସ ସିବି ମେଡିକାଲ କଲେଜ ଅଧିକ୍ଷକ ପ୍ରଫେସର ଡା. ଲୁସି ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ କାର୍ଯ୍ୟ ପରିଚାଳିତ ହୋଇଥିବାବେଳେ ଅତରିକ୍ତ ଅଧିକ୍ଷକ ଡା. ମନୋଜ କୁମାର ପଟନାୟକ ଏବଂ କୁଳ ସଚିବ ଡା. ଅବିନାଶ ରାଉତ ସମସ୍ତ କାର୍ଯ୍ୟର ପ୍ରତ୍ୟକ୍ଷ ଭାବେ ତଦାରଖ କରିଥିଲେ। 

ଯକୃତ ପ୍ରତିରୋପଣ କାର୍ଯ୍ୟରେ ସମସ୍ତ ବିଭାଗୀୟ ମୁଖ୍ୟ ହେପାଟୋଲୋଜି, ହେମାଟୋଲୋଜି, ରେଡ଼ିଓଲୋଜି, ଟ୍ରାନ୍ସଫ୍ୟୁଜନ ମେଡ଼ିସିନ, ନିଶ୍ଚେତକ ବିଭାଗ ଏବଂ ସର୍ଜରୀ ବିଭାଗ ପକ୍ଷରୁ ସହଯୋଗ କରାଯାଇଥିଲା। ସମ୍ପୃକ୍ତ ରୋଗୀ ମାନସ ଗତ ୩ ମାସ ହେବ ଏସସିବି ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।  ଏହା ହେଉଛି ଏସସିବି ମେଡିକାଲ କଲେଜ ହସ୍ପିଟାଲରେ ଦ୍ଵିତୀୟ ଯକୃତ ପ୍ରତିରୋପଣ। ଗତ ଏପ୍ରିଲ ୩ ତାରିଖରେ କଟକର ଜଣେ ରୋଗୀଙ୍କର ସଫଳ ଯକୃତ ପ୍ରତିରୋପଣ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.