କୋଣାର୍କ,୧୮।୨ : ପୁରୀ ଜିଲ୍ଲା ବଡ଼ି ବିଲଡର ଆସୋସିଏସନ୍ ପକ୍ଷରୁ ପୁରୀ ବେଳାଭୂମିରେ ୧୪ତମ ରାଜ୍ୟସ୍ତରୀୟ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ କୋଣାର୍କର ଗୌରବ ବେହେରା ପ୍ରଥମ ସ୍ଥାନ ଅଧିକାର କରି ସ୍ଵର୍ଣ୍ଣ ପଦକ ପାଇଛନ୍ତି। ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ୧୨୦ଜଣ ଅଂଶଗ୍ରହଣ କରିଥିଲେ।
ଆସନ୍ତା ମାର୍ଚ୍ଚ ମାସରେ ମୁମ୍ବାଇ ଶିରିଡିରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସ୍ତରୀୟ ପ୍ରତିଯୋଗିତା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ଗୈାରବ। କୋଣାର୍କ ନଗର ବିଜେଡି ସଭାପତି ତଥା ପୁରୀ ଜିଲ୍ଲା ଯାଦବ ସଂଘ ସଭାପତି ଗୋପାଳ ବେହେରାଙ୍କ ନାତି ହେଉଛନ୍ତି ଗୌରବ । ସେ ପୂର୍ବରୁ ଅନେକ ପଦକ ପାଇଁ କୋଣାର୍କ ପାଇଁ ଗୈାରବ ଆଣିଛନ୍ତି। ତାଙ୍କର ଏହି ସଫଳତା ପାଇଁ କୋଣାର୍କ ପ୍ରେସ କ୍ଲବ, କୋଣାର୍କ ସାମ୍ବାଦିକ ସଂଘ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।