ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ଶ୍ରୀମନ୍ଦିର ଚାରିପାର୍ଶ୍ୱରେ ୨୦୦ ସିସି କ୍ୟାମେରା, ବର୍ଷେ ଡେଇଁବ କାର୍ଯ୍ୟକ୍ଷମ ହେଲାନି...

Published By : Prameya | February 20, 2025 11:42 AM

ପୁରୀ,୨୦/୦୨: ନେତା କିମ୍ବା ଅଧିକାରୀଙ୍କ ଘର ହୋଇଥାନ୍ତା! କାର୍ଯ୍ୟ ଆରମ୍ଭ ହୋଇ ଶେଷ  ହେବାକୁ ମାସ ପରେ ମାସ ବିତୁ ନଥାନ୍ତା । ଲୋକଙ୍କ ଟଙ୍କା ତ ଯାଉଛି । କିଏ କାହିଁକି ଚିନ୍ତା କରିବ । ଶ୍ରୀମନ୍ଦିର ପାର୍ଶ୍ବରେ ଲାଗିଥିବା ସିସିଟିଭିର  ଆଖି ଥାଇ ଦେଖିପାରୁନି । ବାହାର ପରିକ୍ରମା  ମାର୍ଗରେ ଲାଗିଥିବା ମାଳ ମାଳ ଅଚଳ ସିସି  କ୍ୟାମେରା ଦେଖି ଏଭଳି ମନ୍ତବ୍ୟ ଦିଅନ୍ତି ସଚେତନ  ପୁରୀବାସୀ । ୨୦୨୪ ରଥ ଯାତ୍ରା ପୂର୍ବରୁ ଶ୍ରୀମନ୍ଦିର  ବାହାର ପରିକ୍ରମା ମାର୍ଗ ଚାରିପଟେ ଲାଗିଲା ସିସି  କ୍ୟାମେରା । ଏବେ ୨୦୨୫ ରଥ ଯାତ୍ରା ଆସିଗଲା । କ୍ୟାମେରା ଲାଗିବା ବର୍ଷେ ପୂରିବାକୁ ବସିଲା ପଛେ  ସିସିଟିଭି କାର୍ଯ୍ୟକ୍ଷମ ହେଲାନାହିଁ ।  

ଶ୍ରୀମନ୍ଦିର ବାହାର ପରିକ୍ରମା ମାର୍ଗରେ ଲାଗିଛି ୨୦୦ରୁ ଉଦ୍ଧ୍ୱର୍ କ୍ୟାମେରା । ଖୁଣ୍ଟକୁ ଖୁଣ୍ଟକୁ  ୱେରିଂ ସରିଲା । ଅହେତୁକ ବିଳମ୍ବ ହେବାରୁ ମାଟି ତଳେ ବିଛା ଯାଇଥିବା ତାରକୁ ବାରମ୍ବାର ମୂଷା  କାଟି ଦେଉଛି । ଖରା, କାକର ଓ ବର୍ଷା ଖାଇ ନଷ୍ଟ  ହେଉଛି ଦାମୀ ଯନ୍ତ୍ରାଂଶ । କାର୍ଯ୍ୟକ୍ଷମ ନହୋଇ  ପଡ଼ି ରହିବାରେ ବାରମ୍ବାର ମରାମତି କରାଯାଉଛି ।  ଖରାପ ଜିନିଷ ପୁଣି କଢ଼ାଯାଇ ନୂଆ ଲାଗିବ ।  ପରିକ୍ରମା ପ୍ରକଳ୍ପ ଲୋକର୍ପଣକୁ ବର୍ଷାଧିକ ସମୟ  ବିତିଗଲାଣି । ଶ୍ରୀମନ୍ଦିର ଚତୁଃପାଶ୍ୱର୍କୁ ସିସିଟିଭି  ସ୍କାନରରେ ରଖାଯାଇ ଯେଉଁ ଶୃଙ୍ଖଳା ଅଣାଯିବ କୁହାଯାଉଥିଲା ତାହା ମଧ୍ୟ ସମ୍ଭବ ହେଉନାହିଁ ।  କାହାରି ତତ୍ପରତା ପ୍ରକାଶ ପାଉନାହିଁ ।  

ଏନେଇ ସ୍ଥାନୀୟ ବାସିନ୍ଦା ସୁଜାତା ଦାସ  କୁହନ୍ତି ସରକାରଙ୍କ ଏଭଳି ଅମନଯୋଗିତା ପାଇଁ  ଗଣଧନ ଅକାରଣରେ ନଷ୍ଟ ହେଉଛି । ସରକାର ବେପରୁଆ ଭାବେ ଖର୍ଚ୍ଚ କରିଚାଲିଛନ୍ତି । ପୁରୀର  ଲୁଣିଆ ପାଣିପାଗରେ ଲୁହା ଝଡ଼ିଯାଉଛି । କାର୍ଯ୍ୟ  ବିଳମ୍ବ ହେବାରୁ ଏସବୁର ସୁଫଳ ମଧ୍ୟ ଲୋକେ  ପାଇଲେ ନାହିଁ । ଶ୍ରୀମନ୍ଦିର ଚତୁଃପାଶ୍ୱର୍ର ସ୍ଥିତିରେ  କିଛି ସୁଧାର ମଧ୍ୟ ଆସନ୍ତାଣି ।  

ଓବିସିସି ଜେନେରାଲ ମ୍ୟାନେଜର ତଥା  ବରିଷ୍ଠ ଯନ୍ତ୍ରୀ ପ୍ରଭାତ କୁମାର ପାଣିଗ୍ରାହୀ କୁହନ୍ତି  ଶ୍ରୀମନ୍ଦିର ପରିକ୍ରମା କାର୍ଯ୍ୟ ସାରିବାକୁ ଆମେ ଦିନ ରାତି ଲାଗିଛୁ । ଭିତର ପରିକ୍ରମା ମାର୍ଗରେ ଲାଗିଥିବା  ସିସିଟିଭି କାର୍ଯ୍ୟକ୍ଷମ ହୋଇ ପୁଲିସ ନିୟନ୍ତ୍ରଣରେ  ରହିଛି । ଶ୍ରୀମନ୍ଦିର ବାହ୍ୟ ସୀମା ଉପରେ ନଜର  ରଖିବାକୁ ବାହାର ପରିକ୍ରମା ମାର୍ଗରେ ୨ଶହରୁ  ଉଦ୍ଧ୍ୱର୍ କ୍ୟାମେରା ଲାଗିଛି । ଭିତର ପରିକ୍ରମା ମାର୍ଗ  ସମେତ ଶ୍ରୀମନ୍ଦିର ଚାରି ଦିଗକୁ ସଂଲଗ୍ନ ମାର୍ଗ  ପର୍ଯ୍ୟନ୍ତ କ୍ୟାମେରା ନଜରରେ ରହୁଛି । ଏହାର  ନିୟନ୍ତ୍ରଣ କକ୍ଷକୁ ନେଇ ପୂର୍ବ ନିର୍ଦ୍ଧାରିତ ଯୋଜନାରେ ପରିବର୍ତ୍ତନ ଆସିଛି । ପୁରୁଣା ନିର୍ମାଣର ମଡ଼େଲିଂ କରାଯାଇ ନୂତନ ଭାବେ ପ୍ରସ୍ତୁତ କରାଯାଇଛି ।  ଏହାର ବିଦ୍ୟୁତ୍‌ ସଂଯୋଗ ପାଇଁ ଟିପିସିଓଡ଼ିଏଲ୍‌କୁ କୁହାଯାଇଛି । ସେମାନେ ବିଦ୍ୟୁତ ସଂଯୋଗ ଦେବା  ପରେ ବାହାର ପରିକ୍ରମା ମାର୍ଗର ସମସ୍ତ ସିସିଟିଭି  କାର୍ଯ୍ୟକ୍ଷମ ହୋଇଯିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.