ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

୪ ଡକାୟତ ଗିରଫ : ୩୦ ସୁନା ମୁଦି, ୭ ସୁନା ଚେନ ଜବତ

Published By : Prameya | February 15, 2025 11:08 PM

ଭୁବନେଶ୍ବର,୧୫।୨: ପୋଲିସର ନିଦ ହଜାଇ ଦେଇଥିବା ବରଗ୍ଲାରି ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛି ପୁରୀ ପୋଲିସ। ଗ୍ୟାଙ୍ଗର ଚାରିଜଣ ଅଭିଯୁକ୍ତଙ୍କୁ ପୋଲିସର ଏକ ସ୍ବତନ୍ତ୍ର ଟିମ୍ ନିମାପଡ଼ାରୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ଠାରୁ ୩୦ଟି ସୁନା ମୁଦି, ୭ଟି ସୁନା ଚେନ୍, ଡିଜିଟାଲ କ୍ୟାମେରା, ପ୍ରିଣ୍ଟର, ମନିଟର, ସ୍କ୍ରୁ ଡାଇଭର, ସ୍କ୍ରୁ ବାର ଜବତ କରିଛି ପୋଲିସ। ଗିରଫ ଅଭିଯୁକ୍ତ ହେଉଛନ୍ତି କାଜଲ୍ ଦାସ, ଶ୍ରୀକାନ୍ତ ସ୍ବାଇଁ, ଆଶିଷ ମଲ୍ଲିକ ଓ ଚିରଞ୍ଜିବି ଦାସ। ପୁରୀ ଏସପିଙ୍କ କନଫରେନ୍ସ ହଲ୍ ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ସୁଶିଲ ମିଶ୍ର ଏନେଇ ସୂଚନା ଦେଇଛନ୍ତି।

କାଜଲ ଦାସ ଓ ଶ୍ରୀକାନ୍ତ ସ୍ବାଇଁ ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଡକାୟତି କରୁଥିଲେ। ବିଶେଷ କରି ଘରେ କେହି ନଥିବା ସମୟରେ ଏହି ଦୁଇ ଅଭିଯୁକ୍ତ ସୁଯୋଗ ଦେଖି ଘରମାନଙ୍କରେ କଳା କନା ବୁଲାଉଥିଲେ। ପରବର୍ତ୍ତୀ ସମୟରେ ଗହଣା ଦୋକାନକୁ ଯାଇ ଅଭିଯୁକ୍ତମାନେ ଚୋରି ସାମଗ୍ରୀକୁ ବିକ୍ରି କରୁଥିଲେ। ତେବେ ଏନେଇ ବିଭିନ୍ନ ଥାନାରେ ଅଭିଯୋଗ ହେବା ପରେ ପୁରୀ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ବତନ୍ତ୍ର ଟିମ୍ ଗଠନ ହୋଇଥିଲା। ତେବେ ଦୀର୍ଘ ପାଞ୍ଚମାସ ପରେ ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ ସକ୍ଷମ ହୋଇଛି ବୋଲି କହିଛନ୍ତି ଅତିରିକ୍ତ ଏସପି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.