ପୁରୀ ୧୬/୦୨: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବଡ଼ ମହାସ୍ନାନ। ବେହେରଣ ଦ୍ୱାର ନିକଟରେ ରକ୍ତ ଛିଟା ପଡ଼ିଥିବା ଦୃଷ୍ଟି ଆକର୍ଷଣ ହେବାରୁ ଠାକୁରଙ୍କର ବଡ଼ ମହାସ୍ନାନ ହୋଇଛି। ଯାହାଫଳରେ ଦର୍ଶନରେ କିଛି ସମୟ ପାଇଁ ବ୍ୟାଘାତ ସୃଷ୍ଟି ହୋଇଛି ।
ଖବର ଅନୁଯାୟୀ, ଅବକାଶ ପୂଜା ପରେ ମଇଲମ, ରୋଷହମ ହୋଇ ମହାପ୍ରଭୁଙ୍କ ବେଶ ହେବା ସମୟରେ ସେବାୟତ ରକ୍ତ ଛିଟା ଦେଖିବାକୁ ପାଇଥିଲେ । କେଉଁ କାରଣ ଯୋଗୁଁ ରକ୍ତ ଛିଟା ପଡ଼ିଛି ତାହା ଜଣାପଡିନାହିଁ। ତେବେ ସେବାୟତଙ୍କ ଦୃଷ୍ଟି ଆକର୍ଷଣ ହେବାରୁ ଦର୍ଶନ ବନ୍ଦ କରାଯାଇ ଠାକୁରଙ୍କର ବଡ଼ ମହାସ୍ନାନ କରାଯାଇଛି । ମହାସ୍ନାନ ପରେ ଚୂନ ପାଣି ପଡି ଗୋପାଳବଲ୍ଲଭ ନୀତି ଅନୁଷ୍ଠିତ ହେବ। ଯେଉଁଥିପାଇଁ ଶ୍ରୀମନ୍ଦିରରେ କିଛି ସମୟ ପାଇଁ ସାଧାରଣ ଦର୍ଶନ ବନ୍ଦ ରହିଛି ।