ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ଗୋବର୍ଦ୍ଧନ ଠାରେ ରାଜ୍ୟ ସ୍ତରୀୟ ଏକ ଦିବସୀୟ ଦିବାରାତ୍ର ଭଲି ବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

Published By : Prameya | February 17, 2025 9:54 PM

କେନ୍ଦୁଝର ସଦର,୧୭/୨ କେନ୍ଦୁଝର ଜିଲା ସଦର ବ୍ଲକ ଅନ୍ତର୍ଗତ ଗୋବର୍ଦ୍ଧନ ଠାରେ ପଞ୍ଚମ ବାର୍ଷିକ ରାଜ୍ୟ ସ୍ତରୀୟ ଏକ ଦିବସୀୟ ଦିବାରାତ୍ର ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବାଲେଶ୍ୱର, ଭଦ୍ରକ(୧) ଭଦ୍ରକ (୨) କେନ୍ଦୁଝର, ମୟୂରଭଞ୍ଜ, ନୟାଗଡ଼ ଆଦି ପାଞ୍ଚଟି ଜିଲ୍ଲାର ୬ ଗୋଟି ଟିମ୍ ଅଂଶଗ୍ରହଣ କରିଥିବା ବେଳେ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି କେନ୍ଦୁଝର ମୁନିସପାଲିଟି ଚେୟାର ମ୍ୟାନ ନିକୁ ସାହୁ ଯୋଗ ଦେଇ ଖେଳକୁ ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ। ଏହାର ଫାଇନାଲ ମ୍ୟାଚ ଭଦ୍ରକ ସୂଜଶିକ୍ଷା ଏଵଂ ଇଟାମାଟି ନୟାଗଡ ଜିଲ୍ଲା ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା। ଏଥିରେ ଭଦ୍ରକ ସୁଜଶିକ୍ଷା ଚାମ୍ପିଅନ ହୋଇଛି। ଚାମ୍ପିଅନ ଭଦ୍ରକ ଦଳକୁ ନଗଦ ୧୦ହଜାର ଟଙ୍କା ସହ ଟ୍ରଫି ଏବଂ ରନର୍ସପ୍ ଦଳ ନୟାଗଡକୁ ନଗଦ ୮ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଛି । ଖେଳରେ ରେଫୁରୀ ଭାବେ କଳାକର ସାମଲ, ଦୁର୍ଗାମାଧବ ନାୟକ ଓ ତାଙ୍କ ସହଯୋଗୀ ଦ୍ଵାରା ଖେଳ ପରିଚାଳନା ହୋଇଥିଲା। ଖେଳକୁ କମିଟିର ଦେବାଶିଷ ସାହୁ, ବିଜନ କୁମାର ସାହୁ, ମନୋଜ କୁମାର ସାହୁଙ୍କ ସମେତ କମିଟିର ସମସ୍ତ ସଦସ୍ୟଙ୍କ ସହଯୋଗରେ ଖେଳ ସୁଚାରୁ ରୁପେ ସମ୍ପାଦାନ ହୋଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.