ଭୁବନେଶ୍ବର,୧୪/୨ : ସଂକଳ୍ପ ପଦଯାତ୍ରା କରିବ ରାଜ୍ୟ କଂଗ୍ରେସ । ଆସନ୍ତା ୧୮ ତାରିଖରେ ଭୁବନେଶ୍ୱରରୁ ପୁରୀ ପର୍ଯନ୍ତ ହେବ ଏହି ସଂକଳ୍ପ ପଦଯାତ୍ରା । ସଙ୍କଳ୍ପ ପଦଯାତ୍ରା ସଂଯୋଜନା ପାଇଁ ଏକ କମିଟି ଗଠନ କରାଯାଇଛି । ବରିଷ୍ଠ ଓ ଯୁବ ନେତୃତ୍ବଙ୍କୁ ଏହି କମିଟିରେ ସ୍ଥାନ ଦିଆଯାଇଛି ।
ଭକ୍ତ ଚରଣ ଦାସ ପିସିସି ସଭାପତି ହେବା ପରେ ଏହା ହେଉଛି ତାଙ୍କର ପ୍ରଥମ କମିଟି । ପୂର୍ବତନ ବାଙ୍କୀ ବିଧାୟକ ଦେବାଶିଷ ପଟ୍ଟନାୟକ ଏହି କମିଟିର ଅଧ୍ୟକ୍ଷ ଅଛନ୍ତି ।