ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ରାଜ୍ୟ କଂଗ୍ରେସକୁ ଦୃଢ଼ ନେତୃତ୍ୱ ମିଳିଲା : ସୋଫିଆ ଫିର୍ଦୋଷ

Published By : Prameya | February 11, 2025 11:28 PM

 ଭୁବନେଶ୍ବର,୧୧/୨ : ବହୁ କଳ୍ପନା ଜଳ୍ପନା ପରେ ରାଜ୍ୟ କଂଗ୍ରେସକୁ ମିଳିଛି ମୁଖିଆ । ଏଥର ପୂର୍ବତନ ସାଂସଦ ତଥା ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସଙ୍କୁ ଭରସା କରିଛି ଦଳ । ଭକ୍ତ ଦାସ ନୂତନ କରି ନିଯୁକ୍ତ ହେବା ପରେ ବିଧାୟିକା ସୋଫିଆ ଫିର୍ଦୋଷ କହିଛନ୍ତି , ରାଜ୍ୟ କଂଗ୍ରେସକୁ ଦୃଢ଼ ନେତୃତ୍ୱ ମିଳିଲା । ଆଗକୁ ଦଳ ଆହୁରି ସଂଗଠିତ ହୋଇ କାମ କରିବ । 

ନୂଆ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନିଯୁକ୍ତିକୁ ସେ ସ୍ୱାଗତ କରିଛନ୍ତି। ସୋଫିଆ କହିଛନ୍ତି କି, ରାଜ୍ୟରେ କେବଳ କଂଗ୍ରେସ ହିଁ ପ୍ରକୃତ ବିରୋଧୀ ଦଳର ଭୂମିକା ନିଭାଉଛି। ଏବଂ ଦଳ ଆଗକୁ ଆହୁରି ସଂଗଠିତ ହେବ ଏବଂ ୨୦୨୯ ନିର୍ବାଚନକୁ ଆଖିରେ ରଖି କାର୍ଯ୍ୟ କରିବ ବୋଲି କହିଛନ୍ତି, ବାରବାଟୀ କଟକର କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦୋଷ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.