ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ଦାରିଙ୍ଗବାଡି ବ୍ଲକ କାର୍ଯ୍ୟାଳୟରେ କର୍ମଚାରୀ ଅଭାବ, ସରକାରୀ ସୁବିଧାରୁ ଲୋକେ ବଞ୍ଚିତ

Published By : Prameya | February 12, 2025 7:17 PM

ଦାରିଙ୍ଗବାଡି,୧୨/୧(ଆପ୍ର): କନ୍ଧମାଳ ଜିଲ୍ଲାର ବୃହତ ବ୍ଲକ ଭାବେ ଜଣା ଶୁଣା ଦାରିଙ୍ଗବାଡି ବ୍ଲକ । ଦାରିଙ୍ଗବାଡି ବ୍ଲକରେ ରହିଛି ୨୫ ପଞ୍ଚାୟତ । ଲୋକ ସଂଖ୍ୟା ୧ ଲକ୍ଷ ୪୫ ହଜାର ରୁ ଊର୍ଦ୍ଧ୍ବ । ଏହି ବ୍ଲକ ଅଞ୍ଚଳର ବିକାଶ ପାଇଁ କୋଟି କୋଟି ଟଙ୍କାର କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ପକ୍ଷରୁ ଆର୍ଥିକ ଅନୁଦାନ ଆସୁଛି । ହେଲେ କର୍ମଚାରୀ ଅଭାବ ଯୋଗୁଁ ଅନୁଦାନ ଟଙ୍କା ଖର୍ଚ୍ଚ ହେଉ ନଥିବା ବେଳେ ଲୋକେ ସରକାରୀ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି । 

ଦାରିଙ୍ଗବାଡି ବ୍ଲକ କାର୍ଯ୍ୟଳୟରେ ଏବିଡିଓ ପଦବୀ ଖାଲି ରହିଥିବା ବେଳେ ଆକାଉଣ୍ଟସ୍ ଅଫିସର ଓ ବିଏସଏସଓ ପଦବୀ ଖାଲି ରହିଛି । ୮ ଜଣ କନିଷ୍ଠ ଯନ୍ତ୍ରୀ ସ୍ଥାନରେ ଅଛନ୍ତି ୫ ଜଣ,୨୫ ଜଣ ଏଡିଓ ଙ୍କ ସ୍ଥାନରେ ଅଛନ୍ତି ୧୬ ଜଣ,୨ ସହକାରୀ ଯନ୍ତ୍ରୀ ପଦବୀ ମଧ୍ୟରୁ ୨ ଟି ଯାକ ପଦବୀ ଖାଲି   ପଡିଛି ।  ସେହିପରି ୨୫ ଜଣ ପିଇଓ ଙ୍କ ସ୍ଥାନରେ ୧୬ ଜଣ ଅଛନ୍ତି। ସେମାନଙ୍କୁ ୨୫ ପଞ୍ଚାୟତ ଦାୟିତ୍ୱ ଦିଆଯାଇଛି । ସେହିପରି ୨୫ଟି  ଜିଆରଏସ ପଦବୀ ଖାଲି ରହିଛି । ଫଳରେ ବିଭିନ୍ନ କାମ ସଠିକ୍ ଭାବେ ହେଉ ନଥିବ ବେଳେ ଲୋକେ ହନ୍ତସନ୍ତ ହେଉଛନ୍ତି । 

କର୍ମଚାରୀ ଅଭାବ ଯୋଗୁ ଗୋଟିଏ କାମ ପାଇଁ ୧୦ ଥର ଆସିବାକୁ ପଡ଼ୁଛି । ଏପରିକି ବିଭିନ୍ନ ଉନ୍ନୟନ କାମ ନହୋଇ ଅନୁଦାନ ଟଙ୍କା ପଡ଼ି ରହିଛି । ଜଣେ କନିଷ୍ଠ ଯନ୍ତ୍ରୀ ଙ୍କୁ ୫ ଟି ଲେଖାଏଁ ପଞ୍ଚାୟତ ଦାୟିତ୍ବ ଦିଆଯାଇଛି। ଏଥି ଯୋଗୁଁ କେତେବେଳେ କେଉଁ  ପଞ୍ଚାୟତ କାମ ଓ ବିଲ କରିବେ ଦ୍ଵନ୍ଦରେ ପଡ଼ି ଯାଉଛନ୍ତି । ମାନ ଯାଞ୍ଚ କରିବାରେ ମଧ୍ୟ ସମ୍ଭବ ହେଉ ନଥିବା ଦେଖିବାକୁ ମିଳୁଛି । ଅନ୍ୟ ପଟେ ଜିଲ୍ଲାର ଅନ୍ୟ ଛୋଟ ବ୍ଲକରେ ପଞ୍ଚାୟତ ସଂଖ୍ୟା କମ ଥିଲେ ସୁଦ୍ଧା  ସେଠୀ ଏବିଡିଓ ଙ୍କୁ ନିଯୁକ୍ତି ଦିଆ ଯାଇଥିବା ବେଳେ ଅନ୍ୟାନ୍ୟ ପଦବି ରହିଛି । ଯଥା ଶୀଘ୍ର ଖାଲି ପଡ଼ିଥିବା ପଦବୀ ଗୁଡ଼ିକୁ ପୂରଣ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.