ପ୍ରମୂଖ ଖବର
  • ବଣାଇ ଜାମୁଢିହି ଟୋଲ ଗେଟ ନିକଟରେ ଚା’ ଦୋକାନ ଉପରେ ମାଡିଗଲା ହାଇଓ୍ବା, ୩ ମୃତ
  • ||
  • ଶ୍ରୀକ୍ଷେତ୍ରରେ କାଳବୈଶାଖୀ ପ୍ରଭାବ, ଓଲଟା ଉଡ଼ିଲା ଛାଉଣୀ ମଠର ବାନା
  • ||
  • ନବ ଦାସ ହତ୍ୟା ମାମଲା, ୫ ଦିନର ତନାଘନା ପରେ ଝାରସୁଗୁଡ଼ା ଛାଡ଼ିଲା କ୍ରାଇମବ୍ରାଞ୍ଚ ଟିମ୍‌
  • ||
  • କେନ୍ଦୁଝର : ପୋଖରୀରେ ଗାଧୋଇବା ବେଳେ ଅଘଟଣ, ପାଣିରେ ବୁଡ଼ି ଛାତ୍ର ନିଖୋଜ
  • ||
  • ଗଞ୍ଜାମ: କୁକୁରକୁ ହାଣିଲେ ୮ ଦୁର୍ବୁତ୍ତ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ହରିଆଣା ବାହାଦୁରଗଡ଼ରେ ଘର ଭିତରେ ବିସ୍ଫୋରଣ, ସିଲିଣ୍ଡର ଫାଟି ୪ ମୃତ, ଜଣେ ଗୁରୁତର
  • ||
  • ଜଗତସିଂହପୁର: ବହି ଗୋଦାମର ବିସ୍ଫୋରଣ, ଜଳିଗଲା ୫୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ବହିଖାତା
  • ||
  • ଆମେରିକା ମେକ୍ସିକୋର ଏକ ପାର୍କରେ ଆଖିବୁଜା ଗୁଳିମାଡ଼, ୩ ମୃତ, ୧୫ରୁ ଅଧିକ ଗୁରୁତର
  • ||
  • ଆଇପିଏଲ୍‌ରେ ସୁପର ସନ୍‌ଡେରେ ଡବଲ ଫାଇଟ୍, ହାଇଦ୍ରାବାଦ- ରାଜସ୍ଥାନ,ଚେନ୍ନାଇ- ମୁମ୍ବାଇ ମୁକାବିଲା
  • ||
  • ରାଜ୍ୟରେ ଆହୁରି ଦୁଇ ଦିନ ତାଣ୍ଡବ ରଚିବ କାଳବୈଶାଖୀ,୧୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି
  • ||

କୋଲକାତାରେ ଆଇପିଏଲ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ମ୍ୟାଚ ଦିନ ସହରରେ ଗଡ଼ିବ ୨୩ଟି ବସ୍‌ ଏବଂ ମେଟ୍ରୋ

Published By : Prameya | March 22, 2025 11:22 AM

କୋଲକାତା,୨୩/୦୩: ଆଇପିଏଲ୍‌ ମ୍ୟାଚ୍‌ ଦେଖିବା ପରେ କ୍ରିକେଟ୍‌ ପ୍ରେମୀମାନେ ଯେମିତି  ଘରକୁ ଫେରିବାରେ କୌଣସି ଅସୁବିଧାର ସମ୍ମୁଖୀନ  ନହୁଅନ୍ତି ସେଥି ପାଇଁ ସ୍ୱତନ୍ତ୍ର ମେଟ୍ରୋ ଏବଂ ଟ୍ରେନ୍‌  ବ୍ୟବସ୍ଥା ହୋଇସାରିଛି । ଏଥର ରାଜ୍ୟ ପରିବହନ ବିଭାଗ ମ୍ୟାଚ୍‌ ଦିନରେ ସ୍ୱତନ୍ତ୍ର ବସ୍‌ ଚଲାଇବାକୁ  ନିଷ୍ପତ୍ତି ନେଇଛି । ମ୍ୟାଚ୍‌ ଦିନ ସହରର ବିଭିନ୍ନ  ସ୍ଥାନରୁ ମୋଟ ୨୩ଟି ବସ୍‌ ଛାଡିବ । ଇଡେନ  ଫେରନ୍ତା ଜନତାଙ୍କୁ ଏସପ୍ଲାନେଡରୁ ବସ୍‌ ଧରିବାକୁ  ପଡିବନାହିଁ ।  

ଶନିବାର ଠାରୁ ବିଶ୍ୱ  କ୍ରିକେଟର ସବୁଠାରୁ ମହଙ୍ଗା ଏବଂ ଅନ୍ୟତମ  ଲୋକପ୍ରିୟ ଲିଗ୍‌ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ଆରମ୍ଭ  ହେବ । ଚଳିତ ସିଜିନର ପ୍ରଥମ ମ୍ୟାଚ୍‌ କ୍ରିକେଟର ନନ୍ଦନକାନନ ଇଡେନ୍‌ ଗାର୍ଡେନ୍‌ସରେ ରହିଛି । ସେହି ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର କୋଲକାତା ନାଇଟ୍‌ ରାଇଡର୍ସକୁ ଭେଟିବ । ହାଇ  ଭାଲଟେଜ ମ୍ୟାଚ୍‌ ପାଇଁ ଟିକେଟ୍‌ ବିକ୍ରି ହୋଇସାରିଛି ।  ସେହି ମ୍ୟାଚ୍‌ ଦିନରୁ ସ୍ୱତନ୍ତ୍ର ବସ୍‌ ସେବାର ବ୍ୟବସ୍ଥା କରାଯାଇଛି ।  

ଚଳିତ ବର୍ଷର ଆଇପିଏଲ୍‌ ଇଡେନରେ ୭ଟି  ମ୍ୟାଚ୍‌ ଖେଳାଯିବ । ଏସପ୍ଲାନେଡରୁ ପ୍ରତିଦିନ ସ୍ୱତନ୍ତ୍ର ବସ୍‌ ବ୍ୟବସ୍ଥା କରାଯାଇଛି । ୨୨ ମାର୍ଚ୍ଚ ଶନିବାର, ୩  ଏପ୍ରିଲ ଗୁରୁବାର, ୨୧ ଏପ୍ରିଲ ସୋମବାର, ୨୬  ଏପ୍ରିଲ ଶନିବାର, ୭ ମଇ ବୁଧବାର ନାଇଟ୍‌ସ ରାଇଡର୍ସର ମ୍ୟାଚ୍‌ ରହିଛି । ସେଦିନ ବିଶେଷ ବସ୍‌  ସେବା ରହିବ । ୨୩ ମଇରେ କ୍ୱାଲିଫାୟାର  ଏବଂ ୨୫ ମଇରେ ଫାଇନାଲ ମ୍ୟାଚ୍‌ ଦିନ ବିଶେଷ  ବସ୍‌ ସେବା ବ୍ୟବସ୍ଥା କରାଯାଇଛି ।

ଆସିଲା ଆଇପିଏଲ୍‌ ଋତୁ: ୧୩ ସହରରେ ଖେଳାଯିବ ୭୪ମ୍ୟାଚ୍‌, କେକେଆର୍‌- ଆର୍‌ସିବି ଉଦ୍‌ଘାଟନୀ ମ୍ୟାଚ୍‌


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.