ପ୍ରମୂଖ ଖବର
  • ବଣାଇ ଜାମୁଢିହି ଟୋଲ ଗେଟ ନିକଟରେ ଚା’ ଦୋକାନ ଉପରେ ମାଡିଗଲା ହାଇଓ୍ବା, ୩ ମୃତ
  • ||
  • ଶ୍ରୀକ୍ଷେତ୍ରରେ କାଳବୈଶାଖୀ ପ୍ରଭାବ, ଓଲଟା ଉଡ଼ିଲା ଛାଉଣୀ ମଠର ବାନା
  • ||
  • ନବ ଦାସ ହତ୍ୟା ମାମଲା, ୫ ଦିନର ତନାଘନା ପରେ ଝାରସୁଗୁଡ଼ା ଛାଡ଼ିଲା କ୍ରାଇମବ୍ରାଞ୍ଚ ଟିମ୍‌
  • ||
  • କେନ୍ଦୁଝର : ପୋଖରୀରେ ଗାଧୋଇବା ବେଳେ ଅଘଟଣ, ପାଣିରେ ବୁଡ଼ି ଛାତ୍ର ନିଖୋଜ
  • ||
  • ଗଞ୍ଜାମ: କୁକୁରକୁ ହାଣିଲେ ୮ ଦୁର୍ବୁତ୍ତ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ହରିଆଣା ବାହାଦୁରଗଡ଼ରେ ଘର ଭିତରେ ବିସ୍ଫୋରଣ, ସିଲିଣ୍ଡର ଫାଟି ୪ ମୃତ, ଜଣେ ଗୁରୁତର
  • ||
  • ଜଗତସିଂହପୁର: ବହି ଗୋଦାମର ବିସ୍ଫୋରଣ, ଜଳିଗଲା ୫୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ବହିଖାତା
  • ||
  • ଆମେରିକା ମେକ୍ସିକୋର ଏକ ପାର୍କରେ ଆଖିବୁଜା ଗୁଳିମାଡ଼, ୩ ମୃତ, ୧୫ରୁ ଅଧିକ ଗୁରୁତର
  • ||
  • ଆଇପିଏଲ୍‌ରେ ସୁପର ସନ୍‌ଡେରେ ଡବଲ ଫାଇଟ୍, ହାଇଦ୍ରାବାଦ- ରାଜସ୍ଥାନ,ଚେନ୍ନାଇ- ମୁମ୍ବାଇ ମୁକାବିଲା
  • ||
  • ରାଜ୍ୟରେ ଆହୁରି ଦୁଇ ଦିନ ତାଣ୍ଡବ ରଚିବ କାଳବୈଶାଖୀ,୧୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି
  • ||

IPL 2025; ଇଂଲିଶ ଖେଳାଳିଙ୍କ ପାଇଁ ଶେଷରେ ରହିବ RCB, ପୂର୍ବତନ କ୍ରିକେଟରଙ୍କ ଆଶ୍ଚର୍ଯ୍ୟକର ପୂର୍ବାନୁମାନ

Published By : Ankita S | March 22, 2025 1:09 PM

ନୂଆଦିଲ୍ଲୀ,୨୨/୦୩ : ଆଜିଠୁ ଆରମ୍ଭ ହେବା ଫଟାଫଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ ପ୍ରିମିୟର ଲିଗ୍ । ଆଉ କିଛି ଘଣ୍ଟାର ଅପେକ୍ଷା । କ୍ରିକେଟ ଜ୍ବରରେ କମ୍ପିବେ ଫ୍ୟାନ୍ସ । ସନ୍ଧ୍ୟାରେ ଇଡେନ ଗାର୍ଡେନରେ ଖେଳାଯିବା ଆଇପିଏଲ ସିଜନ ୧୮ର ପ୍ରଥମ ମ୍ୟାଚ । ଡିଫେଣ୍ଡି ଚାମ୍ପିଅନ କୋଲକାତା ନାଇଟ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ ପ୍ରଥମ ମ୍ୟାଚ । ଏହା ପୂର୍ବରୁ ଜଣେ ପୂର୍ବତନ କ୍ରିକେଟର କରିଥିବା ଭବିଷ୍ୟବାଣୀ ସମସ୍ତଙ୍କୁ ଚକିତ କରିଛନ୍ତି । ଏଥର ବି ଆରସିବି ଫେଲ୍ ମାରିବ । ଇଂରେଜ ଖେଳାଳିଙ୍କ ପାଇଁ ପଏଣ୍ଟ ଟେବୁଲ ଶେଷରେ ରହିବ ବୋଲି ଆଶ୍ଚର୍ଯ୍ୟକର ପୂର୍ବାନୁମାନ କରିଛନ୍ତି ପୂର୍ବତନ କ୍ରିକେଟର ଆଡମ ଗିଲଖ୍ରୀଷ୍ଟ ।

RCBକୁ ନେଇ ଏହି ଖେଳାଳିଙ୍କ ପୂର୍ବାନୁମାନ- ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଆଡମ ଗିଲଖ୍ରୀଷ୍ଟ ଆଇପିଏଲ ପୂର୍ବରୁ ଏକ ଚକିତ କରିବା ପରି ପୂର୍ବାନୁମାନ କରିଛନ୍ତି । ଗିଲଖ୍ରୀଷ୍ଟ ପୂର୍ବ ଆଇପିଏଲ ବିଜେତା ଦଳର ଅଧିନାୟକ । ୨୦୦୯ରେ ଏହି ଲିଗର ଟ୍ରଫି ଜିତିଥିଲେ । କ୍ଲବ ପ୍ରେୟରୀ ଫାୟାର ପୋଡକାଷ୍ଟରେ ସେ କହିଛନ୍ତି କି, ଆରସିବି ଏଥର ପଏଣ୍ଟ ଟେବୁଲ ଶେଷରେ ରହିବ । ଦଳ ଇଂଲିଶ ଖେଳାଳିଙ୍କ ପାଇଁ ପଏଣ୍ଟ ଟେବୁଲ ଶୀର୍ଷରେ ନୁହେଁ ଶେଷରେ ରହିବ । ସବୁଠୁ ପଛରେ ରହିବ । ''

ଅଧିକ ପଢନ୍ତୁ...ଆସିଲା ଆଇପିଏଲ୍‌ ଋତୁ: ୧୩ ସହରରେ ଖେଳାଯିବ ୭୪ମ୍ୟାଚ୍‌, କେକେଆର୍‌- ଆର୍‌ସିବି ଉଦ୍‌ଘାଟନୀ ମ୍ୟାଚ୍‌

RCBରେ ଇଂଲଣ୍ଡ ଖେଳାଳି- ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏଥର ଅକ୍ସନରେ ଇଂଲିଶ ଖେଳାଳିଙ୍କ ଉପରେ ଭରସା କରିଛି । ଦଳ ଫିଲ ସଲ୍ଟ, ଲିୟାମ ଲିଭିଙ୍ଗଷ୍ଟୋନ ଏବଂ ଜୈକବ ବେଥେଲଙ୍କ ପରି ଖେଳାଳିଙ୍କୁ କିଣିଛି । ଏହି ୩ ଫ୍ଲେୟାର ବିସ୍ଫୋରକ ଖେଳ ପାଇଁ ଜଣାଶୁଣା । ଆରସିବି ଏହି ଖେଳାଳିଙ୍କ ଉପରେ ଆଶା ବାନ୍ଧିଛି ।  ଏହା ଛଡା ଦଳ ପାଖରେ ବିରାଟ କୋହଲି, ଜୋଶ ହେଜେଲଉଡ, ରଜତ ପାଟିଦାର ଓ ଟିମ୍ ଡେବିଡଙ୍କ ପରି ବଡ ପ୍ଲେୟାର ରହିଛନ୍ତି । ବିଲକୁଲ ଆଇପିଏଲ ଟ୍ରଫି ଜିତିନଥିବା ଦଳ ଏଥର ଜିତିବା ନେଇ ସ୍ବପ୍ନ ଦେଖିଛି । ଟ୍ରଫି ଜିତି ନଥିଲେ ବି ଦଳର ଫ୍ୟାନ୍ସ ତାଲିକା ବହୁତ ଲମ୍ବା ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.