କୋଲକାତା, ୨୩/୦୩: କୋଲକାତା ନାଇଟ୍ ରାଇଡର୍ସ-ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମ୍ୟାଚ୍ ସହ ବହୁ ପ୍ରତୀକ୍ଷିତ ଆଇପିଏଲ୍ର ୧୮ତମ ସଂସ୍କରଣ ଉଦ୍ଘାଟିତ ହୋଇଯାଇଛି । ଗତ ସିଜନ ଭଳି ଏଥର ମଧ୍ୟ ପୁରସ୍କାର ରାଶି ବର୍ଷା ହେବ । ମେଗା ନିଲାମରେ ଅନେକ ଖେଳାଳି ରାତାରାତି କୋଟି ପତି ହୋଇସାରିଛନ୍ତି । ଏବେ ବ୍ୟକ୍ତିଗତ ପ୍ରଦର୍ଶନ ବଳରେ ସେମାନେ ଆଖିଦୃଶିଆ ପୁରସ୍କାର ରାଶି ପାଇବେ ।
ମିଳିଥିବା ସୂଚନା ମୁତାବକ, ଗତ ବର୍ଷ ଭଳି ଏଥର ମଧ୍ୟ ଚାମ୍ପିଅନ୍ ଦଳକୁ ୨୦ କୋଟି ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ । ସେହିପରି ରନର୍ସ ଅପ୍ ଦଳକୁ ୧୨.୫କୋଟି ମିଳିବ । ଏହା ବ୍ୟତୀତ ତୃତୀୟ ସ୍ଥାନ ପାଇ ୭କୋଟି, ଚତୁର୍ଥ ସ୍ଥାନ ପାଇଁ ୬.୫କୋଟି ଟଙ୍କାର ପ୍ରଦାନ କରାଯିବ । ଦଳଗତ ପ୍ରଦର୍ଶନ ବ୍ୟତୀତ ବ୍ୟକ୍ତିଗତ ପୁରସ୍କାର ମଧ୍ୟ ମିଳିବ । ସିଜନରେ ସର୍ବାଧିକ ୱିକେଟ୍ ହାସଲକାରୀ (ପର୍ପଲ କ୍ୟାପ୍), ସର୍ବାଧିକ ରନ୍ ହାସଲକାରୀ (ଅରେଞ୍ଜ କ୍ୟାପ୍), ଏମର୍ଜିଂ ପ୍ଲେୟାର ଅଫ୍ ଦ ସିଜନ, ସବୁଠୁ ମୂଲ୍ୟବାନ ଖେଳାଳି, ସର୍ବାଧିକ ଛକା, ସର୍ବାଧିକ ଚୌକା, ଶ୍ରେଷ୍ଠ କ୍ୟାଚ୍ ପାଇଁ ୧୦ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯିବ ।
ସେହିପରି ପିଚ୍ ଏବଂ ଗ୍ରାଉଣ୍ଡ୍ ପୁରସ୍କାର ବାବଦକୁ ୫୦ଲକ୍ଷ ମିଳିବ । ପ୍ରତି ମ୍ୟାଚ୍ରେ ମ୍ୟାଚ୍ ଅଫ୍ ଦ ମ୍ୟାଚ୍ ପୁରସ୍କାର ଏବଂ ବିଭିନ୍ନ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ମଧ୍ୟ ପୁରସ୍କାର ରାଶି ପ୍ରଦାନ କରାଯିବ ।